ହାତୀ ଆକ୍ରମଣ ଓ ପ୍ରତିରୋଧକ ପଦକ୍ଷେପ ପାଈଁ ସାମ୍ବାଦିକ ସମ୍ମିଳନ I

ହାତୀ ଆକ୍ରମଣ ଓ ପ୍ରତିରୋଧକ ପଦକ୍ଷେପ ପାଈଁ ସାମ୍ବାଦିକ ସମ୍ମିଳନ I
ପ୍ରସାଦ ନାୟକ ତାରିଖ ୨୬,୦୭ ୨୦୧୫ ରେ ୨ ଟି ହାତୀ ଏକ ପଲ ରୁ ଅଲଗା ହୋଇ ଘୁମୁସର ଉତ୍ତର ଡିଭିଜନରୁ ଫୁଲବାଣୀ ଡିଭିଜନର ଜି. ଉଦୟଗିରି ରେଞ୍ଜକୁ ଚାଲିଗଲେ। ଗୋଟିଏ କି. ଉଦୟଗିରି ସେକ୍ସନର ଜି. ଉଦୟଗିରି ପାଜିମାହା ଏବଂ ମାଲାନସୁଗା ଗ୍ରାମ ଅଞ୍ଚଳରେ ପ୍ରବେଶ କଲା ଏବଂ ଅନ୍ୟ ଏକ କୁରମୀଙ୍ଗିଆ ସେକ୍ସନରେ ପ୍ରବେଶ କଲା ।
ତାରିଖ ୨୭.୦୭ ୨୦୨୫ ରୂ ସନ୍ଧ୍ୟା ୫ଟାରୁ ସନ୍ଧ୍ୟା ୬ଟା ମଧ୍ଯରେ ପାଜିମାହା ଗାଁ ରେ ଗୋଟେ ଲୋକକୁ ଦଳି ମାରିଦେଇଥିବା ଜଣାପଡିଛି। ଗୋଟିଏ ଦିନ ଧରି ଚାଲିବା ପରେ ତାରିଖ ୨୮.୦୭.୨୦୨୫ ରେ ରେ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ସେହି ଫ * ମାରିଲା । ପରଦିନ ତାରିଖ ୨୯.୦୭.୨୦୧୫ ରେ ପୁଣି ସେହି ହାତୀ ଆଦଶିକୁମ୍ପା ଗାଁ ର ଜଣେ ବ୍ୟକ୍ତି ଙ୍କୁ ମାରିଥିଲା।
। ଦୁଃଖଦ ଘଟଣାରେ ଦୁଇଟି ମଣିଷଙ୍କ ମୃତ୍ୟୁ ଏବଂ ଗୋଟିଏ ଗାଈ ର ମୃତ୍ୟୁ ଯୋଗୁ ବନ ବିଭାଗ ଆଗକୁ ଦୁର୍ଘଟଣାକୁ ରୋକିବା ଏବଂ ଜନସାଧାରଣଙ୍କ ସୁରକ୍ଷା ସୁନିଶୃତ କରିବା ପାଇଁ ବିହିତ ପଦକ୍ଷେପ ନେଇଛି ବୋଲି ଗଣମାଧ୍ୟମରେ ପ୍ରକାଶ କରିଛି। କ୍ଷତିପୂରଣ ପୂରଣ ସହାୟତା ବାବଦରେ ମୃତକଙ୍କ ପରିବାରକୁ ୧୦୦୦୦୦ ଟଙ୍କା ଦିଆଯାଇଛି। ବାକି ଟଙ୍କା ଦସ ରୁ ପନ୍ଦର ଦିନ ଭିତରେ ଦିଆଯିବ ବୋଲି ବନ ବିଭାଗ ତରଫରୁ ପ୍ରତିଶ୍ରୁତି ଦିଆଯାଇଛି। ଉକ୍ତ ସ୍ଥାନରେ ନିୟନ୍ତ୍ରଣ କକ୍ଷ ପ୍ରତିଷ୍ଠା କରାଯିବା ଫଳରେ ପ୍ରଭାବିତ ଅଞ୍ଚଳରେ ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଇପରିବ। ପ୍ରକୃତ ସମୟର ସୁନିଶ୍ରିତ କରିବା ଏବଂ ହାତୀ ର ଗତିବିଧି ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ସହିତ ଯୋଗାଯୋଗ କରିବା ପାଇଁ ସ୍ଥାପନ କରାଯାଇଛି।
ଯାନବାହାନ ମୃତୟନ ଏବଂ ଜନସଚେତନତା ପାଇଁ ଦୃତ ପ୍ରତିକ୍ରିୟା ଏବଂ ଅଧୁକ ମୃତାହତକୁ ରୋକିବା ପାଇଁ ରଣନୈତିକ ସ୍ଥାନରେ ମୋଟ 12 ଟି ଗାଡି ନିୟୋଜିତ କରାଯାଇଛି। ସ୍ଥାନୀୟ ବାସିନ୍ଦାଙ୍କୁ ସଚେତନ ଏବଂ ଶିକ୍ଷିତ କରିବା ପାଇଁ ହାତୀ ଉପସ୍ଥିତିର ପାଞ୍ଚ କିଲୋମିଟର ପରିଧି ମଧ୍ୟରେ । । ଥୁବା ଗ୍ରାମଗୁଡ଼ିକରେ ମାଇକ ମାଧ୍ୟମରେ ଗଣସଚେତନତା କରାଯାଉଛି।
ମାନବ ସମ୍ବଳ ନିୟୋଜିତ ହାତୀ ଗତିବିଧି ଉପରେ ନଜର ରଖୁବା ଏବଂ କ୍ଷେତ୍ର ପରିସ୍ଥିତି ପରିଚାଳନା କରିବା ପାଇଁ ସମସ୍ତ ରେଞ୍ଜରୁ ମୋଟ ୭୦ ଜଣ କର୍ମଚାରୀ ନିୟୋଜିତ କରାଯାଇଛି।
ନୂତନ ବୈଜ୍ଞାନିକ ପ୍ରଯୁକ୍ତିବିଦ୍ୟାରେ ସମ୍ପୂର୍ଣ୍ଣ ସଜ୍ଜିତ ଏକ ଦ୍ରୁତ ପ୍ରତିକ୍ରିୟା ଦଳକୁ ଆଉ ଶୂନ୍ୟ ମୃତାହତ ସୁନିଶ୍ଚିତ କରିବା ପାଇଁ ନିୟୋଜିତ କରାଯାଇଛି ।
ଜନସଚେତନତା ବୈଠକ - ହାତୀ ଗତିବିଧି ଉପରେ ଜନସାଧାରଣଙ୍କୁ ଅବଗତ କରାଇବା ଏବଂ ସୁଗମ ତଦାରଖ କରିବା ପାଇଁ ନିୟମିତ ଭାବରେ ଜନସଚେତନତା ବୈଠକ ଆୟୋଜନ କରାଯାଉଛି।
ଡ୍ରୋନର ନିୟୋଜିତତା - ଜଙ୍ଗଲ ଅଞ୍ଚଳରେ ହାତୀର ଉପସ୍ଥିତି ଏବଂ ତାର ଗତିବିଧି ଚିହ୍ନଟ କରିବା ପାଇଁ କ୍ଷେତରେ ୫ଟି ଜୋନର ନିୟୋଜିତ କରାଯାଇଛି।
ଲାଇନ ଡିପାର୍ଟମେଣ୍ଟର ଅଧୁକାରୀମାନେ ସାଧାରଣ ଜନତା ଏବଂ ବନ୍ୟପ୍ରାଣୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବନ ବିଭାଗକୁ ପୂର୍ଣ୍ଣ ସହଯୋଗ ଯୋଗାଇ ଦେଉଛନ୍ତି ।
ବନ ବିଭାଗ ଜନସାଧାରଣଙ୍କ ସୁରକ୍ଷା ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ପ୍ରତିବଦ୍ଧ, ଏବଂ ଏହି ଗୁରୁତ୍ଵପୂର୍ଣ୍ଣ ସମୟରେ ଜନସାଧାରଣଙ୍କୁ ସତର୍କ ରହିବାକୁ ଏବଂ ଅଧିକାରୀମାନଙ୍କୁ ସହଯୋଗ କରିବାକୁ ନିବେଦନ କରୁଛି ବାନ ବିଭାଗ