କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ପେଟ୍ରୋଲ ଢାଳି ହତ୍ୟା ଘଟଣା, ଅଭିଯୁକ୍ତଙ୍କୁ ଫାସୀ ଦଣ୍ଡ ରେ ଦଣ୍ଡିତ ଦାବିରେ ବିରାଟ ଶୋଭା ଯାତ୍ରା l .

କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ପେଟ୍ରୋଲ ଢାଳି ହତ୍ୟା ଘଟଣା, ଅଭିଯୁକ୍ତଙ୍କୁ ଫାସୀ ଦଣ୍ଡ ରେ ଦଣ୍ଡିତ ଦାବିରେ ବିରାଟ ଶୋଭା ଯାତ୍ରା l
Anchor -କନ୍ଧମାଳ ଜ଼ିଲ୍ଲା ଟିକାବାଲି ଥାନା ଅଧୀନ ପଞ୍ଚ ବର ସାହିର ଛାତ୍ରୀ ରିନୁ ମହାପାତ୍ର ଙ୍କୁ ଗଣ ବଳାତ୍କାର ପରେ ପେଟ୍ରୋଲ ଢାଳି ହତ୍ୟା ଘଟଣାର ଅଭିଯୁକ୍ତ ଙ୍କୁ ଫାସିଦଣ୍ଡ ରେ ଦଣ୍ଡିତ କରିବାକୁ କୁଇ ସମାଜ ଯୁବ ପରିଷଦର ସମ୍ପାଦକ ଅଚ୍ୟୁତ ଜାନି ଙ୍କ ନେତୃତ୍ୱ ରେ ଫୁଲବାଣୀ ସହରର ମାଦି କୁନ୍ଦା ଛକ ଠାରୁ ବିଶାଳ ଶୋଭା ଯାତ୍ରା ରେ ବାହାରି ଜ଼ିଲ୍ଲା ପାଳ ଙ୍କ କାର୍ଯାଳୟ ସମ୍ମୁଖରେ ପହଂଚି ଥିଲେ l ଏଂବ ଜ଼ିଲ୍ଲା ପାଳ ଙ୍କ ଜରିଆରେ ମହାମହିମ ରାଜ୍ୟ ପାଳ ଙ୍କୁ ଅଭିଯୁକ୍ତ ମାନଙ୍କୁ କଠୋରୁ ଅତି କୋଠର ଦଣ୍ଡ ଦେବା ଅର୍ଥାତ ଫାଷୀ ଦଣ୍ଡ ରେ ଦଣ୍ଡିତ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ l ଉକ୍ତ ଶୋଭା ଯାତ୍ରା ରେ ପୀଡିତା ର ବାପା, ମାଆ, ସମ୍ପର୍କୀୟଙ୍କ ସମେତ ପାଣ ସମାଜ ସଭାପତି ପଙ୍କଜ ବେହେରା, ଓବିସି ସମନ୍ୱୟ ସଙ୍ଘର କନ୍ଧମାଳ ସଭାପତି ଶ୍ରୀ ପ୍ରଶାନ୍ତ ବେହେରା, ସମ୍ପାଦକ ଗଣେଶ କୁମାର ପ୍ରଧାନ, ମିଳିତ ମଞ୍ଚର ସଭାପତି ସମୀର ଘଟାଲ ସମେତ ବହୁ ଛାତ୍ର,ଛାତ୍ରୀ, ମହିଳା ମାନେ ସାମିଲ ହୋଇ ଥିଲେ l ପୀଡିତା ଝିଅର ନ୍ୟାୟ ପାଇଁ କାନ୍ଦି, କାନ୍ଦି ମାଆ ପୁଷ୍ପା ଞ୍ଜଳୀ ପଣତ କାନି ପ୍ରସାରି ସରକାର ଙ୍କ ନିକଟରେ ନ୍ୟାୟ ମାଗୁଥିବା ହୃଦୟ ବିଦାରକ ଥିଲା l ଦେଖିବା କୁ ବାକିରହିଲା ଅଭିଯୁକ୍ତଙ୍କ ବିରୋଧରେ କିଭଳି ଦୃଢ କାର୍ଯାନୁଷ୍ଠାନ ନିଆଯାଉଛି l
ଫୁଲବାଣୀ ରୁ ଶିବ ପ୍ରସାଦ ନାୟକ ଙ୍କ ରିପୋର୍ଟ ବିଶେଷ ଖବର