ବଦଳିର ୫ ମାସ ପରେ ବି କାଗଜପତ୍ର ହସ୍ତାନ୍ତର ହୋଇନଥିବା ଅଭିଯୋଗ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନେଇ ସରପଞ୍ଚଙ୍କ ଅଭିଯୋଗ

ବଦଳିର ୫ ମାସ ପରେ ବି କାଗଜପତ୍ର ହସ୍ତାନ୍ତର ହୋଇନଥିବା ଅଭିଯୋଗ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନେଇ ସରପଞ୍ଚଙ୍କ ଅଭିଯୋଗ

ମାଥିଲି,  ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ମହୁପଦର–କମାରପଲ୍ଲୀ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ହେମନ୍ତ ମାଝିଙ୍କ ବଦଳି ହୋଇ ୫ ମାସ ବିତିଯାଇଥିଲେ ମଧ୍ୟ ସେ ପଞ୍ଚାୟତ କାର୍ଯ୍ୟାଳୟର କାଗଜପତ୍ର ଓ ଦାୟିତ୍ୱ ହସ୍ତାନ୍ତର କରିନଥିବା ନେଇ ମହୁପଦର ସରପଞ୍ଚ ବୃନ୍ଦାବତୀ କମାର୍ ପଲି ସରପଞ୍ଚ ଜଗି ମଢି ଅଭିଯୋଗ କରିଛନ୍ତି।
ସରପଞ୍ଚଙ୍କ ଅଭିଯୋଗ ଅନୁଯାୟୀ, ପିଇଓଙ୍କ ବଦଳି ପରେ ମଧ୍ୟ ପଞ୍ଚାୟତ ସମ୍ବନ୍ଧୀୟ ଆବଶ୍ୟକ କାଗଜପତ୍ର ଓ ଦାୟିତ୍ୱ ନୂତନ କର୍ମଚାରୀଙ୍କୁ ହସ୍ତାନ୍ତର କରାଯାଇନାହିଁ। ଫଳରେ ପଞ୍ଚାୟତର ବିଭିନ୍ନ ପ୍ରଶାସନିକ କାର୍ଯ୍ୟରେ ସମସ୍ୟା ସୃଷ୍ଟି ହେଉଥିବା ସେ ଦାବି କରିଛନ୍ତି।
ଏତେ ସମୟ ଧରି କାଗଜପତ୍ର ହସ୍ତାନ୍ତର ନହେବା ପଛରେ କାରଣ କ’ଣ, ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ସରପଞ୍ଚଙ୍କ ଅଭିଯୋଗ ଅନୁସାରେ, ଘଟଣାରେ କୌଣସି ଅନିୟମିତତା ରହିଛି କି ନାହିଁ, ସେନେଇ ତଦନ୍ତ ହେବା ଆବଶ୍ୟକ।
ତେବେ ଏହି ଅଭିଯୋଗର ସତ୍ୟତା କ’ଣ ଏବଂ କାଗଜପତ୍ର ହସ୍ତାନ୍ତରରେ ବିଳମ୍ବର ପ୍ରକୃତ କାରଣ କ’ଣ, ତାହା ସମ୍ପୃକ୍ତ ବ୍ଲକ ପ୍ରଶାସନର ସ୍ପଷ୍ଟୀକରଣ ପରେ ହିଁ ଜଣାପଡ଼ିବ। ଘଟଣାରେ ପ୍ରଶାସନ ପକ୍ଷରୁ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ମହଲରେ ଦାବି ହେଉଛି।