ଇଣ୍ଟରନେସନାଲ ଓଡ଼ିଆ ଫାଉଣ୍ଡେସନ ହିଁ ମାନବ ସେବା ର ପ୍ରତୀକ - ବିଶ୍ୱ ରଞ୍ଜନ

ଇଣ୍ଟରନେସନାଲ ଓଡ଼ିଆ ଫାଉଣ୍ଡେସନ ହିଁ ମାନବ ସେବା ର ପ୍ରତୀକ  - ବିଶ୍ୱ ରଞ୍ଜନ

ଗଞ୍ଜାମ :- ଦୁଇ ମାସ ପୂର୍ବରୁ ଓମାନ ଓ କାତାରରେ କାର୍ଯ୍ୟରତ ଥିବା ଖଲିକୋଟ ଅଞ୍ଚଳର ଦୁଇ ପ୍ରବାସୀ ଓଡ଼ିଆ ଭାଇଙ୍କ ଅକାଳ ମୃତ୍ୟୁ ସମ୍ବାଦ ସମଗ୍ର ଅଞ୍ଚଳକୁ ଦୁଃଖ ପୂର୍ଣ୍ଣ ରେ ଏକ ହୃଦୟ ବିଦାରକ ଦୃଶ୍ୟ ହୋଇଥିଲା। ଏହି ପରିପ୍ରେକ୍ଷୀରେ ପରିବାର ବର୍ଗ ପାଇଁ, ପ୍ରବାସୀ ଶ୍ରମିକ ଦିନରାତି ପରିଶ୍ରମ କରୁଥିବା ଏହି ଦୁଇ ଯୁବକଙ୍କ ମୃତ୍ୟୁ ପରେ ପରିବାର ଲୋକେ ଅସହାୟ ଓ ନିରାଶ ହୋଇପଡ଼ିଥିଲେ। ଏହି କଷ୍ଟଦାୟକ ସମୟରେ, ସରକାର ଓ ଇଣ୍ଟରନେସନାଲ ଓଡ଼ିଆ ଫାଉଣ୍ଡେସନର ସମସ୍ତ ଏକ୍ସିକ୍ୟୁଟିଭ ବୋର୍ଡ ସଦସ୍ୟ ଓ କୋର ଫାଉଣ୍ଡେସନ ସଦସ୍ୟମାନେ ଏକତ୍ରିତ ହୋଇ, ଅକ୍ଳାନ୍ତ ପରିଶ୍ରମ ଓ ନିଷ୍ଠା ଫଳରେ ପ୍ରବାସୀ ଓଡ଼ିଆ ଶ୍ରମିକ ପାର୍ଥିବ ଶରୀର ଶରୀରକୁ ସୁରକ୍ଷିତ ଭାବେ ଓଡ଼ିଶାକୁ ଫେରାଇ ଆଣାଯାଇଥିଲା। ଏହା କେବଳ ଏକ ସାମାଜିକ କାର୍ଯ୍ୟ ନୁହେଁ, ବରଂ ମାନବ ସେବାର ଏକ ପବିତ୍ର ଉଦାହରଣ ଥିଲା।

ଏହି ଦୁଖଦଃ ସମୟରେ, ଇଣ୍ଟରନେସନାଲ ଓଡ଼ିଆ ଫାଉଣ୍ଡେସନର କର୍ମକର୍ତା ଓ ସଂସ୍ଥା ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ପ୍ରତାପ ନାୟକ, ସମୀରା ଶ୍ରୀ ନାୟକ - ଗଞ୍ଜାମ ଜିଲ୍ଲା ସଭାପତି, ଶ୍ରୀଯୁକ୍ତ ସଞ୍ଜିତ ନାୟକ – ସାଧାରଣ ସମ୍ପାଦକ, ସମସ୍ତ ଟିମ୍ ର ସଦସ୍ୟ ଙ୍କ ସହଯୋଗ ରେ ସାମାନ୍ୟ ଆର୍ଥିକ ସାହାଯ୍ୟ ସହିତ ପରିବାର ବର୍ଗ ଙ୍କୁ ଆଶ୍ୱାସନା ଦେଇଥିଲେ।

ପରେ ଖଲିକୋଟ ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ ମାନ୍ୟବର ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଅନୁରୋଧ କ୍ରମେ ତାଙ୍କ ସହ ସାକ୍ଷାତ କରି ସମ୍ପୂର୍ଣ୍ଣ ଘଟଣା ବିଷୟରେ ଆଲୋଚନା କରିଥିଲି। ବିଦେଶରେ ଥିବା ଓଡ଼ିଆ ଶ୍ରମିକମାନଙ୍କ ସମସ୍ୟା, ସେମାନଙ୍କ ସୁରକ୍ଷା ଓ ଦୁର୍ଘଟଣା ସମୟରେ ଆବଶ୍ୟକ ସହଯୋଗ ବିଷୟରେ ମଧ୍ୟ ଚର୍ଚ୍ଚା ହୋଇଥିଲା। ବିଧାୟକ ମହୋଦୟ ଇଣ୍ଟରନେସନାଲ ଓଡ଼ିଆ ଫାଉଣ୍ଡେସନର ମାନବିକ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ ଏବଂ ଆଗାମୀ ଦିନରେ ସମସ୍ତ ପ୍ରକାର ସହଯୋଗ ଦେବାକୁ ଆଶ୍ୱାସନ ଦେଇଥିଲେ। ଏହି ସାକ୍ଷାତକାର ଆମ ସମସ୍ତଙ୍କୁ ଆହୁରି ସେବା କାର୍ଯ୍ୟ ପାଇଁ ପ୍ରେରଣା ଦେଇଥିଲା।

ଶେଷରେ ମୃତ ପରିବାରର ସଦସ୍ୟମାନେ ଓ ମାନ୍ୟବର ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଇଣ୍ଟରନେସନାଲ ଓଡ଼ିଆ ଫାଉଣ୍ଡେସନର ସମସ୍ତ ଏକ୍ସିକ୍ୟୁଟିଭ ବୋର୍ଡ ସଦସ୍ୟ, କୋର ଫାଉଣ୍ଡେସନ ସଦସ୍ୟ ଓ ସମସ୍ତ ସହଯୋଗୀଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଥିଲେ। ସମାଜ ପାଇଁ ଏଭଳି ନିଷ୍ଠାପୂର୍ଣ୍ଣ ମାନବ ସେବା ସଦା ସ୍ମରଣୀୟ ହୋଇ ରହିବ। ମାନବତା ହିଁ ସବୁଠାରୁ ବଡ଼ ଧର୍ମ, ଏବଂ ସେହି ଧର୍ମକୁ ପାଳନ କରି ଇଣ୍ଟରନେସନାଲ ଓଡ଼ିଆ ଫାଉଣ୍ଡେସନ ଆଜି ସମସ୍ତଙ୍କ ହୃଦୟରେ ନିଜ ସ୍ଥାନ ସୃଷ୍ଟି କରିପାରିଛି

ଏହି ମାନବିକତା ସେବା ରେ ସେବା ଓ ସାହାଯ୍ୟ କାର୍ଯ୍ୟକ୍ରମ ନିମନ୍ତେ, ଇଣ୍ଟରନେସନାଲ ଓଡ଼ିଆ ଫାଉଣ୍ଡେସନର ର ଆନ୍ତର୍ଜାତୀୟ ସଭାପତି ଶ୍ରୀଯୁକ୍ତ ବିଶ୍ୱ ରଞ୍ଜନ ସାହୁ – ମାନ୍ୟବର ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କୁ, ସରକାର ଙ୍କୁ, ଇଣ୍ଟରନେସନାଲ ଓଡ଼ିଆ ଫାଉଣ୍ଡେସନର ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମେହେର – ଆନ୍ତର୍ଜାତୀୟ ଉପ ସଭାପତି, ଶ୍ରୀଯୁକ୍ତ ସଞ୍ଜିତ ନାୟକ – ସାଧାରଣ ସମ୍ପାଦକ, ସମୀରା ଶ୍ରୀ ନାୟକ - ଗଞ୍ଜାମ ଜିଲ୍ଲା ସଭାପତି, ଶ୍ରୀଯୁକ୍ତ ସୁବାଷ ସାହୁ - ଉପଦେଷ୍ଟା - ସେହିପରି ଗ୍ରୀନ ପିସ୍ ଭିଲେଜ୍ ପ୍ରତିଷ୍ଠାତା ଶ୍ରୀଯୁକ୍ତ ପ୍ରଶାନ୍ତ ଦାସ, ଶ୍ରୀଯୁକ୍ତ ବିକାଶ ନାହାକ -ସଭାପତି , ଶ୍ରୀଯୁକ୍ତ ରବୀନ୍ଦ୍ର ନାୟକ-ଉପଦେଷ୍ଟା, ଶାନ୍ତନୁ ନାହାକ, ଲକ୍ଷ୍ମୀନାରାୟଣ ନାହାକ, ଆଲୋକ ନାହାକ, ଦେବାଶିଷ୍ ନାହାକ, ଉପଦେଷ୍ଟା ପଞ୍ଚାନନ ଖଟୁଆ , ପ୍ରତାପ ନାହାକ, ବିଘ୍ନରାଜ ନାହାକ ଙ୍କୁ ନିଜର ସହୃଦୟ ପୂର୍ଣ୍ଣ ଗଭୀର ଆନ୍ତରିଖ ଧନ୍ୟବାଦ ପ୍ରଦାନ କରିଥିଲେ।