ଓଁମ ସାଇ ଇଣ୍ଟରନାସନାଲ ସ୍କୁଲ ର ଅଲମ୍ପିୟାଡ଼ ଟ୍ୟାଲେଣ୍ଟ ଆୱାର୍ଡ଼ ୨୦୨୫/୨୦୨୬ ଅନୁଷ୍ଠିତ

ଓଁମ ସାଇ ଇଣ୍ଟରନାସନାଲ ସ୍କୁଲ ର ଅଲମ୍ପିୟାଡ଼ ଟ୍ୟାଲେଣ୍ଟ ଆୱାର୍ଡ଼   ୨୦୨୫/୨୦୨୬ ଅନୁଷ୍ଠିତ

ଖଣ୍ଡପଡ଼ା୨/୮-(ରଜତ ଦାସ୍)ନୟାଗଡ଼ ଜିଲ୍ଲ ଖଣ୍ଡପଡ଼ା ସହର ସ୍ଥିତ ଓଁମ ସାଇ ଇଣ୍ଟର ନାସନାଲ ସ୍କୁଲ ରେ ୨୦୨୫/୨୦୨୬ ବର୍ଷର ଇଣ୍ଡିଆନ ଅଲିମ୍ପୟାଡ଼ ଟ୍ୟାଲେଣ୍ଟ ଆୱାଡ଼ ସେରିମନୀ ପୂର୍ବାହ୍ନ ଶନିବାର ଅନୁଷ୍ଠିତ ହୋଇଥିବା ଜଣା ପଡ଼ିଛି। କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରତିଷ୍ଠାତା ପଞ୍ଚାନନ ମିଶ୍ରଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମ୍ପାଦକ ପ୍ରଦୀପ କୁମାର ମିଶ୍ର ଯୋଗ ଦେଇଥିବାବେଳେ ବିଦ୍ୟାଳୟର ଅଧ୍ୟକ୍ଷ ସୀତାରାମ ସାହୁ କାର୍ଯ୍ୟକୁ ପରିଚାଳନା କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।ସୂଚନା ଯୋଗ୍ୟଯେ ଚଳିତ ବର୍ଷ ମଧ୍ୟ ବିଦ୍ୟାଳୟର ୨ ଜଣ ଛାତ୍ରଛାତ୍ରୀ ଇଣ୍ଡିଆନ ଅଲିମ୍ପିୟାଡ଼ ଷ୍ଟେଟ ଟପର ହୋଇଛନ୍ତି।ପରୀକ୍ଷାରେ ବିଭିନ୍ନ ବିଭାଗରେ ଉର୍ତ୍ତି ହୋଇ ବିଦ୍ୟାଳୟକୁ ଗୌରବ ମଣ୍ଡିତ କରିଥିବା ଛାତ୍ରଛାତ୍ରୀ ହେଲେ ୪ ର୍ଥ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ର ଶୁଭମ ସୁଧାଂଶୁ ସାହୁ, ମ୍ୟାଥମେଟିଷ୍ଟ ସବଜେଟରେ ଷ୍ଟେଟ ଲେବୁଲ ଟପର ହୋଇ ଥିବାବେଳେ ଅନ୍ୟ ଛାତ୍ରୀ ଜଣେ ପ୍ରଥମ ଶ୍ରେଣୀରେ ପଢୁଥିବା ଶ୍ରୀୟା ଆଦର୍ଶ୍ୟା ସାହୁ କମ୍ପୁଟର ସବଜେଟରେ ଆୱାର୍ଡ ପାଇଥିଲେ।ଏବଂ ୬ ଜଣ ଛାତ୍ରୀ ଏକ୍ସଲେନ୍ସ ମଡେଲ ଆୱାର୍ଡ ଅଧିକାରୀ ହୋଇଛନ୍ତି।

ପ୍ରତିଭା ଡ଼ାଳୁଆ ଇଂଲିଶ ସବଜେଟ, ଦିବ୍ୟାନ୍ସୀ ପ୍ରାଣିଗ୍ରହୀ, ରୋହନ ମଲ, ଲି୍ୟାନ୍ସ ଅଗ୍ରୱାଲା, ଉଦିତ ମୟୀଦଳେଇ, ଭୂମିକା ପ୍ରିୟଦର୍ଶନି ପାଇଥିବାରୁ ସମ୍ପାଦକ ଶ୍ରୀ ମିଶ୍ର ଖୁସିବ୍ୟକ୍ତ ହୋଇ ଥିବା ବେଳେ, ଅଧ୍ୟକ୍ଷ ଶ୍ରୀ ସାହୁ ବିଦ୍ୟାଳୟର ସଫଳତା ପାଇଁ ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ। ଖଣ୍ଡପଡ଼ା ଓଁମ୍ ସାଇ ଇଣ୍ଟର ନାସନାଲ ସ୍କୁଲ ଏକମାତ୍ର ବିଦ୍ୟାଳୟ ପ୍ରତିବର୍ଷ ଇଣ୍ଡିଆନ ଅଲିମ୍ପିୟାଡ଼ ଟ୍ୟାଲେଣ୍ଟ ଭାଗ ନେଇ ଅଧିକରୁ ଅଧିକ ସଫଳତା ପାଉ ଥିବାରୁ ଅଭିଭାବକ ମାନଙ୍କର ମନପସନ୍ଦ ହୋଇଥିବା ଦେଖିବାକୁ ମିଳିଥିଲା।

ଖଣ୍ଡପଡ଼ା ରୁ ରଜତ ଦାସ୍ ଙ୍କ ରିପୋର୍ଟ ବିଶେଷ ଖବର