ବେସରକାରୀ ଆବାସିକବିଦ୍ୟାଳୟରେ ମରଣାତ୍ମକ ଆକ୍ରମଣ,ଥାନାରେ ମାମଲା ଅଭିଯୋଗ।

ବେସରକାରୀ ଆବାସିକବିଦ୍ୟାଳୟରେ ମରଣାତ୍ମକ ଆକ୍ରମଣ,ଥାନାରେ ମାମଲା ଅଭିଯୋଗ।

ନୟାଗଡ଼ ୯।୮ ନୟାଗଡ଼ ଟାଉନ ଥାନା ଅନ୍ତର୍ଗତ ବାରମାସୀ ଦଣ୍ଡ। ରେ ଥିବା ସ।ଇ ସ।ହ।ର। ଆବାସିକ ବିଦ୍ୟାଳୟ ରେ ଜଣେ ଅଷ୍ଟମ ଶ୍ରେଣୀ 

ଛାତ୍ରକୁ ସିନିୟର ଛାତ୍ରମାନେ ଲୁହା ରଡ଼ରେ ମରଣାନ୍ତକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ନୟାଗଡ଼ ଟାଉନପ୍ଲ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।ଗତ ୪ ତାରିଖ ରାତିରେ ସ୍କୁଲ ହଷ୍ଟେଲ ଭିତରେ ଘଟଣା ଘଟିଥିଲା। ଅଭିଯୋଗ ଅନୁଯାୟୀ, ଦଶମ ଶ୍ରେଣୀର ୩ ଜଣ ଓ ଅଷ୍ଟମ ଶ୍ରେଣୀର ୧ ଜଣ ଏପରି ମୋଟ ୪ ଜଣ ଛାତ୍ର ମିଳିତ ଭାବେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ଆକ୍ରମଣ କରିଥିଲେ। ବିସ୍କୁଟ ଓ ମିଶ୍ଚର ନ ଦେବାରୁ ରାଗିଯାଇ ଛାତ୍ରମାନେ ଲୁହା ରଡ଼ରେ ତାଙ୍କୁ ପିଟିଥିବ କୁହାଯାଉଛି।

ଘଟଣା ପରେ ସ୍କୁଲ କର୍ତ୍ତୃପକ୍ଷ ଏହାକୁ ଚପାଇବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଅନୁଷ୍ଠାନ 

ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

କଲେ ପୀଡିତ ଙ୍କ ବାପା ଓ ମା, ଉକ୍ତ ବିଦ୍ୟାଳୟ ରେ ବାରମ୍ବାର ଏଭଳି ଅ ଘଟଣ ଘଟୁଥିବା ରୁ ଅଭିଭାବକ ମହଲ ରେ ଅସନ୍ତୋଷ ପ୍ରକାଶ ପାଇଛି ।

ଆଶୋକ କୁମାର ସ।ଥୁଆ ଜିଲ୍ଲାପ୍ରତିନିଧି ନୟାଗଡ଼