ସମ୍ଭାବ୍ୟ ଲଘୁଚାପକୁ ନେଇ ଚିନ୍ତାରେ ଚାଷୀ ।
ସମ୍ଭାବ୍ୟ ଲଘୁଚାପକୁ ନେଇ ଚିନ୍ତାରେ ଚାଷୀ ।
ଆସନ୍ତା ୨୭ତାରିଖରୁ ଲଘୁଚାପ ପ୍ରଭାବରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ମାଲକାନଗିରି ଜିଲ୍ଲାରେ ଏହାର ପ୍ରଭାବ ପଡ଼ିବା ନେଇ ପାଣିପାଗ ବିଭାଗ ସୂଚନା ଦେବା ପରେ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ ଧାନ ଅମଳ କରି ଗଦା କରି ରଖୁଥିବା ଦେଖିବାକୁ ମିଳୁଛି। ଜିଲ୍ଲାର ସମସ୍ତ ବ୍ଲକରେ ଚାଷୀ ବର୍ତ୍ତମାନ ଧାନ ଅମଳରେ ବ୍ୟସ୍ତ ରହିଛନ୍ତି।
ଜିଲ୍ଲାରେ ଶୀତ ପଡ଼ିବା ପରେ ଧାନ ଅମଳ ନେଇ ଚାଷୀ ଚିନ୍ତାରେ ଥିଲେ | ପୁଣି ବାତ୍ୟା ପରେ ଲଘୁଚାପ ହେବା ନେଇ ସୂଚନା ପାଇବା ପରେ ଏବେ ତରବରିଆ ଭାବେ ଧାନ କାଟି ଘରକୁ ଆଣିବା ପାଇଁ ଚାଷୀ ଅଣ୍ଟା ଭିଡିଛନ୍ତି । ଧାନ କାଟିବା ପରେ ଅଧିକ ଦରରେ ଅମଳ ଯନ୍ତ୍ର ଭଡ଼ାରେ ଆଣୁଛନ୍ତି। ଧାନ ଅମଳ ପରେ ଘରକୁ ବୋହି ନେଉଥିବା ଦେଖିବାକୁ ମିଳୁଛି। ଯଦି ବର୍ଷା ହୁଏ ତେବେ ଜମିରେ ପଡ଼ିଥିବା ସୁନାର ଫସଲ ନଷ୍ଟ ହେବା ସହ ବର୍ଷକର ଦାନା ପାଣିରେ ପଡ଼ିବ ବୋଲି ଚାଷୀମାନେ କହିଛନ୍ତି । ଯେତେ ଟଙ୍କା ଖର୍ଚ୍ଚ ହେଲେ ମଧ୍ୟ ଚାଷୀ ଯନ୍ତ୍ର ସାହାଯ୍ୟରେ ଧାନ କାଟି ଘରକୁ ନେବାକୁ ପ୍ରସ୍ତୁତ ରହିଛନ୍ତି। ଅନେକ ଚାଷ ଧାନ କାଟି ଜମିରେ ଗଦା କରୁଥିବା ବେଳେ ପୁଣି ଲଘୁଚାପ ସୃଷ୍ଟି ହୋଇ ବର୍ଷାର ଭୟ ଦେଖାଇଛି।
ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର



