ଦୁର୍ବଳ ହେଲା ଟଙ୍କା...

ଦୁର୍ବଳ ହେଲା ଟଙ୍କା...

*ଆନ୍ତର୍ଜାତୀୟ ବଜାରରେ ‘ଟଙ୍କା’ର ମୂଲ୍ୟରେ ବଡ଼ ବିପର୍ଯ୍ୟୟ। ବୁଧବାର ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ୯୫.୭୫ ର ସର୍ବନିମ୍ନ ସ୍ତରକୁ ଖସି ଆସିଛି। ଭାରତ ସରକାର ସୁନା, ରୂପା ଓ ପ୍ଲାଟିନମ୍ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରିବା ପରେ ଏବଂ ଆମେରିକା-ଇରାନ ମଧ୍ୟରେ ଚାଲିଥିବା ଭୂ-ରାଜନୈତିକ ଉତ୍ତେଜନା କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।*

*ଆଜି ଟଙ୍କାର ମୂଲ୍ୟ ଡଲାର ପିଛା ୯୫.୭୫ ରେ ପହଞ୍ଚି ନୂଆ ରେକର୍ଡ ସୃଷ୍ଟି କରିଛି। ବର୍ତ୍ତମାନ ବଜାରରେ ଟଙ୍କା ୯୫.୭୯ ସ୍ତରରେ କାରବାର କରୁଛି।*

*ବୁଧବାର ବଜାର ୯୫.୫୨ ସ୍ତରରେ ଖୋଲିଥିଲା, ଯାହା ଗତକାଲିର ବନ୍ଦ ହୋଇଥିବା ମୂଲ୍ୟଠାରୁ ୧୬ ପଇସା ଅଧିକ ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏଥିରେ ବଡ଼ ହ୍ରାସ ପରିଲକ୍ଷିତ ହୋଇଛି।*