NEET ପ୍ରଶ୍ନପତ୍ର ଲିକ ଘଟଣା : ଜିଲ୍ଲା କଂଗ୍ରେସର ବିକ୍ଷୋଭ : ମୋଦୀ-ଶାହା ଓ ଧର୍ମେନ୍ଦ୍ରଙ୍କ କୁଶ ପୁତ୍ତଳିକା ଦାହ
ବୌଦ୍ଧ:୨୩/୭(ରବିନ୍ଦ୍ର ପଟ୍ଟନାୟକ) NEET ଭଳି ଗୁରୁତ୍ବ ପୂର୍ଣ୍ଣ ପରୀକ୍ଷା ପରିଚାଳନାରେ ସରକାରଙ୍କ ବିଫଳତା ଏବଂ ଆନ୍ଦୋଳନ କରୁଥିବା ଛାତ୍ର ଛାତ୍ରୀ ଓ ବିରୋଧୀ ଦଳର ନେତାଙ୍କ ଉପରେ ଅଗଣତାନ୍ତ୍ରୀକ ଭାବେ କରିଥିବା ଜୁଲୁମର ପ୍ରତିବାଦରେ ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ଅବଦୁଲ କଲିମ ଖାଁ ଙ୍କ ନେତୃତ୍ୱରେ ଆଜି ସନ୍ଧ୍ୟା ୫ ଘଣ୍ଟା ସମୟରେ ଏକ ଶୋଭାଯାତ୍ରା ରଘୁନାଥ ମନ୍ଦିର ଠାରୁ ବାହାରି ବାଘଗୁଡ଼ା ଛକ ନିକଟରେ ପହଞ୍ଚିଥିଲେ ।
ଜିଲ୍ଲା ସଭାପତି ଏବଂ ଅନ୍ୟାନ୍ୟ ବରିଷ୍ଠ ନେତା ମାନେ ବର୍ତ୍ତମାନ ର ଶିକ୍ଷାନୀତି ପରିବର୍ତ୍ତନ ନହେଲେ ଦେଶର ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ନଷ୍ଟ ହେବ ତେଣୁ ତୁରନ୍ତ ଶିକ୍ଷା ମନ୍ତ୍ରୀ ଇସ୍ତଫା ନଦେବା ନେଇ ବିଜେପି ସରକାର ଉପରେ ବର୍ଷି ଥିଲେ ଏବଂ ସେଠାରେ କଂଗ୍ରେସ କର୍ମୀମାନେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହ ଓ ଗଣଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ | ଉକ୍ତ କାର୍ଯ୍ୟକ୍ରମ ରେ ବରିଷ୍ଠ କଂଗ୍ରେସ ନେତା ନବ କୁମାର ମିଶ୍ର ,ସମରେଶ ମିଶ୍ର ଓ ଅନ୍ୟାନ୍ୟ କଂଗ୍ରେସ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ


admin 
