ଉମରକୋଟ ଓକିଲ ସଂଘର ନିର୍ବାଚନ।

ଉମରକୋଟ ଓକିଲ ସଂଘର ନିର୍ବାଚନ।

ଉମରକୋଟ ଓକିଲ ସଂଘର ନିର୍ବାଚନ।
ଉମରକୋଟ ଓକିଲ ସଂଘର ନିର୍ବାଚନ ଗତ ଦିନରେ ସରିଯାଇଛି । ଲଗାତାର ଅଷ୍ଟମ ଥର ଓକିଲ ସଂଘର ସଭାପତି ଭାବେ ଶ୍ରୀ ପ୍ରଶାନ୍ତ କୁମାର ସାହୁ ମନୋନୀତ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ଶ୍ରୀ ବିପିନ ହିଆଲ ଙ୍କୁ  ମୋଟ ୧୦୦ଟି ଭୋଟ ମଧ୍ୟରୁ ୩୦ ଟି ଭୋଟରେ ପରାସ୍ତ କରି ମନୋନୀତ ହୋଇଛନ୍ତି। ଅର୍ଥାତ୍ ଶ୍ରୀ ସାହୁ ମୋଟ ୬୫  ଭୋଟ ପାଇଛନ୍ତି। ସେହିପରି ଉପ ସଭାପତି ପାଇଁ ଶ୍ରୀ ଭଗବାନ କଲାର ତଥା ବିଜୟ ଲତା ପାଣିଗ୍ରାହୀ, ଡେପୁଟି ସମ୍ପାଦକ ପଦ ପାଇଁ ଶ୍ରୀ ସୁଧାଂଶୁ ସାଧୁ ଏବଂ ଶ୍ରୀ ସଞ୍ଜୟ ନାୟକ ପ୍ରତିଦ୍ୱନ୍ଦୀତା କରିଥିଲେ। ବିଜୟଲତା ପାଣିଗ୍ରାହୀ ୬୨ ଟି ଏବଂ ଶ୍ରୀ ସାଧୁ ୫୮ଟି ଭୋଟ ପାଇ ବିଜୟୀ ହୋଇ ଛନ୍ତି। ଶ୍ରୀ ଶାନ୍ତନୁ ବାହିନୀ ପତି ଏବଂ ଶ୍ରୀ ଜିତେନ୍ଦ୍ର ମହାନ୍ତି ଅପ୍ରତିଦ୍ଵନ୍ଦୀ ପ୍ରାର୍ଥୀ ଭାବେ ଯଥାକ୍ରମେ ସମ୍ପାଦକ ତଥା କୋଷାଧ୍ୟକ୍ଷ ପଦ ପାଇଁ ମନୋନୀତ ହୋଇଛନ୍ତି। ଉକ୍ତ ନିର୍ବାଚନ କାର୍ଯ୍ୟକ୍ରମ ରେ ଉମରକୋଟ ପୋଲିସ ତଥା ଉମରକୋଟ ନଗରପାଳିକା ର ସକ୍ରିୟ ଭୂମିକା ରହିଥିଲା । ଶ୍ରୀ ରବିନ୍ଦ୍ର ପଟ୍ଟନାୟକ ନିର୍ବାଚନ ଅଧିକାରୀ ଭାବେ ତଥା ଶ୍ରୀ ବିଜୟ ଜେନା ଓ ଶ୍ରୀ ସନ୍ତୋଷ ସାହୁ ତାଙ୍କୁ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।