ଆଦିବାସୀ ଦିବସ ଉତ୍ସହ ଓ ଉଦ୍ଦିପନା ସହ ପଳନ
ମାଥିଲି, ୦୯/୦୮ ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ ର କିଆଙ୍ଗ ଅଞ୍ଚଳରେ ଆଜି ବିଶ୍ୱ ଆଦିବାସୀ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଆଦିବାସୀ ସମାଜର ପରମ୍ପରା, ସଂସ୍କୃତି, ଭାଷା, ଜୀବନଶୈଳୀ ଓ ସାମାଜିକ ଅଧିକାରର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା।
କାର୍ଯ୍ୟକ୍ରମରେ କିଆଙ୍ଗ ସରପଞ୍ଚ ଲକ୍ଷ୍ମୀନାଥ ପୂଜାରୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଆଦିବାସୀ ସମାଜର ବିକାଶ ପାଇଁ ଶିକ୍ଷା, ସଚେତନତା ଓ ଏକତାର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ। ବାଲାରାଜୁ ଗେମେଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଦିବାସୀମାନଙ୍କ ଅଧିକାର ଓ ସାମାଜିକ ନ୍ୟାୟ ପାଇଁ ସମସ୍ତେ ଏକଜୁଟ ହୋଇ କାମ କରିବାକୁ ଆହ୍ୱାନ ଦେଇଥିଲେ।
ସେହିପରି ଆଦିବାସୀ ସଂଘର ସଭାପତି, ହାଲବା ସମାଜ ସଭାପତି କୃତ୍ତିବାସ ସମରଥ, ଆଜିର କାର୍ଯ୍ୟକ୍ରମର ମୁଖ୍ୟ ସଭାପତି ଗଗନ ଦୁରୁଆ ଏବଂ ମୁଖ୍ୟ ଉପଦେଷ୍ଟା ବଳଦେବ ନାୟକ ଉପସ୍ଥିତ ରହି ଆଦିବାସୀ ସମାଜର ଐତିହ୍ୟ ଓ ପରମ୍ପରାକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ସୁରକ୍ଷିତ ରଖିବା ନେଇ ନିଜ ନିଜ ମତ ରଖିଥିଲେ।
ଏହି ଅବସରରେ ବସନ୍ତ ମାଡ଼ି, କମାରପାଲି ସରପଞ୍ଚ ଜଗି ମାଡ଼ିଙ୍କ ସମେତ ବହୁ ସମାଜସେବୀ, ଜନପ୍ରତିନିଧି ଓ ଆଦିବାସୀ ସମାଜର ବହୁ ବ୍ୟକ୍ତି ଉପସ୍ଥିତ ରହିଥିଲେ।
ବକ୍ତାମାନେ କହିଥିଲେ ଯେ, ଆଦିବାସୀ ସମାଜର ନିଜସ୍ୱ ଭାଷା, ସଂସ୍କୃତି, ପରମ୍ପରା, ପର୍ବପର୍ବାଣୀ ଓ ପାରମ୍ପରିକ ଜୀବନଶୈଳୀ ହେଉଛି ଦେଶର ସାଂସ୍କୃତିକ ବିବିଧତାର ଏକ ଅମୂଲ୍ୟ ଅଂଶ। ଏହାର ସୁରକ୍ଷା ସହ ଆଦିବାସୀ ଯୁବପିଢ଼ିଙ୍କୁ ଉଚ୍ଚଶିକ୍ଷା ଓ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଦିଗରେ ଅଧିକ ପ୍ରୟାସ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।
କାର୍ଯ୍ୟକ୍ରମରେ ଆଦିବାସୀ ପରମ୍ପରା ଓ ସଂସ୍କୃତିକୁ ନେଇ ବିଭିନ୍ନ ଆଲୋଚନା ହେବା ସହ ଉପସ୍ଥିତ ସମସ୍ତେ ଆଦିବାସୀ ସମାଜର ଏକତା, ସ୍ୱାଭିମାନ ଓ ଅଧିକାରର ସୁରକ୍ଷା ପାଇଁ ଏକାଠି ହୋଇ କାମ କରିବାକୁ ସଂକଳ୍ପ ନେଇଥିଲେ। ଫଳରେ କିଆଙ୍ଗ ଅଞ୍ଚଳରେ ବିଶ୍ୱ ଆଦିବାସୀ ଦିବସ ପାଳନ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି କରିଥିଲା।
(ମାଥିଲି
ରୁ ପ୍ପେଶାଲ ରିପଟର ଶିବପ୍ରସାଦ ପରିଛା ବିଶେଷ ଖବର )


admin 
