ଦୁଇ ବର୍ଷ ର ଶିଶୁ ପୁତ୍ର ପାଣି ଡବାରେ ପଡ଼ି ମୃତ୍ୟୁ l .

ଦୁଇ ବର୍ଷ ର ଶିଶୁ ପୁତ୍ର ପାଣି ଡବାରେ ପଡ଼ି ମୃତ୍ୟୁ l ମାଲକାନଗିରି ତା:- ୦୫/୦୫ ଦୁଇ ବର୍ଷ ଶିଶୁପୁତ୍ର ପାଣି ଡବାରେ ପଡି ମୃତ୍ୟୁ l ମୃତ୍ୟୁ ଶିଶୁପୁତ୍ର ଜଣଙ୍କ ହେଲେ ମହେଶ ମାଢି (୨) ।ଏହିପରି ଅଭାବନିୟ ଘଟଣା ଦେଖିବାକୁ ମିଳିଛି କାଲିମେଳା ଥାନା ଉଣ୍ଡୁରୁକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ କେରିଆ ଗୁଡା ଗ୍ରାମରେ l ଘଟଣା ରୁ ଜଣା ଯାଇଛି ଗ୍ରାମର ଉଙ୍ଗା ମାଢି ଆଜି ସଖାଳେ କାଠ ଆଣିବା ପାଇଁ ଜଙ୍ଗଲ କୁ ଯାଇଥିବା ବେଳେ ତାଙ୍କ ପତ୍ନୀ ଦୁଲେ ମାଢି ଶୌଚ ପାଇଁ ବାହାର କୁ ଯାଇଥିଲେ, ସେହି ସମୟ ରେ ପୁତ୍ର ଟି ଘର ନିକଟ ରେ ଖେଳୁଥିଲା । ଖେଳୁ ଖେଳୁ ଘର ନିକଟ ରେ ବାସନ ମାଜିବା ପାଇଁ ରଖା ଯାଇଥିବା ଏକ ପ୍ଲାଷ୍ଟିକ ଡବା ରେ ପଡି ଯାଇଥିଲା, ଅଧା ପାଣି ଥିବାରୁ ଶିଶୁ ପୁତ୍ର ଟି ର ମୁଣ୍ଡ ବୁଡି ଯାଇଥିଲା ଆଉ ବାହାରି ପାରି ନଥିଲା ମା ଆସି ଦେଖିଲା ବେଳକୁ ଶିଶୁ ପୁତ୍ର ଟି ଡବା ରେ ଅଧା ଫସି ରହିଛି ଚିତ୍କାର କରି ପୁତ୍ର କୁ ଉଠାଇ ଥିଲେ କିନ୍ତୁ ସେତେବେଳକୁ ପୁତ୍ର ର ମୃତ୍ୟୁ ହୋଇ ସାରିଥିଲା, ସନ୍ତାନ ଟିର ଏପରି ମୃତ୍ୟୁ କୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇ ଥିବା ଦେଖିବାକୁ ମିଳିଛି l ପୋଲିସ ଖବର ପାଇ ଘଟଣା ସ୍ଥଳେ ପହଞ୍ଚି କେଶ ନମ୍ବର ୨୩/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶିଶୁ ପୁତ୍ର ଟିକୁ ଵେବଛେଦ ପାଇଁ କାଲିମେଳା ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ରକୁ ପଠାଇଛି l ଶିଶୁପୁତ୍ରଟିର ଏପରି ମୃତ୍ୟୁ ରେ ପରିବାର ବର୍ଗ ସମ୍ପୂର୍ଣ ଭାଙ୍ଗି ପଡିଛନ୍ତି । ପରିବାର କୁ ସରକାରୀ ସହାୟତା ପାଇଁ ଅଞ୍ଚଳ ବାସୀଙ୍କ ପକ୍ଷରୁ ନିବେଦନ କରାଯାଇଛି l ଏହାର ଅଧିକ ତଦନ୍ତ ଏ ଏସ ଆଇ ଆରତୀ ନାୟକ କରୁଥିବା କାଲିମେଳା ଥାନା ଅଧିକାରୀ ଚନ୍ଦ୍ର କାନ୍ତ ତାଣ୍ଡି ସୂଚନା ଦେଇଛନ୍ତି l ମାଲକାନଗିରି ରୁ ଶିବପ୍ରସାଦ ପରିଛା ବିଶେଷ ଖବର .

ଦୁଇ ବର୍ଷ ର ଶିଶୁ ପୁତ୍ର ପାଣି ଡବାରେ ପଡ଼ି ମୃତ୍ୟୁ l  .