ଉମରକୋଟ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟରେ ଜିଲ୍ଲା ଆଇନ ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ। .

ଉମରକୋଟ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟରେ ଜିଲ୍ଲା ଆଇନ ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ। ଉମରକୋଟ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟର ସଭାଗୃହ ରେ ଜିଲ୍ଲା ଆଇନ ପ୍ରାଧିକରଣ ବିଭାଗ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ର ମୁଖ୍ୟ ବିଷୟ ହେଲା ସାଧାରଣ ଲୋକ ଯେଉଁ ଡାହାଣୀ ସନ୍ଦେହ ଏବଂ ତଦଜନିତ ହତ୍ୟା, ଗ୍ରାମ ରେ ନିର୍ବସ୍ତ୍ର କରି ଲଣ୍ଡା କରି ମୁହଁ ରେ କଳା ବୋଳି ବୁଲାଇବା ,ସେହି ପରିବାର କୁ ବାସନ୍ଦ କରିବା ଇତ୍ୟାଦି ଘୃଣ୍ୟ ପ୍ରଥା ବିରୁଦ୍ଧରେ ତଥା ଛୋଟ ପିଲାମାନଙ୍କ ଦେହ ଖରାପ ହେଲେ ନିଆଁ ଚେଙ୍କ ଦେବା ଇତ୍ୟାଦି ଘଟଣାର ବିରୁଦ୍ଧରେ ଏକ ସଚେତନତା ସଭା ନବରଙ୍ଗପୁର ଜିଲ୍ଲା ଆଇନ ପ୍ରାଧିକରଣ ବିଭାଗ ଅଧ୍ୟକ୍ଷା ସାଇ ଅଭିପସା ଗୋଛାୟତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉମରକୋଟ ର ତାଲୁକ ଆଇନ ସେବା କମିଟିର ଅନେକ ଆଇନଜିବୀ ତଥା ନବରଙ୍ଗପୁର ର ଜିଲ୍ଲା ଆଇନ ପ୍ରାଧିକରଣ ବିଭାଗ ର ଆଇନଜିବୀ , ଉମରକୋଟ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶୁଭେନ୍ଦୁ ଶବର, ଆଇନ ପ୍ରାଧିକରଣ ସଦସ୍ୟା ଶ୍ରୀମତି ମନୋରମା ମାଝୀ,ଡି.ସି.ପି.ଓ.ଶ୍ରୀ ସୁରେଶ ପଟ୍ଟନାୟକ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମନୋଜ କୁମାର ମେହେର, ଶିଶୁ ମଙ୍ଗଳ ଅଧିକାରୀ ଶ୍ରୀମତୀ ସଞ୍ଜୁକ୍ତା ବେହେରା ତଥା ଡା.ଆୟୁସୀ ମଣ୍ଡଳ ଯୋଗଦେଇ ନିଜନିଜର ମନ୍ତବ୍ୟ ରଖିଥିଲେ। ଆଇନ ପ୍ରାଧିକରଣ ଅଧ୍ୟକ୍ଷା ଶ୍ରୀମତି ଅଭିପସା ଗୋଛାୟତ ଡାହାଣୀ ସନ୍ଦେହ,ଚେଙ୍କ ଇତ୍ୟାଦି ର ଆଇନଗତ ଦିଗ ବିଷୟରେ ଆଲୋଚନା କରି ଥିଲେ।ଉକ୍ତ ସଭାରେ ଉମରକୋଟ ଅଞ୍ଚଳର ମିଶନ ଶକ୍ତି, ଅଙ୍ଗନବାଡ଼ି ଏବଂ ଆଶା କର୍ମୀ ଇତ୍ୟାଦି ର ଶତାଧିକ ମହିଳା ଯୋଗ ଦେଇ ଥିଲେ। ଉମରକୋଟ ରୁ ହରିହର ଶତପଥୀ ଙ୍କ ରିପୋର୍ଟ।

ଉମରକୋଟ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟରେ ଜିଲ୍ଲା ଆଇନ ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ। .