ଇଣ୍ଟର ନ୍ୟାସନାଲ ହ୍ୟୁମାନ ରାଇଟ୍ସ ଫୋର୍ସ କେନ୍ଦ୍ରପଡ଼ା ଜିଲ୍ଲା ତରଫରୁ ମଙ୍ଗଳା ମଣ୍ଡପ ରେ ଦକ୍ଷତା ଶିବିର ର ଆୟୋଜନ।

ଇଣ୍ଟର ନ୍ୟାସନାଲ ହ୍ୟୁମାନ ରାଇଟ୍ସ ଫୋର୍ସ କେନ୍ଦ୍ରପଡ଼ା ଜିଲ୍ଲା ତରଫରୁ ମଙ୍ଗଳା ମଣ୍ଡପ ରେ ଦକ୍ଷତା ଶିବିର ର ଆୟୋଜନ।

ଆଜି ଇଣ୍ଟର ନ୍ୟାସନାଲ ହ୍ୟୁମାନ ରାଇଟ୍ସ ଫୋର୍ସ ତରଫରୁ ମଙ୍ଗଳା ମଣ୍ଡପ ନିକଟରେ ଏକ ଦକ୍ଷତା ଶିବିର ଆୟୋଜନ ହୋଇ ଥିଲା ।ଏହି ସଭାରେ ଇଣ୍ଟର ନ୍ୟାସନାଲ ହ୍ୟୁମାନ ରାଇଟ୍ସ ଫୋର୍ସ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ସଞ୍ଜୟ ପଣ୍ଡା ଆଜି ଦକ୍ଷତା ଶିବିର ରେ ଯୋଗ ଦେବା ସହିତ ଜିଲ୍ଲା ଆଇ ଏଚ ଆର ଏଫ୍ ର ସମ୍ପାଦକ ବ୍ରଜ ବନ୍ଧୁ ଦାଶ , ,ଜିଲ୍ଲା ବଡି ର ସଦସ୍ୟ ରଞ୍ଜନ ପ୍ରଧାନ ,ସମାଜ ସେବୀ ଜିତୁ ବିଶ୍ଵାଳ ଙ୍କ ସହିତ ସବୁ ବ୍ଲକ୍ ର ଇଣ୍ଟର ନ୍ୟାସନାଲ ହ୍ୟୁମାନ ରାଇଟ୍ସ ଫୋର୍ସ ର ସଭାପତି ଓ ସମ୍ପାଦକ ଓ 40ରୁ ଉର୍ଦ୍ଧ୍ବ ସଦସ୍ୟ ଓ ସଦସ୍ୟା ଯୋଗ ଦେଇଥିଲେ। ଏହି ଦକ୍ଷତା ଶିବିର ରେ ଯୋଗ ଦେଇ ସଦସ୍ୟ ଓ ସଦ୍ୟସା ଙ୍କ ଦକ୍ଷତା କେମିତି ବଢ଼ିବ ଆଗକୁ କେମିତି ଜିଲ୍ଲା ଟିମ୍ ଅସହାୟ ମହିଳା ଓ ପୁରୁଷ ଙ୍କୁ ସମାଜ ରେ ନ୍ୟାୟ ଦେଇପାରିବେ ସେଇ ବିଷୟରେ ଉପସ୍ଥିତ ଥିବା ସଦସ୍ୟ ସେମାନଙ୍କ ର ବହୁ ମୂଲ୍ୟ ବାନ ବକ୍ତ୍ୟବ ରଖିଥିଲେ।ସମାଜ ସେବୀ ଜିତୁ ବିଶ୍ଵାଳ ସମସ୍ତ ଇଣ୍ଟର ନ୍ୟାସନାଲ ହ୍ୟୁମାନ ରାଇଟ୍ସ ଫୋର୍ସ ର ସଦସ୍ୟ ଓ ସଦସ୍ୟା ଙ୍କୁ ଟି ସାର୍ଟ ବଣ୍ଟନ କରିଥିଲେ।ଜିଲ୍ଲା ଟିମ୍ ଆଗକୁ କେମିତି ଶକ୍ତି ଶାଳୀ ହେବ ସେଇ ବିଷୟରେ ଜିଲ୍ଲା ସଭାପତି ସଞ୍ଜୟ ପଣ୍ଡା ତାଙ୍କ ଭାଷଣ ଦେଇଥିଲେ ।

 କିଛି ଜିଲ୍ଲା ପଦବୀ ପୂରଣ ପାଇଁ ରାଜ୍ୟ ସଂଘ ର ଚେୟାରମ୍ୟାନ ବିଶ୍ୱଜିତ୍ ମଲ୍ଲିକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।ବିଗତ କିଛି ବର୍ଷ ମଧ୍ୟରେ ଜିଲ୍ଲା ଇଣ୍ଟର ନ୍ୟାସନାଲ ହ୍ୟୁମାନ ରାଇଟ୍ସ ଫୋର୍ସ ଟିମ୍ ବହୁ ସମାଜ ସେବାକ୍ଷେତ୍ର ରେ କାର୍ଯ୍ୟ କରି ଓଡ଼ିଶାରେ ଜନସାଧାରଣ ଙ୍କ ମନ୍ ଭିତରେ ରହି ସାରିଛି।ଆଗାମୀ ଦିନ ରେ କେନ୍ଦ୍ରାପଡ଼ା ଜିଲ୍ଲା ରେ ଟିମ୍ କି ପରି ଶକ୍ତିଶାଳୀ ହୋଇ ସମାଜ ର ମଙ୍ଗଳ କରିବ ସେଇ ବିଷୟରେ ଜିଲ୍ଲା ସମ୍ପାଦକ ବ୍ରଜ ବନ୍ଧୁ ଦାଶ ନିଜର ଭାଷଣ ଦେଇ ଥିଲେ।ଏହି ଦକ୍ଷତା ଶିବିର ରେ ଭଜନ କାର୍ଯ୍ୟ କ୍ରମ ସହିତ ସମାଜ ର ବହୁ ମଙ୍ଗଳ କାର୍ଯ୍ୟ କ୍ରମ ବିଷୟରେ ଆଲୋଚନା କରାଯାଇଥିଲା।ଶେଷ ରେ ପଟ୍ଟାମୁଣ୍ଡାଇ ବ୍ଲକ୍ ସଭାପତି ଶିଶିର ସେନ ଧନ୍ୟବାଦ୍ ଅର୍ପଣ କରିଥିଲେ। ସଭା ଶେଷ ରେ ଏକ ଭୋଜି ର ଆୟୋଜନ ହୋଇ ଥିଲା।

ସଂଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା