*କୋଲକାତା ଡିସିପି ଶାନ୍ତନୁଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍ ଜାରି: ଦେଶ ଛାଡି ପଳାଇବାକୁ ଯୋଜନା କରୁଥିବା ସନ୍ଦେହ*
*କୋଲକାତା: ପଶ୍ଚିମବଙ୍ଗରେ କ୍ଷମତା ପରିବର୍ତ୍ତନ ସହିତ ଦୁର୍ନୀତିଗ୍ରସ୍ତଙ୍କ ଉପରେ ଆଇନ ବ୍ୟବସ୍ଥା କଡ଼ାକଡ଼ି ହେବା ଆରମ୍ଭ ହୋଇଛି। କୋଲକାତା ଡେପୁଟି ପୁଲିସ କମିସନର (ଡିସିପି) ଶାନ୍ତନୁ ସିହ୍ନା ବିଶ୍ୱାସଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍ ଜାରି କରାଯାଇଛି। ଡିସିପି ଶାନ୍ତନୁଙ୍କ ବିରୋଧରେ ଇଡି ଏହି ଲୁକଆଉଟ୍ ନୋଟିସ୍ ଜାରି କରିଛି। ସୋନା ପପ୍ପୁ ମାମଲା ସହିତ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଡି ସନ୍ଦେହ କରୁଛି ଯେ, ଡିସିପି ଶାନ୍ତନୁ ଦେଶ ଛାଡି ପଳାଇବାକୁ ପ୍ରସ୍ତୁତ ହେଉଛନ୍ତି। ତେଣୁ, ଇଡି ଡିସିପି ଶାନ୍ତନୁଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍ ଜାରି କରିଛି।*


admin 
