ହଠାତ ସୁନା ଦର ରେ ଲାଗିଲା ନିଆଁ..
*ଆମଦାନୀ ଶୁଳ୍କ ବୃଦ୍ଧି ପରେ ଦେଶରେ ହାଇଜମ୍ପ୍ ମାରିଲା ସୁନା ଦର। ୨୪ କ୍ୟାରେଟ୍ ସୁନା ଦର ଏକାଥରକେ ୧୩,୯୧୦ ଟଙ୍କା ବୃଦ୍ଧି ପାଇଛି। ଗତ କାଲି ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମକୁ ୧ ଲକ୍ଷ ୫୩ ହଜାର ୯୮୦ ଟଙ୍କା ଥିବା ବେଳେ ଆଜି ତାହା ବୃଦ୍ଧି ପାଇ ୧ଲକ୍ଷ ୬୭ ହଜାର ୮୯୦ ଟଙ୍କା ହୋଇଛି।*
*ସେହିପରି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧୨,୭୫୦ ଟଙ୍କା ବୃଦ୍ଧି ପାଇ ୧ଲକ୍ଷ ୫୩ ହଜାର ୯୦୦ ଟଙ୍କାରେ ପହଞ୍ଚିଛି। ଗତ କାଲି ତାହା ୧ ଲକ୍ଷ ୪୧ ହଜାର ୧୫୦ ଟଙ୍କା ଥିଲା।*
*୧୮ କ୍ୟାରେଟ୍ ସୁନା ଦର ୧୦ ହଜାର ୪୩୦ ଟଙ୍କା ବଢି ୧ ଲକ୍ଷ ୨୫ ହଜାର ୯୨୦ ଟଙ୍କା ହୋଇଛି। ଗତ କାଲି ତାହା ୧ ଲକ୍ଷ ୧୫ ହଜାର ୪୯୦ ଟଙ୍କା ଥିଲା।*
*ଅନ୍ୟପଟେ ରୁପା ମଧ୍ୟ ଢେର ବଢିଛି। ରୁପା ୧ କେଜି ପିଛା ୩୦ ହଜାର ଟଙ୍କା ବଢିଛି। ଗତ କାଲି ରୁପା ଦର ୩ ଲକ୍ଷ ଟଙ୍କା ଥିବା ବେଳେ ଆଜି ତାହା ବୃଦ୍ଧି ପାଇ ୩ ଲକ୍ଷ ୩୦ ହଜାର ଟଙ୍କାରେ ପହଞ୍ଚିଛି।*


admin 
