ହକ ପାଇଁ ଚାଲିଲେ ୧୫ଟି ପରିବାର ର ଲୋକ ୧୫ କିମି। ତହସିଲଦାର ଙ୍କ ପ୍ରତିଶୃତି ପରେ ଘରକୁ ଫେରିଲେ।

ହକ ପାଇଁ ଚାଲିଲେ ୧୫ଟି ପରିବାର ର ଲୋକ ୧୫ କିମି। ତହସିଲଦାର ଙ୍କ ପ୍ରତିଶୃତି ପରେ ଘରକୁ ଫେରିଲେ।

ହକ ପାଇଁ ଚାଲିଲେ ୧୫ଟି ପରିବାର ର ଲୋକ ୧୫ କିମି। ତହସିଲଦାର ଙ୍କ ପ୍ରତିଶୃତି ପରେ ଘରକୁ ଫେରିଲେ।

ବାଲେଶ୍ୱର ଜିଲ୍ଲା ପ୍ରତିନିଧି ରଘୁନାଥ ନାୟକ ଖଇରା,୨୯/୫ଭିଟା ମାଟି  ଛାଡ଼ି ଘରୋଇ ସାମଗ୍ରୀ ମୁଣ୍ଡରେ ଓ କାନ୍ଧରେ ଧରି ହକ ପାଇଁ ୧୫ କିମି ଚାଲିଲେ ମହିଳା ଓ ପୁରୁଷମାନେ। ଏଭଳି ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ଵର ଖଇରା ଥାନା ବାଉଁଶ ଗଡ଼ିଆ ପଞ୍ଚାୟତ ବଗେଇପୁର ଗାଁ ରେ। ଏଠାରେ ବହୁ ଦିନ ଧରି ଗାଁ ୧୫ ଟି ପରିବାର ୧ଶହରୁ ଅଧିକ ଜନସାଧାରଣ ବସବାସ କରୁଛନ୍ତି । ବହୁବର୍ଷ ଧରି ଏଠାରେ ରହୁଥିବା ବେଳେ ବସୁନ୍ଧରା ଯୋଜନାର ସୁଫଳ ସେମାନେ ପାଇଁ ପାରୁନାହାନ୍ତି। ବାରମ୍ବାର ପ୍ରଶାସନକୁ ଅଭିଯୋଗ କରୁଥିଲେ ମଧ୍ୟ ସେମାନେ ସଫଳତା ପାଇଁ ପାରୁନାହାନ୍ତି। ଗତ ବୁଧବାର ତହସିଲଦାର ଙ୍କୁ ଜଣାଇ ଥିଲେ। ତହସିଲ ରୁ ସେମାନେ ଘରକୁ ଫେରିଥିଲେ। ତହସିଲ ରେ ଅଭିଯୋଗ କରି ଫେରି ଗାଁ ରେ କିଛି ପ୍ରକାଶ ଥାଉ କିଛି ଲୋକ ସେମାନଙ୍କୁ ଧମକଚମକ ଦେବା ସହିତ ଅଭିଯୋଗ କଲେ ତୁମେ ମାନେ ଏ ସ୍ଥାନ ଜାଗା ଛାଡ଼ି ଯିବାକୁ ଧମକ ଦେଇଥିଲେ। ପ୍ରକାଶ ଥାଉକି ବାଉଁଶ ଗଡିଆ ଗ୍ରାମପଂଚାୟତ ର ସମିତି ସଭ୍ୟା ଙ୍କ ସ୍ୱାମୀ ( ବାପି ) ଙ୍କ ଧମକରେ ସେମାନେ ଆଜି ନିଜର ଘରର ସମସ୍ତ ସାମଗ୍ରୀ , ସ୍ତ୍ରୀ ଓ ପିଲାଙ୍କୁ ଧରି ବଗେଇପୁର ରୁ ସିଧା ୧୫ କିମି ରାସ୍ତା ରେ ଆସୁଥିବା ଦୃଶ୍ୟ ସମସ୍ତେ ଦେଖୁଥିବା ବେଳେ ସବୁଠାରୁ ଆଶ୍ଚର୍ଯ୍ୟ ର ଦୃଶ୍ୟ କୁନି ପିଲାମାନଙ୍କୁ ଧରି ଖାଲି ପାଦରେ ଡହଡହ ଖରାରେ ଚାଲି ପହଞ୍ଚି ଥିଲେ ଖଇରା ତହସିଲ ରେ। ଗ୍ରାମବାସୀ ମାନେ ପହଞ୍ଚି ଲା ପରେ ତହସିଲଦାର ଅନୁପ କୁମାର ବେହେରା ସେମାନଙ୍କୁ ବୁଝାସୁଝା ପରେ କୁପାରୀ ଆରଆଇ ଙ୍କ ଦ୍ଵାରା ତଦନ୍ତ କରାଯାଇ ପଦକ୍ଷେପ ନେବାକୁ ପ୍ରତିଶୃତି ପରେ ସେମାନେ ଘରକୁ ଫେରିଥିଲେ ମଧ୍ୟ ଧମକ ଚମକ ଦେଇଥିବା ଲୋକ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଡି ବସିବାରୁ ତହସିଲଦାର ଓ ପୋଲିସ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବେ ବୋଲି ପ୍ରକାଶ କରିଥିଲେ।ପରେ ଲୋକ ମାନେ ଗାଁ କୁ ଫେରିଥିଲେ। ଗାଁ ରୁ ତହସିଲ କୁ ଆସୁଥିବା ଲୋକମାନଙ୍କୁ ବିଭିନ୍ନ ସ୍ଥାନରେ ପାଣି,ଜଳଖିଆ, ମଧ୍ୟାହ୍ନ ଭୋଜନ ସହୃଦୟ ବ୍ୟକ୍ତିମାନେ 


  ପ୍ରଦାନ କରିଥିଲେ। ଏହି ଗାଁ ରେ ୧୫ ଟି ପରିବାର ୧ଶହରୁ ଅଧିକ ଜନସାଧାରଣ �