ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ବିଜେ ନୀଳଗିରିଙ୍କ ପବିତ୍ର ରଥଯାତ୍ରା ନିମନ୍ତେ ପ୍ରଥମ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ: ଶୃଙ୍ଖଳିତ ନୀତିକାନ୍ତି ଓ ଜନସାଧାରଣଙ୍କ ସୁବିଧା ଉପରେ ଗୁରୁତ୍

ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ବିଜେ ନୀଳଗିରିଙ୍କ ପବିତ୍ର ରଥଯାତ୍ରା ନିମନ୍ତେ ପ୍ରଥମ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ: ଶୃଙ୍ଖଳିତ ନୀତିକାନ୍ତି ଓ ଜନସାଧାରଣଙ୍କ ସୁବିଧା ଉପରେ ଗୁରୁତ୍

ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ବିଜେ ନୀଳଗିରିଙ୍କ ପବିତ୍ର ରଥଯାତ୍ରା ନିମନ୍ତେ ପ୍ରଥମ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ: ଶୃଙ୍ଖଳିତ ନୀତିକାନ୍ତି ଓ ଜନସାଧାରଣଙ୍କ ସୁବିଧା ଉପରେ ଗୁରୁତ୍ *ନୀଳଗିରି ତା ୨୩/୦୬: ଅଦ୍ୟ ଅପରାହ୍ନ ସାଢେ ଚାରି ଘଟିକା ସମୟରେ ସ୍ଥାନୀୟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ପବିତ୍ର ରଥଯାତ୍ରାକୁ ଶୃଙ୍ଖଳିତ ଓ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ନୀଳଗିରି ଉପ-ଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥଙ୍କ ଅଧକ୍ଷତାରେ ପ୍ରଥମ ପର୍ଯ୍ୟାୟ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଯୋଗ ଦେଇ ଥିବା ବେଳେ ଅନ୍ୟାନ୍ୟ ବରେଣ୍ୟ ସମ୍ମାନୀତ ଅତିଥି ମାନଙ୍କ ମଧ୍ୟରେ ମାନ୍ୟବର ବିଧାୟକ ନୀଳଗିରି ଶ୍ରୀଯୁକ୍ତ ସନ୍ତୋଷ ଖଟୁଆ, ବାଲେଶ୍ଵର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ,ଉପ-ଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ପରିଡ଼ା, ଏନ୍.ଏ.ସି.ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅଂଶୁମାନ ପରିଡ଼ା,ଅତିରିକ୍ତ ତହସିଲଦାର ଶ୍ରୀମତୀ ଶୁଭଶ୍ରୀ ଜେନା, ଏନ୍.ଏ.ସି.କାର୍ଯ୍ଯ ନିର୍ବାହୀ ଅଧକ୍ଷ ଶ୍ରୀଯୁକ୍ତ ମହେନ୍ଦ୍ର ନାଥ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ।ଏହି ବୈଠକରେ ଉପସ୍ଥିତ ସମସ୍ତ ଅତିଥି ଓ ସଦସ୍ୟ/ସଦସ୍ୟମାନଙ୍କୁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ଵାଳ ଆନୁଷ୍ଠାନିକ ଭାବେ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ପରେ ଏହି ପବିତ୍ର ଘୋଷ ଯାତ୍ରାକୁ ଶାନ୍ତି, ଶୃଙ୍ଖଳା ଓ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଅଧକ୍ଷ ଶ୍ରୀମତୀ ରଥ ଉପସ୍ଥିତ ସମସ୍ତ ସଦସ୍ୟା/ସଦସ୍ୟ ମାନଙ୍କ ସହଯୋଗ କାମନା କରିବା ସହ ବିବରଣୀ ଅନୁସାରେ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ଓ ପରାମର୍ଶ କ୍ରମେ ନିମ୍ନ ପ୍ରମୁଖ ନିଷ୍ପତି ମାନ ଗ୍ରହଣ କରାଯାଇଛି।ରଥ ନିର୍ମାଣର ଅଗ୍ରଗତି ସମ୍ପର୍କରେ ଉତ୍ତରରେ ମହାରଣା ଓ ସହଯୋଗୀ ଆସନ୍ତା ୧୦ ତାରିଖ ସୁଦ୍ଧା ସମସ୍ତ ନିର୍ମାଣ କାର୍ଯ୍ୟର ସମ୍ପନ୍ନ ହେବ ବୋଲି ପ୍ରକାଶ କରିଥିଲେ ଏବଂ ଅଧକ୍ଷ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ନି�