ଏୟାର ଷ୍ଟ୍ରାଇକ୍‌ କରି ୩ ଆଫଗାନ କ୍ରିକେଟରଙ୍କୁ ମାରିଲା ପାକିସ୍ତାନ, ତ୍ରିପାକ୍ଷିକ ସିରିଜରୁ ଓହରିଲା ଆଫଗାନିସ୍ତାନ

ଏୟାର ଷ୍ଟ୍ରାଇକ୍‌ କରି ୩ ଆଫଗାନ କ୍ରିକେଟରଙ୍କୁ ମାରିଲା ପାକିସ୍ତାନ, ତ୍ରିପାକ୍ଷିକ ସିରିଜରୁ ଓହରିଲା ଆଫଗାନିସ୍ତାନ

*ଏୟାର ଷ୍ଟ୍ରାଇକ୍‌ କରି ୩ ଆଫଗାନ କ୍ରିକେଟରଙ୍କୁ ମାରିଲା ପାକିସ୍ତାନ, ତ୍ରିପାକ୍ଷିକ ସିରିଜରୁ ଓହରିଲା ଆଫଗାନିସ୍ତାନ l* ଆଫଗାନିସ୍ତାନ ଓ ପାକିସ୍ତାନ(Pakistan) ମଧ୍ୟରେ ଚାଲିଥିବା ସାମରିକ ବିବାଦ ତୀବ୍ର ହୋଇଛି। ଶୁକ୍ରବାର ରାତିରେ ପାକିସ୍ତାନ ପକ୍ଷରୁ ଆଫଗାନିସ୍ତାନରେ କରାଯାଇଛି ଏୟାର ଷ୍ଟ୍ରାଇକ। ଏଥିରେ ଆଫଗାନିସ୍ତାନର ୩ ଯୁବ କ୍ରିକେଟରଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନେକ ଲୋକ ଆହତ ହୋଇଛନ୍ତି। ଏହି ଘଟଣା ପରେ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ବଡ଼ ପଦକ୍ଷେପ ନେଇଛି। ପାକିସ୍ତାନ ସହ କ୍ରିକେଟ ଖେଳିବାକୁ ବୋର୍ଡ ମନା କରି ଦେଇଛି। ଏଥିସହ ଆଗାମୀ ତ୍ରି-ପାକ୍ଷିକ ଟି-୨୦ ସିରିଜରୁ ଆଫଗାନିସ୍ତାନ ଓହରି ଯାଇଛି। ନଭେମ୍ବର ୫ରୁ ୨୯ ଯାଏ ପାକିସ୍ତାନ, ଶ୍ରୀଲଙ୍କା ଓ ଆଫଗାନିସ୍ତାନକୁ ନେଇ ରାୱଲପିଣ୍ଡିରେ ତ୍ରିପାକ୍ଷିକ ଟି-୨୦ ସିରିଜ ହେବାର ଥିଲା। କିନ୍ତୁ ଆଫଗାନିସ୍ତାନ ସିରିଜରୁ ଓହରି ଯାଇଛି। ବୁଧବାର ଠାରୁ ଦୁଇ ଦେଶ ମଧ୍ୟରେ ୪୮ ଘଣ୍ଟା ଧରି ଯୁଦ୍ଧ ବିରତି ଲାଗୁ ହୋଇଥିଲା। ଏହାର ଅବଧି ଶୁକ୍ରବାର ସନ୍ଧ୍ୟା ୬ଟାରେ ଶେଷ ହୋଇଥିଲା। ଏହାପରେ ପାକିସ୍ତାନ ସେନା ପକ୍ଷରୁ ଆଫଗାନିସ୍ତାନର ପାକଟିକା ପ୍ରଦେଶରେ ଘନଘନ ଏୟାର ଷ୍ଟ୍ରାଇକ କରାଯାଇଛି। ଏଥିରେ ଆଫଗାନିସ୍ତାନ ପାଇଁ ଘରୋଇ କ୍ରିକେଟ ଖେଳୁଥିବା ୩ ଯୁବ କ୍ରିକେଟର କବୀର, ସିବଘାତୁଲ୍ଲା ଓ ହାରୁନଙ୍କ ମୃତ୍ୟୁ ହୋଇଛି।