admin Sep 10, 2026 2
admin Sep 9, 2026 10
admin Sep 5, 2026 199
admin Aug 31, 2026 5
admin Aug 13, 2026 18
admin Sep 11, 2026 0
admin Sep 11, 2026 4
admin Sep 11, 2026 20
admin Sep 11, 2026 3
admin Sep 11, 2026 2
admin Aug 27, 2026 13
admin Aug 26, 2026 6
admin Aug 14, 2026 6
admin Aug 8, 2026 4
admin Aug 2, 2026 5
admin Jul 27, 2026 9
admin Jul 25, 2026 18
admin May 29, 2026 9
admin Apr 17, 2026 62
admin Apr 14, 2026 30
admin Jul 25, 2026 5
admin May 16, 2026 18
admin May 15, 2026 16
admin May 14, 2026 15
admin Aug 29, 2026 5
admin May 29, 2026 67
admin May 27, 2026 10
admin May 17, 2026 67
admin May 15, 2026 186
admin Sep 11, 2026 101
admin Sep 10, 2026 163
admin Sep 8, 2026 5
admin Sep 6, 2026 4
admin Sep 1, 2026 102
Join our subscribers list to get the latest news, updates and special offers directly in your inbox
ରାଜନୀତି
ଶରଣକୁଳ ଥାନାବାବୁଙ୍କ ଯୌନଶୋଷଣ ଘଟଣା ଆଗକୁ ଅଧିକ ଅଡୁଆ ରେ ଛନ୍ଦି ହେବେ କି ଥାନା ବାବୁ ନୟାଗଡ ତା ୨୪ /୬ ନୟାଗଡ ଜିଲ୍ଲା ଓଡଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳ ର ପୂର୍ବତନ ଥାନା ଅଧିକାରୀ ସୁଜିତ କୁମାର ଦାସ ଙ୍କ ବିବାଦ ଦିନ କୁ ଦିନ ଘନୀଭୂତ ହେବାରେ ଲାଗିଛି l ପୁଲିସ ମହାନିର୍ଦ୍ଦେଶକ ସୁଜିତଙ୍କୁ ନିଲମ୍ବନ କରିଥିଲେ ମଧ୍ଯ କ୍ରାଇମବ୍ରାଞ୍ଜର ବରିଷ୍ଠ ଅଧୁକାରୀ ପୀଡ଼ିତାଙ୍କ ଘରେପହଞ୍ଚି ଠୋସ ପ୍ରମାଣ ଯୋଗାଡ଼ କରିଛନ୍ତି। ଏହି ଟିମ ପୀଡ଼ିତାଙ୍କୁ ଦୀର୍ଘ ୨ଘଣ୍ଟା ଧରି ପଚରା ଉଚୁରା କରିଥିବାରୁ ସୁଜିତ ଗିରଫ ହୋଇପାରନ୍ତି। ସୁଜିତ ମହିଳାଙ୍କୁ ଯୌନ ଶୋଷଣ କରିଛନ୍ତି ତାହାନୁହଁ ତାଙ୍କୁ ଚୁପକରିବାକୁ ମିଥ୍ୟା ମାମଲାରେ ଜେଲ ହାଜତକୁ ପଠାଇ ଦେଇଥିଲେ। ପୀଡ଼ିତା କ୍ରାଇମବ୍ରାଞ୍ଜ ଆଗରେ ସବୁକଥା ଗୋଟିଗୋଟି କରି ବଖାଣିଛନ୍ତି। କିଭଳି ସୁଜିତଙ୍କ ସହ ସଂପର୍କ ସ୍ଥାପନହେଲା, ତାଙ୍କୁ ମୁଗ, ବିରି କେଉଁଠି ଦେଇଥିଲେ, ତାଙ୍କ ସହିତ ନୟାଗଡ଼ ପିଟିଏସ ଛକରୁବସି କେଉଁ ଜାଗାକୁ ଯାଇଥିଲେ। ରାସ୍ତାରେ କିଏ କାଳେ ଜାଣିଦେବ ତାଙ୍କୁ ମୁହଁ ଘୋଡ଼ାଇବାକୁ କହିବାସହ ବାଉଁଶିଆ ସ୍ଥିତ ଭଡ଼ାଘରକୁ ନେଇ ଦୁଷ୍କର୍ମ କରିଥିବା ପୀଡ଼ିତା କାନ୍ଦିକାନ୍ଦି କହୁଥିଲେ।ତାଙ୍କ ପରିବାର ଖରା, ବର୍ଷାରେ ରାତ୍ରୀଯାପନ କରୁଥିଲେ ମଧ୍ୟ ସୁଜିତଙ୍କୁ କିଛିବି ଫରକ ପଡ଼ିନଥିଲା। ସେଜଣେ ସଚ୍ଚୋଟ ପୁଲିସ ଅଫିସର ବୋଲିକହି ମହିଳାଙ୍କୁ ନିର୍ଯ୍ୟାତନା ଦେଇ ଚାଲିଥିଲେ। ରାଜ୍ୟ ସରକାରଙ୍କ କ୍ରାଇମବ୍ରାଞ୍ଜର ମହିଳା ଓ ଶିଶୁଅପରାଧ ନିରାକରଣ ଶାଖାର ତଦନ୍ତରୁ ସତ୍ୟାସତ୍ୟ ଜଣାପଡ଼ିବାପରେ ସୁଜିତଙ୍କୁ ନିଲମ୍ବନ କରିଛନ୍ତି। ପୀଡ଼ିତାଙ୍କ କଥାରେ କେତେ ସତ୍ୟତା ରହିଛି ତାହା ମଧ୍ୟ ତଦନ୍ତ କରୁଛି କ୍ରାଇମବ୍ରାଞ୍ଜ। ଏବେ ସୁଜିତଙ୍କ ପତ୍ତା ମିଳୁନଥିବାବେଳେ ଏହି କ୍ରାଇମବ୍ରାଞ୍ଜର ବରିଷ୍ଠ ଅଧିକାରୀ ଠୋସ ପ୍ରମାଣ ପାଇବାପରେ ସୁଜିତଙ୍କୁ ଗିରଫ କରିପାରନ୍ତି।ପୁଲିସ ବିଭାଗରେ ସ୍ଵଛତା ଆଣିବା ଓ ନାରୀମାନଙ୍କ ଉପରେ ଯୌନ ଶୋଷଣ, ନିର୍ଯ୍ୟାତନା ରୋକିବାପାଇଁ କ୍ରାଇମବ୍ରାଞ୍ଜ ବଡ଼ ଆକ୍ସନ ନେଇପାରେ । ଏବେ ସୁଜିତ କେଉଁଠି ଆତ୍ମଗୋପନ କରିଛନ୍ତି ତାହାର ଖୋଳତାଡ଼ ହେଉଛି। ସୁଜିତ ତଦନ୍ତରେ ସହଯୋଗ କରିବେ ବୋଲି ଗଣମାଧ୍ୟମକୁ ବିବୃତି ଦେଇଥିଲେ କିନ୍ତୁ ଏବେସେ ଗିରଫଦାରୀ ଭୟରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ପୀଡ଼ିତାଙ୍କ ମୋବାଇଲ ଫୋନରେ ସତ୍ୟତା ଲୁଚିଥିଲେ ମଧ୍ୟ ତାହା ସୁଜିତଙ୍କ ପାଖରେ ଅଛି କିଆଉ କାହାପାଖରେ ରହିଛି ତାହା ମଧ୍ୟ ତଦନ୍ତ କରାଯାଉଛି। ଆଜି ପୀଡ଼ିତାଙ୍କୁ ଦୁଇଘଣ୍ଟାର ପଚରାଉଚୁରା ପରେ କିଛି ଦସ୍ତଖତ ନିଆଯାଇଛି। ଆବଶ୍ୟକ ପଡ଼ିଲେ କ୍ରାଇମବ୍ରାଞ୍ଜ ଆଉଥରେ ପୀଡ଼ିତାଙ୍କ ଘର ଓ ଶରଣକୁଳ ଥାନାରେ ପଶି ତଦନ୍ତ କରିପାରେ। କ୍ରାଇମବ୍ରାଞ୍ଜତନାଘନା କରି ତଥ୍ୟସଂଗ୍ରହ କରୁଥିବାରୁ ଅନ୍ୟ ପୁଲିସ କର୍ମଚାରୀଙ୍କ ଆଡେ କାଳେଛିଟା ପଡ଼ିବ ସେଥିପାଇଁ ସମସ୍ତଙ୍କ ମନରେ ଛନକା ପଶିଯାଇଛି।ତେବେ ଦେଖାଯାଉ ଆଗକୁ ତଦନ୍ତ ର ଗତି କେଉଁଆଡେ ଯାଉଛି ଦେଖିବାକୁ ବାକି ରହିଲା ଳ ନୟାଗଡ ରୁ ଜିଲ୍ଲା ପ୍ରତିନିଧି ଅଶୋକ କୁମାର ସାଥୁଆ ଙ୍କ ରିପୋର୍ଟ ବିଶେଷ ଖବର
Previous Article
Next Article
admin1
admin Jul 25, 2026 23
admin1 Jun 27, 2026 3
admin Jul 27, 2026 12
admin1 Jun 15, 2026 4
admin1 Jul 11, 2026 44
admin1 Jun 6, 2026 5
admin Aug 3, 2026 420
admin Aug 23, 2026 391
admin Aug 11, 2026 347
admin Aug 21, 2026 340
admin Aug 5, 2026 326
ବିଜେଡି
ବିଜେପି
କଂଗ୍ରେସ
Vote View Results
Total Vote: 39
View Options