ବୌଦ୍ଧ ଜିଲ୍ଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନଗର ବୈଠକ ଅନୁଷ୍ଠିତ .

ବୌଦ୍ଧ ଜିଲ୍ଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନଗର ବୈଠକ ଅନୁଷ୍ଠିତ ବୌଦ୍ଧ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ,ବୌଦ୍ଧ ଜିଲ୍ଲା ର ବୌଦ୍ଧ ନଗର ବୈଠକ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ବୌଦ୍ଧ ଠାରେ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଆଗାମୀ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା କରାଯାଇଥିଲା ଓ ଆଗାମୀ ଶିକ୍ଷା ବର୍ଷ ପାଇଁ ଅଧିକରୁ ଅଧିକ ସଦସ୍ୟତା ଦ୍ଵାରା ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ବିଶ୍ଵର ସର୍ବବୃହତ ଅଣରାଜ ନୈତିକ ଛାତ୍ର ସଂଗଠନ ଏବିଭିପି ରେ ଅଧିକରୁ ଅଧିକ ସଦସ୍ୟତା ଅଭିଯାନ ଦ୍ଵାରା ସଂଗଠନ ରେ ବିଦ୍ୟାର୍ଥୀ ମାନଙ୍କୁ ଯୋଡ଼ାଯିବ। ,ବିଭିନ୍ନ ମହାବିଦ୍ୟାଳୟ ର ସମସ୍ୟା କୁ କେମିତି ସମାଧାନ କରାଯିବ ତା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।ବୌଦ୍ଧ ନଗର ରେ କେମିତି ସଂଗଠନ କାର୍ଯ୍ୟ କୁ ଆହୁରି ସୁଦୃଢ କରାଯିବ ତା ପାଇଁ ନିଷ୍ପତି ନିଆଯାଇଥିଲା। ଏହି ବୈଠକ ରେ ବୌଦ୍ଧ ଜିଲ୍ଲା ସଂଯୋଜକ ପ୍ରତ୍ୟୁଷ ରଞ୍ଜନ ଦାନୀ, ଓଡ଼ିଶା (ପଶ୍ଚିମ)ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୁଣ୍ୟଶ୍ଲୋକ ପଟ୍ଟନାୟକ, ବୌଦ୍ଧ ନଗର ସମ୍ପାଦକ ସିଦ୍ଧେଶ୍ୱର ମିଶ୍ର ଓ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ବୌଦ୍ଧ ଜିଲ୍ଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନଗର ବୈଠକ ଅନୁଷ୍ଠିତ .