ନାବାଳିକା କୁ ଦୁର୍ଷମ କରି ଫରେଷ୍ଟ ଅଫିସର ଗିରଫ .

ନାବାଳିକା କୁ ଦୁର୍ଷମ କରି ଫରେଷ୍ଟ ଅଫିସର ଗିରଫ .

ନାବାଳିକା କୁ ଦୁର୍ଷମ କରି ଫରେଷ୍ଟ ଅଫିସର ଗିରଫ

ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଅନର୍ଗତ ଖମ୍ବାରିଗୁଡ଼ା ଫରେଷ୍ଟ କ୍କାଟରେ ଅଭାନୀୟ ଘଟଣା ଦେଖିବାକୁ ମିଳିଛି  ନାରି କୁ ସମ୍ମାନ ଓ ସୁରକ୍ଷା ସରକାର ଯେଉଁ ଡିବି ଡିବା ମାରୁଛନ୍ତି ଏହା ହେଉଛି ଜଳନ୍ତ ଉଦାହରଣ କିନ୍ତୁ ସରକାରି ବାବୁ କାର୍ଯ୍ୟ ରତ ରେ ଥାଇ ଯାହା କରିଛନ୍ତି ଆମ ଅଞ୍ଚଳ ରେ ବୁଦ୍ଧି ଜୀବୀ ମହଲରେ ତିବ୍ର ନିନ୍ଦା ପରିପ୍ରକାଶ କରିଛନ୍ତି
 ଗିରଫ ଫରେଷ୍ଟର ହେଲେ ନରସିଂହ ଶତପଥୀ । ରାୟଗଡ଼ା ଜିଲ୍ଲା ଗୁଣପୁର ପଦ୍ମପୁର ଅଞ୍ଚଳରେ ଘଟିଛି ଏପରି ଅମାନବୀୟ ଘଟଣା । ନରସିଂହ ଶତପଥୀ ଗୁଡ଼ାରି ରେଞ୍ଜ ଅଧିନସ୍ଥ କେନ୍ଦୁଗୁଡ଼ା ସେକ୍ସନର ଫରେଷ୍ଟର ଭାବେ କାର୍ଯ୍ୟରତ ଅଛନ୍ତି । ସୂଚନା ଅନୁସାରେ ଶୁକ୍ରବାର ନରସିଂହଙ୍କ ପଡ଼ିଶା ଘରେ ରହି ପାଠ ପଢୁଥିବା ଜଣେ ୧୨ ବର୍ଷୀୟ ନାବାଳିକାକୁ ପ୍ରଲୋଭନ ଦେଖାଇ ଘର ଭିତରକୁ ଡ଼ାକି ଦୁଷ୍କର୍ମ ପାଇଁ ଉଦ୍ୟମ କରିଥିଲେ ।
ତେବେ ଏହି ସମୟରେ ନାବାଳିକାଙ୍କ ସହିତ ଥିବା ଅନ୍ୟ ଜଣେ ଝିଅ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାରଲୋକ ଖବର ପାଇ ଫରେଷ୍ଟର ନରସିଂହଙ୍କ ଘରକୁ ଯାଇ ନାବାଳିକାଙ୍କୁ ଉଦ୍ଧାର କରିଥିଲେ । ଏହାପରେ ଗ୍ରାମବାସୀମାନେ ଫରେଷ୍ଟରକୁ କାବୁ କରି ମାଡ଼ ମାରିଥିଲେ।

କେନ୍ଦୁଗୁଡା ଫାଣ୍ଡି ପୋଲିସ ଖବର ପାଇ ପଦ୍ମପୁର ଥାନା ଆଇଆଇସି ଧରଣୀଧର ପ୍ରଧାନଙ୍କୁ ସୂଚନା ଦେବା ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରୁ ନରସିଂହକୁ ଗିରଫ କରି ପଦ୍ମପୁର ଆଣି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଆଇଆଇସି ପ୍ରଧାନ ସୂଚନା ଦେଇଛନ୍ତି ।
ରାୟଗଡା ଜିଲ୍ଲା ପ୍ରତିନିଧି ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ ବିଶେଷ ଖବର