2026ପି, ଏମ, ଶ୍ରୀ, ସୁରଭି କାଯ୍ୟକ୍ରମ ମହା ଧୁମ ଧାମ ରେ ପାଳିତ

2026ପି, ଏମ, ଶ୍ରୀ, ସୁରଭି କାଯ୍ୟକ୍ରମ ମହା ଧୁମ ଧାମ ରେ ପାଳିତ

ତାରିଖ -୭/୧୦/୨୬ ରିଖ(ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ )ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ଘଞ୍ଚ ଜଙ୍ଗଲ ପର୍ବତ ମାଳାର ସୌନ୍ଦର୍ଯ୍ୟ ପ୍ରାକୃତିକ ତ୍ରିବେଶୀ ନଦୀ ପାର୍ଶ୍ଵରେ ଥିବା ବ୍ଲକ ଚନ୍ଦ୍ରପୁର ଆଜି ପି.ଏମ୍ ଶ୍ରୀ ସରକାରୀ (ଏସ୍. ଏସ୍. ଡି) ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ ଆଞ୍ଚଳିକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ଲକ୍ ବି. ଈ.ଓ ଶ୍ରୀ ଗଣେଶ ସବର( ମୁଖ୍ୟ ଅତିଥି) ଙ୍କ ଉପସ୍ଥିତି ରେ ଏ.ବି. ଓ ଶ୍ରୀ ଉମାକାନ୍ତ ମିଶାଲ( ସମ୍ମାନୀତ ଅତିଥି)ଏବଂ ଡ. ଭସ୍କର ଗମାଙ୍ଗ, ବରିଷ୍ଠ ଶିକ୍ଷକ ଶ୍ରୀ ପ୍ରଦିପ ଚୌଧୁରୀ , ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧକ୍ଷ ଶ୍ରୀ ଜଗନ୍ନାଥ ମେହେର, ଓ ଏ ଭି ଅଧ୍ୟକ୍ଷ ଶ୍ରୀ କାଳନ୍ଦୀ ଚରଣ ରାଉତ, ସି ଆର ସି ସି ଶ୍ରୀ ରଜନୀକାନ୍ତ ବଳିୟାରସିଂହ, ଶ୍ରୀ ରାଜେନ୍ଦ୍ର ବେହେରା, ଶ୍ରୀ ପ୍ରଦୀପ କୁମାର ବାଉରୀ ଏବଂ ୧୪ ଗୋଟି ସ୍କୁଲ ର ଶିକ୍ଷକ ମାନଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମ ସଫଳ ରୂପାୟନ ନେଇଛି। ପି.ଏମ୍.ଶ୍ରୀ ବିଦ୍ୟାଳୟ ର ଶିକ୍ଷକ କୁନା କୁମାର ମାଝୀ, ମକର ତୁଇକା,ରୁଦ୍ର ନାରାୟଣ ବାଗ,ସୁନୀଲ ମହାନ୍ତି,ଶ୍ରୀକାନ୍ତ ହୋତ୍ତା,ସଞ୍ଜିତ କୁମାର ସାହୁ ଙ୍କ ବିଶେଷ ସହଯୋଗ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ମଞ୍ଚ ପରିଚାଳନା କରିଥିଲେ ଡ. ପ୍ରଦୀପ କୁମାର ଚୌଧୁରୀ ଏବଂ ସି ଆର୍ ସି ସି ରଜନୀକାନ୍ତ ବଳିୟାରସିଂହ । ୧୪ ଗୋଟି ବିଦ୍ୟାଳୟ ର ୨୦୦ ପିଲା ୧୧ ଗୋଟି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ । ମଧ୍ୟାହ୍ନ ଭୋଜନ ଓ ପୋଷଣ ପୋଷଣ ସଚେତନତା ଚିତ୍ରକଳା ଅତିଥି ମନଙ୍କ ମନମୁଗ୍ଧ ଓ ଆକର୍ଷଣ କରିଥିଲା । ଶେଷ ରେ ୧୪ ଗୋଟି ବିଦ୍ୟାଳୟ ର ଛାତ୍ର ଓ ଛାତ୍ରୀ ନୃତ୍ୟ ପରିବେଷଣ କରିଥିଲେ। ଅତିଥି ମାନେ ଅତ୍ୟନ୍ତ ସନ୍ତୋଷ ଜନକ ପ୍ରକାଶ କରିଥିଲେ।ଶେଷ ରେ ଧନ୍ୟଵାଦ ଜ୍ଞାପନ କରି ସଭା ଭଙ୍ଗ କରାଯାଇଥିଲା 

ରାୟଗଡା ଜିଲ୍ଲା ପ୍ରତିନିଧି ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ ବିଶେଷ ଖବର