ଘର ଭିତରୁ ଫରେଷ୍ଟରଙ୍କ ଅଧାପୋଡ଼ା ମୃତ ଦେହ ଉଦ୍ଧାର, ପରକୀୟା ପ୍ରୀତି ସନ୍ଦେହ .

ଘର ଭିତରୁ ଫରେଷ୍ଟରଙ୍କ ଅଧାପୋଡ଼ା ମୃତ ଦେହ ଉଦ୍ଧାର, ପରକୀୟା ପ୍ରୀତି ସନ୍ଦେହ .
ନୟାଗଡ଼, ୩୧.୦୫.୨୦୨୫ ( ଅଶୋକ କୁମାର ସାଥୁଆ )
ନୟାଗଡ଼ ଚାଞ୍ଚଲ୍ୟ କର ଘଟଣା। ଘର ଭିତରୁ ଫରେଷ୍ଟରଙ୍କ ଅର୍ଦ୍ଧଦଗ୍ଧ ପୋଡ଼ା ମୃତଦେହ ଉଦ୍ଧାର। ପରିବାର ଆଣିଲେ ହତ୍ୟା ଅଭିଯୋଗ। ମୃତକ ହେଲେ ପଞ୍ଚରିଡା ବନାଞ୍ଚଳର ଫରେଷ୍ଟର ଶିଶିର ସାହୁ। ଗତକାଲି ( ଶୁକ୍ରବାର) ବିଳମ୍ବିତ ରାତିରେ ଏହି ଲୋମ ଟାଙ୍କୁରା ଘଟଣା ଘଟିଥିବା ବେଳେ ତାଙ୍କ ମୃତ୍ୟୁକୁ ନେଇ ନାନା ସନ୍ଦେହ ସୃଷ୍ଟି ହୋଇଛି। ଖବର ପାଇ ଆହତ ସ୍ତ୍ରୀ ଓ ପୁଅକୁ ପୁଲିସ୍ ଥାନାରେ ଅଟକ ରଖି ପଚରାଉଚରା କରୁଛି। ବାରମାସୀ ଦଣ୍ଡା ସ୍ଥିତ ଶିଶିରଙ୍କର ଘରେ ଗତକାଲି ବିଳମ୍ବିତ ରାତିରେ ଶିଶିର ଏବଂ ତାଙ୍କ ସ୍ତ୍ରୀ, ପୁଅ ଘରେ ଥିଲାବେଳେ ହଠାତ୍ ଘରୁ ନିଆଁ ବାହାରିଥିଲା, ଶିଶିରଙ୍କ ସ୍ତ୍ରୀ ଘରୁ ବାହାରି ଚିତ୍କାର କରି ଡାକିଥିଲେ ଘରେ ନିଆଁ ଲାଗିଯାଇଛି । ଆଉ ସେହି ନିଆଁରେ ଶିଶିର ମଧ୍ୟ ପୋଡି ଯାଇଛନ୍ତି । ଖବର ପାଇ ଫାୟାର ଟିମ୍ ନିଆଁକୁ ଆୟତ୍ତ କରିଥିବା ବେଳେ ଘଟଣାର ତଦନ୍ତ ପାଇଁ ପୁଲିସ୍ କରିଛି ଛାନ୍ ଭିନ୍ ,ତେବେ ପ୍ରାଥମିକ ତଦନ୍ତ ରିପୋର୍ଟରୁ ଜଣାପଡିଛି ଶିଶିରଙ୍କୁ ହତ୍ୟା କରାଯାଇଛି। ନିଆଁ ଲାଗିଥିବା ଘରେ ସ୍କୁଟିଟି ପୋଡି ଯାଇଥିବା ବେଳେ ଅନେକ ଆସବାବପତ୍ର ମଧ୍ୟ ପୋଡି ଯାଇଛି । ଟାଉନ୍ ଥାନା ପୁଲିସ୍ ଅର୍ଦ୍ଧଦଗ୍ଧ ପୋଡ଼ା ମୃତଦେହ ତଦନ୍ତ କରୁଛି । ପାରିପାର୍ଶିକ ସ୍ଥିତିକୁ ଅନୁଧ୍ୟାନ କଲେ ହତ୍ୟା କାଣ୍ଡ ପରି ଲାଗୁଛି, ତେବେ ଶିଶିର ନିଜ ଦେହରେ ନିଆଁ ଲଗାଇ ଦେଇଥିବା ସନ୍ଦେହ ଜନକ। ଘଟଣା ସ୍ଥଳରେ ନୟାଗଡ SDPO ଟାଉନ୍ ଥାନା ଆଇଆଇସି ଏବଂ ଫୋରେନସିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେପଟେ ଶିଶିରଙ୍କ ସ୍ତ୍ରୀ ନମିତା ମହାନ୍ତି , ପୁଅ ଅଭିଷେକ ରଣସିଂହ କୁ ଟାଉନ୍ ଥାନାରେ ଅଟକ ରଖି ପଚରାଉଚରା କରୁଛି। ପାରିବାରିକ ସମସ୍ୟା କାରଣରୁ ଶିଶିରଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତ ରିପୋର୍ଟରୁ ଜଣାପଡ଼ିଥିବା ନୟାଗଡ ଅତିରିକ୍ତ ଏସପି ସୁବାଷ ପଣ୍ଡା କହିଛନ୍ତି।
ପୁଲିସ୍ କୁ ମିଳିଲା ହତ୍ୟା କାଣ୍ଡର ସୁରାଗ ଶିଶିରକୁ ପ୍ରଥମେ ଲୁହା ଛଡରେ ବାଡେଇ ହତ୍ୟା କରିବା ପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ପୁଲିସ୍ ତଦନ୍ତ ବେଳେ ଜାଣିପାରିଛି। ଘଟଣା ସ୍ଥଳରୁ ଜବତ ହୋଇଛି ଦୁଇଟି ଲୁହା ରଡ। ଶିଶିରଙ୍କ ରହିଥିଲା ଅନ୍ୟଜଣେ ମହିଳାଙ୍କ ସହ ଖରାପ ସମ୍ପର୍କ, ଏହାକୁ ନେଇ ପରିବାର ବିବାଦ ଲାଗିରହିଥିଲା। ୨ ଦିନ ଧରି ଶିଶିର ଘରକୁ ଫେରି ନଥିଲେ ହେଲେ, ଗତକାଲି ବିଳମ୍ବିତ ରାତିରେ ଶିଶିର ଘରକୁ ଫେରିଲେ । ଶିଶିରଙ୍କ ମୋବାଇଲ୍ ଫୋନରୁ ଫଟୋ ଦିଲେଟ୍ କରିବାକୁ ନେଇ ପ୍ରଥମେ ଶିଶିରଙ୍କ ସହ ସ୍ତ୍ରୀ, ପୁଅଙ୍କ ପାଟିତୁଣ୍ଡ ହୋଇଥିଲା । ପରକୀୟା ପ୍ରୀତିକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପୁଲିସ୍ ତଦନ୍ତ ବେଳେ ଜାଣିପାରିଛି। ଶିଶିରଙ୍କୁ ହତ୍ୟା କରିବା ପଛରେ କେବଳ ମା , ପୁଅଙ୍କ ହାତ ରହିଛି ନା ଏଥିରେ ଅନ୍ୟ କାହାର ସଂପୃକ୍ତି ରହିଛି। ସେ ନେଇ ପୁଲିସ୍ ଅଧିକ ତଥ୍ୟ ଯୋଗାଡ଼ରେ ଲାଗିଛି ।
ନୟାଗଡ଼ ରୁ ଅଶୋକ କୁମାର ସାଥୁଆଙ୍କ ରିପୋର୍ଟ ବିଶେଷ ଖବର।