ରାୟଗଡା ଜିଲ୍ଲା ଭାମିନିସ୍ଥିତ ୨ୟ ଇଣ୍ଡିଆ ରିଜର୍ଭ ବାଟାଲିଅନ୍ (2nd IRB) ପରିସରରେ ଶୁକ୍ରବାର ଭବ୍ୟ ଭାବେ 151ତମ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଇଛି।

ରାୟଗଡା ଜିଲ୍ଲା ଭାମିନିସ୍ଥିତ ୨ୟ ଇଣ୍ଡିଆ ରିଜର୍ଭ ବାଟାଲିଅନ୍ (2nd IRB) ପରିସରରେ ଶୁକ୍ରବାର ଭବ୍ୟ ଭାବେ 151ତମ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଇଛି।

 ରାୟଗଡା ଜିଲ୍ଲା ଭାମିନିସ୍ଥିତ ୨ୟ ଇଣ୍ଡିଆ ରିଜର୍ଭ ବାଟାଲିଅନ୍ (2nd IRB) ପରିସରରେ ଶୁକ୍ରବାର ଭବ୍ୟ ଭାବେ 151ତମ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଇଛି। ଦେଶର ଲୌହପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଟାଲିଅନର ଅଧିକାରୀ ବ୍ରଜ ମୋହନ ନାୟକ ଙ୍କ ନେତୃତ୍ୱରେ କର୍ମଚାରୀ ଓ ଜବାନମାନେ ଉପସ୍ଥିତ ରହି ଜାତୀୟ ଏକତା, ଅଖଣ୍ଡତା ଏବଂ ସାର୍ବଭୌମତ୍ୱ ରକ୍ଷା ପାଇଁ ଶପଥ ଗ୍ରହଣ କରିଥିଲେ।

ଏହି ଅବସରରେ ବାଟାଲିଅନର କମାଣ୍ଡାଣ୍ଟ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୀବନୀ ଓ ଦେଶ ଗଠନରେ ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଜାତୀୟ ଏକତା ହିଁ ଭାରତର ଶକ୍ତି ଏବଂ ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ହେଉଛି ଦେଶର ଏକତା ଓ ଅଖଣ୍ଡତାକୁ ସୁଦୃଢ଼ କରିବା।

କାର୍ଯ୍ୟକ୍ରମରେ ଶପଥ ପାଠ, ପରେଡ୍ ଏବଂ ଏକତାର ବାର୍ତ୍ତା ପ୍ରଦାନ କରୁଥିବା ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶେଷରେ ସମସ୍ତେ ଦେଶର ଏକତା ଓ ଭ୍ରାତୃତ୍ୱର ଭାବନାକୁ ଆହୁରି ସୁଦୃଢ଼ କରିବା ପାଇଁ ସଂକଳ୍ପ ନେଇଥିଲେ।

ରାୟଗଡା ଜିଲ୍ଲା ପ୍ରତିନିଧି ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ ବିଶେଷ ଖବର