ଅଙ୍ଗରାଗ ନୃତ୍ୟାନୁଷ୍ଠାନର "୩ୟ ନାୟିକା ସମ୍ମାନ

(ଦରବାର ଖବର) ୧୯-୦୨-୨୦୨ ଅଙ୍ଗରାଗ ନୃତ୍ୟାନୁଷ୍ଠାନର "୩ୟ ନାୟିକା ସମ୍ମାନ- ୨୦୨୪” ଆୟୋଜିତ ହୋଇଯାଇଛି । ୨ଟି ଅଧିବେଶନରେ ଏହି ଉତ୍ସବକୁ ଆୟୋଜିତ କରାଯାଇଛି । ପ୍ରଥମ ଅଧିବେଶନ ଦିବା ୩ ଘଟିକାରୁ ଆରମ୍ଭ ହୋଇ ୬ଟା ପର୍ଯ୍ୟନ୍ତ ଚାଲିଥିଲା । ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଣିପାତ କରି ଅଧିବେଶନକୁ ଆରମ୍ଭ କରାଯାଇଥିଲା । ମୁଖ୍ୟ ଅତିଥି ତଥା ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସେମାନେ ହେଲେ-
ପ୍ରଥମେ ଅଙ୍ଗରାଗ ଅନୁଷ୍ଠାନର ଛାତ୍ରୀମାନେ ଏକକ ଅଭିନୟ ଉପସ୍ଥାପନା କରିଥିଲେ । ଅତିଥମାନେ ଓଡିଶୀ ନୃତ୍ୟର ପ୍ରଚାର ପ୍ରସାର ଦିଗରେ ଆଲୋଚନା କରିଥିଲେ । ଗୁରୁ ଶ୍ରୀମତୀ ମିନତି ପ୍ରଧାନଙ୍କୁ "ନାୟିକା ସମ୍ମାନ- ୨୦ ୨୪" ରେ ସମ୍ମାନିତ କରାଯାଇଥିଲା। ଏହାପରେ, ଶ୍ରଦ୍ଧାସିନୀ ପ୍ରିୟଦର୍ଶିନୀ (ଓଡିଶୀ ଏକକ ନୃତ୍ୟ), ପୁରୀ ତ୍ୟାନୁ ଏକାଡେମୀ, ଅଙ୍ଗିକା ନୃତ୍ୟାନୁଷ୍ଠାନ, ନୃତ୍ୟସୁଧା ତ୍ୟାନ୍ସ ଏକାଡେମୀ, ଏବଂ ଶେଷରେ ଅଙ୍ଗରାଗର ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶିତ ହୋଇଥିଲା ।
ରକ୍ତ ରତ୍ସବର ୨ୟ ଅଧିବେଶ ସନ୍ଧ୍ୟା ୭ଟା ରୁ ଆରମ୍ଭ ହୋଇ ୯ଟା ପର୍ଯ୍ୟନ୍ତ ହୋଇଥିଲା । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଅର୍ଘ୍ୟ ପ୍ରଦାନ କରି ସନ୍ଧ୍ୟା ଅଧିବେଶନ ଆରମ୍ଭ କରାଯାଇଥିଲା । ମୁଖ୍ୟ ଅତିଥୁ ତଥା ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସନ୍ଧ୍ୟା ଅଧିବେଶନରେ ଉପସ୍ଥିତ ଥିଲେ। ସେମାନେ ହେଲେ-
ଗୁରୁ ତଃ ସ୍ନେହପ୍ରଭା ସାମନ୍ତରାୟଙ୍କୁ "ନାୟିକା ସମ୍ମାନ-୨୦୨୪" ରେ ସମ୍ମାନିତ କରାଯାଇଥିଲା। ଏବଂ ଅନ୍ୟ ଅତିଥ୍ ତଥା ସମସ୍ତ ନୃତ୍ୟଶିଳ୍ପୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବଦ୍ଧନା କରାଯାଇଥିଲା। ଓଡିଶୀ ନୃତ୍ୟ ଓ ଏହାର ସମଗ୍ର ବିଶ୍ଵରେ ପ୍ରଚାର ପ୍ରସାର ଉପରେ ଅତିଥିମାନେ ଆଲୋଚନା କରିଥିଲେ । ସନ୍ଧ୍ୟା କାର୍ଯ୍ୟକ୍ରମରେ ପ୍ରଥମେ ତ୍ରିଧାରା ନୃତ୍ୟାନୁଷ୍ଠାନ, ନୃତ୍ୟ ନୈବେଦ୍ୟ, ଦେବଦାସୀ ନୃତ୍ୟନୁଷ୍ଠାନ ଶେଷରେ ଅଙ୍ଗରାଗର ସମ୍ବଲପୁରୀ ନୃତ୍ୟ ପଦର୍ଶିତ ହୋଇଥିଲେ । ଶେଷରେ ସଭାପତି ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।