ଆୟୁଷ ଡିଗ୍ରୀ କଲେଜର ଗର୍ବ ଓ ଗୌରବମୟ ସଫଳତା

ଆୟୁଷ ଡିଗ୍ରୀ କଲେଜର ଗର୍ବ ଓ ଗୌରବମୟ ସଫଳତା

ଆୟୁଷ ଡିଗ୍ରୀ କଲେଜର ଗର୍ବ ଓ ଗୌରବମୟ ସଫଳତା ତାତିଖ :-14/06/26 ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ବିଶ୍ୱବିଦ୍ୟାଳୟ ସ୍ତରରେ ଦୁଇ ଛାତ୍ରୀଙ୍କ କୃତିତ୍ୱ, ଭିକ୍ରମ ଦେବ ୟୁନିଭେର୍ସିଟି ଟପ୍ପର ସୃଷ୍ଟି କରି ଗୌରବ ଆଣିଛି ଆୟୁଷ ଡ଼ିଗ୍ରୀ କଲେଜ ଚଳିତ ବର୍ଷର +୩ ତୃତୀୟ ବର୍ଷ ପରୀକ୍ଷା ଫଳାଫଳରେ ଆୟୁଷ ଡିଗ୍ରୀ କଲେଜ ରାମନାଗୁଡା ଏକ ଅଭୂତପୂର୍ବ ସଫଳତା ହାସଲ କରି ଅଞ୍ଚଳର ଶିକ୍ଷା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। କଲେଜର ସମସ୍ତ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଶତପ୍ରତିଶତ ଫଳାଫଳ ହାସଲ କରିଥିବା ବେଳେ, ଦୁଇ ମେଧାବୀ ଛାତ୍ରୀ ବିଶ୍ୱବିଦ୍ୟାଳୟ ସ୍ତରରେ ଉଲ୍ଲେଖନୀୟ ସ୍ଥାନ ଅଧିକାର କରି କଲେଜର ଗୌରବକୁ ଆହୁରି ବୃଦ୍ଧି କରିଛନ୍ତି ଶିଳ୍ପ ସମ୍ପର୍କ ଏବଂ କର୍ମଚାରୀ ପରିଚାଳନା (IRPM) ବିଭାଗର ମେଧାବୀ ଛାତ୍ରୀ ଗୁଡ଼ଲା ଦୀକ୍ଷିତା 8.66 CGPA ଅଙ୍କ ସହ ବିଶ୍ୱବିଦ୍ୟାଳୟ ସ୍ତରରେ ଶ୍ରେଷ୍ଠ ସ୍ଥାନ ହାସଲ କରିଥିବା ବେଳେ, ଇତିହାସ ବିଭାଗର ଛାତ୍ରୀ ମାନିନୀ ପାଣି 8.65 CGPA ରଖି ନିଜ ମେଧା ଓ ପରିଶ୍ରମର ପରିଚୟ ଦେଇଛନ୍ତି। ସେମାନଙ୍କ ଏହି କୃତିତ୍ୱ କେବଳ କଲେଜ ପାଇଁ ନୁହେଁ, ସମଗ୍ର ରାୟଗଡା ଜିଲ୍ଲା ଏବଂ ଅଞ୍ଚଳବାସୀଙ୍କ ପାଇଁ ଗର୍ବର ବିଷୟ ପାଲଟିଛି। କଲେଜର ଏହି ଚମତ୍କାର ସଫଳତା ପଛରେ ନିୟମିତ ପାଠଦାନ, ପରୀକ୍ଷାମୁଖୀ ପ୍ରସ୍ତୁତି, ଆଧୁନିକ ଶିକ୍ଷା ପଦ୍ଧତି ଏବଂ ଅଧ୍ୟାପକମାନଙ୍କ ନିରନ୍ତର ତତ୍ତ୍ୱାବଧାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଛାତ୍ରଛାତ୍ରୀଙ୍କ ଅକ୍ଳାନ୍ତ ପରିଶ୍ରମ ଓ ଶିକ୍ଷକମାନଙ୍କ ନିଷ୍ଠାପୂର୍ଣ୍ଣ ମାର୍ଗଦର୍ଶନ ଏହି ସଫଳତାକୁ ସମ୍ଭବ କରିଛି ବୋଲି କଲେଜ କର୍ତ୍ତୃପକ୍ଷ ମତ ପ୍ରକାଶ କରିଛନ୍ତି। ଫଳାଫଳ ପ୍ରକାଶ ପାଇବା ପରେ କଲେଜ ପରିସରରେ ଖୁସିର ଲହରୀ ଖେଳିଯାଇଥିଲା। ଛାତ୍ରଛାତ୍ରୀମାନେ ପରସ୍ପରକୁ ମିଠା ଖୁଆଇ ଆନନ୍ଦ ଉତ୍ସବ ପାଳନ କରିଥିବା ବେଳେ, ଅଧ୍ୟାପକ ଓ ଅଭିଭାବକମାନେ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ। କଲେଜ ପରିଚାଳନା କମିଟି, ଅଧ୍ୟକ୍ଷ, ଅଧ୍ୟକ୍ଷା, ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀମାନେ ଏହି ଐତିହାସିକ ସଫଳତା ପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ମଧ୍ୟ ଏଭଳି ସଫଳତାର ଧାରା ଅବ୍ୟାହତ ରଖିବାକୁ ଦୃଢ଼ ସଂକଳ୍ପ ବ୍ୟକ୍ତ କରିଛନ୍ତି। ଗୁଣାତ୍ମକ ଶିକ୍ଷା, ନୈତିକ ମୂଲ୍ୟବୋଧ ଏବଂ ସର୍ବାଙ୍ଗୀଣ ବିକାଶ ମାଧ୍ୟମରେ ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସଫଳତାର ଶିଖରରେ ପହଞ୍ଚାଇବା ପାଇଁ କଲେଜ ସଦା ପ୍ରତିବଦ୍ଧ ରହିବ ବୋଲି କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି। କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ରବି ଚୌଧୁରୀ ଏହି ଅବିସ୍ମରଣୀୟ ସଫଳତା ପାଇଁ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା ଓ ଅଭିଭାବକମାନଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଥିଲେ ଯେ, ଆୟୁଷ ଡିଗ୍ରୀ କଲେଜର ଏହି ସଫଳତା କେବଳ ଫଳାଫଳର ସଫଳତା ନୁହେଁ, ବରଂ ନିଷ୍ଠା, ଅଧ୍ୟବସାୟ, ଶୃଙ୍ଖଳା ଓ କଠିନ ପରିଶ୍ରମର ବିଜୟ। ଶିକ୍ଷକମାନଙ୍କର ଅକ୍ଳାନ୍ତ ପରିଶ୍ରମ, ଛାତ୍ରଛାତ୍ରୀଙ୍କ ଦୃଢ଼ ସଂକଳ୍ପ ଏବଂ ଅଭିଭାବକମାନଙ୍କ ସହଯୋଗ ଏହି ସଫଳତାର ମୂଳ ଆଧାର ବୋଲି ସେ ମତ ପ୍ରକାଶ କରିଥିଲେ ଶ୍ରୀ ଚୌଧୁରୀ ଆହୁରି କହିଥିଲେ, "କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି। ଲକ୍ଷ୍ୟ ପ୍ରତି ଏକାଗ୍ରତା, ନିୟମିତ ଅଧ୍ୟୟନ ଏବଂ ଦୃଢ଼ ଇଚ୍ଛାଶକ୍ତି ଥିଲେ ସଫଳତା ନିଶ୍ଚିତ ଭାବେ ମିଳିଥାଏ।" ସେ ବିଶ୍ୱବିଦ୍ୟାଳୟ ସ୍ତରରେ କୃତିତ୍ୱ ହାସଲ କରିଥିବା ଗୁଡ଼ଲା ଦୀକ୍ଷିତା ଓ ମାନିନୀ ପାଣିଙ୍କୁ ସ୍ୱତନ୍ତ୍ର ଭାବେ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଏହି ସଫଳତା ଆଗାମୀ ଦିନରେ ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ଏବଂ ଆୟୁଷ ଡିଗ୍ରୀ କଲେଜ ଶିକ୍ଷା କ୍ଷେତ୍ରରେ ଆହୁରି ନୂତନ ମାଇଲଖୁଣ୍ଟ ସ୍ଥାପନ କରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ। ରାୟଗଡା ଜିଲ୍ଲା ପ୍ରତିନିଧି ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ ବିଶେଷ ଖବର