ସଂଶୋଧିତ ଫର୍ମ-୬ କୁ ଅଦାଲତ ମଞ୍ଜୁରୀ ନାହିଁ

ସଂଶୋଧିତ ଫର୍ମ-୬ କୁ ଅଦାଲତ ମଞ୍ଜୁରୀ ନାହିଁ

*ଏସଆଇଆରରେ ମତଦାତା ସୂଚୀରେ ନାଁ ସାମିଲ କରିବାକୁ ବ୍ୟବହାର ହେଉଥିବା ସଂଶୋଧିତ ଫର୍ମ-୬ କୁ ଅଦାଲତ ମଞ୍ଜୁରୀ ଦେଇନାହାନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ସିଇସି ଜ୍ଞାନେଶ କୁମାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି ସମ୍ପର୍କିତ ପିଟିସନ ଶୁଣାଣୀ ବେଳେ ଏହା ସ୍ପଷ୍ଟ କରିଛନ୍ତି। ରେକର୍ଡ ସାମ୍ନାକୁ ଆସିବା ପରେ ଏବେ କୋର୍ଟ ଦେଖିବାକୁ ଚାହିଁଛନ୍ତି ଯେ, କିଏ ଏହି ସଂଶୋଧିତ ଫର୍ମ ଜାରି କଲା।

ସିଜେଆଇଙ୍କ ଏ ଟିପ୍ପଣୀ ପରେ ଗଲା ସପ୍ତାହରେ ନିର୍ବାଚନ ଆୟୋଗ କରିଥିବା ଦାବିକୁ ନେଇ ପ୍ରଶ୍ନବାଚୀ ଛିଡ଼ା ହୋଇଛି। କମିଶନ କହିଥିଲେ, କିଛି ରାଜ୍ୟରେ ଚାଲିଥିବା ଏସଆଇଆର ବେଳେ ଅନଲାଇନ ଫର୍ମ-୬ ସହ ଯୋଡ଼ାଯାଇଥିବା ନୂଆ ଘୋଷଣାପତ୍ର ସୁପ୍ରିମକୋର୍ଟଙ୍କ ଦ୍ୱାରା ମଞ୍ଜୁରୀ ପାଇଛି।*