ମଣ୍ଡିରୁ ଉଠୁନି ଚିନାବାଦାମ ନାମମାତ୍ର ମୂଲରେ କିଣୁଛନ୍ତି ବାହାର ବ୍ୟବସାୟୀ ।

ମଣ୍ଡିରୁ ଉଠୁନି ଚିନାବାଦାମ ନାମମାତ୍ର ମୂଲରେ କିଣୁଛନ୍ତି ବାହାର ବ୍ୟବସାୟୀ ।
ମାଲକାନଗିରି, ତା:-୨୪/୦୬ ମାଲକାନଗିରି ଜିଲା କାଲିମେଳା ବ୍ଳକ ଅନ୍ତର୍ଗତ ଏମ ଭି ୭୯ ଅଞ୍ଚଳ ର ଚାଷୀମାନେ ଚାରିମାସ ଅକ୍ଳାନ୍ତ ପରିଶ୍ରମ କରି ଅମଳ କରିବା ପରେ ଚିନାବାଦାମ ମଣ୍ଡିକୁ ଆଣିଛନ୍ତି , କିନ୍ତୁ ସେମାନଙ୍କୁ ସେଠାରେ ଉପଯୁକ୍ତ ଶ୍ରମର ମୂଲ୍ୟ ମିଳୁନଥିବା ଅଭିଯୋଗ ହୋଇଛି । ଗତ ତିନି ସପ୍ତାହରୁ ଅଧୀକ ସମୟ ଧରି ଏମ୍.ପି.ଭି-୮୧ ମଣ୍ଡିରେ ଚାଷୀଙ୍କ ଚିନାବାଦାମ ପଡ଼ି ରହିଛି ନିରାଶ ହୋଇ ଅନେକ ଚାଷୀ ଶେଷରେ ବ୍ୟବସାୟୀଙ୍କୁ କୁଇଣ୍ଟାଲ ପ୍ରତି ୪୪୦୦ ଟଙ୍କା ନାମମାତ୍ର ମୂଲ୍ୟରେ ବାଦାମ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଚଳିତ ବର୍ଷ ଏଫଏକ୍ୟୁ ମାନର ଚିନାବାଦାମ ପାଇଁ ସରକାର ପ୍ରତି କ୍ରିଣ୍ଟାଲ ପିଛା ୬୭୨୪ ଟଙ୍କା ନିର୍ଦ୍ଧାରଣ କରିଛନ୍ତି। ମଣ୍ଡିରେ ଗୁଣବତ୍ତା ଯାଞ୍ଚ ନାଁରେ ମଣ୍ଡି ଅଧିକାରୀ ମାନେ ୧ ରୁ ୨ କିଲୋଗ୍ରାମ ବାଦାମ ନେଇ ଯାଉଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏପରିକି ଶତକଡା ୬୫ ପ୍ରତିଶତ ରୁ ଅଧିକ ଗ୍ରେଡ୍ ଥାଇ ମଧ୍ୟ ଚାଷୀଙ୍କ ବାଦାମ ମଣ୍ଡିରୁ ଉଠୁନାହିଁ। ଦିନରାତି ମଣ୍ଡିରେ ବାଦାମ ଜଗି ରହି ଚାଷୀମାନେ ଅସହାୟ ହୋଇପଡ଼ିଛନ୍ତି । ବର୍ଷା ହେଉଥିବା ନେ଼ଇ କିଛି ଚାଷୀ ବାଦାମ ବସ୍ତାକୁ ପଲିଥୁନ ଢାଙ୍କି ରଖୁଛନ୍ତି ମଣ୍ଡିରେ ଉପସ୍ଥିତ ଚାଷୀ ଶୈଳନ ମଣ୍ଡଳ, ଅଶୋକ ମଣ୍ଡଳ, ପ୍ରତାପ ସରକାର, ସୁବ୍ରତ ମିସ୍ତ୍ରୀ, ରତନ ହାଲଦାର, ସୁବତ ମଣ୍ଡଳ, କଳ୍ପନା ବେପାରୀ, ପୂର୍ଣ ଢାଲି ପ୍ରମୁଖ ମଣ୍ଡି ଅବ୍ୟବସ୍ଥାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ସେମାନେ ମଣ୍ଡି ଦାୟିତ୍ୱରେ ଥିବା ଅଜିତ କୁମାର ମହାନ୍ତି, ରାଜନୀକାନ୍ତ ଦାସ, ରାଜୁ
ସୋଡି, ତପନ ବାରୋଇ ଓ କୋମଳ ହଲଦାର ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଆମେ ଚେଷ୍ଟା କରୁଛୁ ବୋଲି ଅଧିକାରୀମାନେ ଜବାବ ଦେଇ ଦାୟିତ୍ବ ଏଡ଼ାଇ ଦେଉଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଜିଲା ପ୍ରଶାସନ ଓ ମଣ୍ଡି କର୍ତ୍ତୃପକ୍ଷ ତୁରନ୍ତ ହସ୍ତକ୍ଷେପ କରିବାକୁ ଚାଷୀମାନେ ଦାବି କରିଛନ୍ତି ଚାଷୀଙ୍କ ଅଭିଯୋଗକୁ ଗୁରୁତର ସହ ବିଚାର କରାନଗଲେ ଆଗାମୀ ଦିନରେ ବଡ଼ ଆନ୍ଦୋଳନର ରୂପ ନେବାର ସମ୍ଭାବନାକୁ ଏଡାଇ ହେବନି ବୋଲି ଚେତାବନୀ ଦେଇଥିବା ଜଣା ପଡ଼ିଛି ।
ମାଲକାନଗିରି ରୁ ଶିବପ୍ରସାଦ ପରିଛା ବିଶେଷ ଖବର