*ନୟାଗଡ଼ରେ ଜିଲ୍ଲାସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ସମାରୋହ ପାଳିତ*

*ନୟାଗଡ଼ରେ ଜିଲ୍ଲାସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ସମାରୋହ ପାଳିତ*

ନୟାଗଡ଼, ତା.୧୬. ୦୮. ନୟାଗଡ଼ ଜିଲ୍ଲା ସଦର ମହକୁମାସ୍ଥିତ ପୋଲିସ୍ ଟ୍ରେନିଂ ସ୍କୁଲ୍ ପଡ଼ିଆଠାରେ ଜିଲ୍ଲାସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ସମାରୋହ ଅତ୍ୟନ୍ତ ଆଡ଼ମ୍ବର ଓ ଉତ୍ସାହର ସହ ପାଳିତ ହୋଇଯାଇଛି।  

ଏହି ପବିତ୍ର ଦିବସର ପ୍ରାରମ୍ଭରେ ପ୍ରାତଃ ଘ.୦୪.୩୦ମି. ସମୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ଡାକବାଜି ଯନ୍ତ୍ର ଯୋଗେ ରମଧୁନ ରେକଡିଂ କରାଯାଇ ସହର ପରିକ୍ରମା

କରାଯାଇଥିଲା । ସକାଳ ଘ ୦୬.୩୦ ମି ସମୟରେ ପ୍ରଭାତଫେରି କାର୍ଯ୍ୟ କ୍ରମ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ର ଛାତ୍ରୀମାନଙ୍କ ଦ୍ବାରା କରାଯାଇଥିଲା ଏବଂ ସକାଳ ଘ.୦୭.୩୦ମି. ସମୟରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଏହାପରେ ସକାଳ ୮ ଘଟିକା ସମୟରେ ତ୍ରିନାଥ ଛକ ଠାରେ ଅବସ୍ଥାପିତ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମାନନୀୟା ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ, ଅଧ୍ୟକ୍ଷ ଜିଲ୍ଲା ପରିଷଦ ଇଂ ଦେବାଶିଷ ପଟ୍ଟନାୟକ, ଅଧ୍ଯକ୍ଷା ପୌର ପରିଷଦ ନିରୁପମା ଖଟେଇ,ଉପାଧ୍ଯକ୍ଷ ପୌର ପରିଷଦ ଗୁରୁ ପ୍ରସାଦ ଜେନା ,ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ରୋଜିନ ଦାସ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ), ବିଜୟାନନ୍ଦ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ,ଉପ-ଜିଲ୍ଲାପାଳ କର୍ନଦେବ ସମାଦ୍ଦାର, ନିର୍ବାହୀ ଅଧିକାରୀ ପୌର ପରିଷଦ ସ୍ନେହଲତା ଆଚାର୍ଯ୍ୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଜାତା କୁମାରୀ ସାହୁ, ବିଭାଗୀୟ ଅଧିକାରୀ ଏବଂ ସହରର ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ବାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା l 

ପରେ ପରେ ସକାଳ ୯ ଘଟିକା ସମୟରେ ପି. ଟି. ଏସ. ପଡିଆ ଠାରେ ମାନନୀୟା ଜିଲ୍ଲାପାଳ ଶ୍ରୀମତୀ ରଥ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ୍‌ରେ ⁷ଅଭିବାଦନ ଗ୍ରହଣ କରିଥିଲେ । ଏହି ପ୍ୟାରେଡ଼ରେ ସମୁଦାୟ ୫୨ ଗୋଟି କଣ୍ଟିଜେଣ୍ଟ ଭାଗ ନେଇଥିଲେ l ମାନନୀୟା ଜିଲ୍ଲାପାଳ ନିଜ ଅଭିଭାଷଣରେ ସ୍ବାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରିବା ସହ ଜିଲ୍ଲାର ପ୍ରଗତି ଓ ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ । ଏହା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଏବଂ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଜାତା କୁମାରୀ ସାହୁ ମଞ୍ଚ ପରିଚାଳନା କରିଥିଲେ l 

ଏହି ଅବସରରେ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ପୋଲିସ ବିଭାଗର ଅଧିକାରୀ, ପ୍ରଶାସନିକ ଅଧିକାରୀ, ସରକାରୀ କର୍ମଚାରୀ, ବୁଦ୍ଧିଜୀବୀ, ଗଣମାଧ୍ୟମର ପ୍ରତିନିଧି, ବରିଷ୍ଠ ନାଗରିକ ଏବଂ ଜନସାଧାରଣ ବହୁ ମାତ୍ରାରେ ଯୋଗ ଦେଇ ଏହି ଜାତୀୟ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ l

ଏହାପରେ ପୂର୍ବାହ୍ନ ୧୦.୩୦ ମିନିଟ୍‌ ସମୟରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜିଲ୍ଲା କାରାଗାରରେ ଅନ୍ତେବାସୀମାନଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା । ପରେ ପରେ ପୂର୍ବାହ୍ନ ୧୧ ଘଟିକା ସମୟରେ ନୟାଗଡ଼ ରୋଟାରୀ କ୍ଲବ୍ ଓ ରକ୍ତଭଣ୍ଡାରର ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ମୁଖ୍ୟ ଅତିଥିଙ୍କ ଦ୍ୱାରା ଉଦ୍ଘାଟନ ହେବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା ।

ଆଶୋକ କୁମାର ସ।ଥୁଆ,ଜିଲ୍ଲା ପ୍ରତିନିଧି ନୟାଗଡ଼