*ଆର୍‌ଟିଓଙ୍କୁ ନିର୍ଦ୍ଦେଶ, ସଡ଼କ ସୁରକ୍ଷାକୁ ପ୍ରମୁଖତା ଦେଇ କାମ କର...*

*ଆର୍‌ଟିଓଙ୍କୁ ନିର୍ଦ୍ଦେଶ, ସଡ଼କ ସୁରକ୍ଷାକୁ ପ୍ରମୁଖତା ଦେଇ କାମ କର...*

*କଟକ: ଏଣିକି ନିଜ ନିଜ ଅଞ୍ଚଳରେ ଦୁର୍ଘଟଣା, ଟ୍ରାଫିକ୍‌ ଆଦିକୁ ନେଇ ସଡ଼କ ପରିବହନ ଅଧିକାରୀ (ଆର୍‌ଟିଓ)ଙ୍କ କାର୍ଯ୍ୟଦକ୍ଷତାର ମାନକ ନିର୍ଦ୍ଧାରଣ କରାଯିବ। ଏଣୁ ସଡ଼କ ସୁରକ୍ଷାକୁ ପ୍ରମୁଖତା ଦେଇ କାର୍ଯ୍ୟ କରିବାକୁ ରାଜ୍ୟର ସମସ୍ତ ଆର୍‌ଟିଓଙ୍କୁ ପରିବହନ ବିଭାଗ ନିର୍ଦ୍ଦେଶ ଦେଇଛି। ମଙ୍ଗଳବାର, ରାଜ୍ୟ ପରିବହନ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପ ପରିବହନ ଆୟୁକ୍ତ (ଡିସିଟି), ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ) ଓ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ଏଆରଟିଓ) ଯୋଗଦେଇଥିଲେ। ଯାତ୍ରୀବାହି ଯାନ ଗୁଡ଼ିକ ଯେପରି ଯାତ୍ରୀ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବେ ଏ କ୍ଷେତ୍ରରେ ଆରଟିଓମାନେ କଡ଼ା ନଜର ରଖିବେ। ଏହାସହ, ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନର ଉଚିତ୍ ସମୀକ୍ଷା କରି ସୁଧାର ଦିଗରେ ପ୍ରୟାସ କରିବାକୁ କୁହାଯାଇଛି ।*