କାର୍ତ୍ତିକ ଭିଡ଼ କୁ ଦେଖି ଦଶପଲ୍ଲା ରୁ ପୁରୀ ଗଡ଼ିଲା ସ୍ୱତନ୍ତ୍ର ଟ୍ରେନ.

କାର୍ତ୍ତିକ ଭିଡ଼ କୁ ଦେଖି ଦଶପଲ୍ଲା ରୁ ପୁରୀ ଗଡ଼ିଲା ସ୍ୱତନ୍ତ୍ର ଟ୍ରେନ.

କାର୍ତ୍ତିକ ଭିଡ଼ କୁ ଦେଖି ଦଶପଲ୍ଲା ରୁ ପୁରୀ ଗଡ଼ିଲା ସ୍ୱତନ୍ତ୍ର ଟ୍ରେନ ନୟାଗଡ ତା ୨୮-୧0-୨0୨୫ ଧର୍ମ ଆଧ୍ୟାତ୍ମିକ ର ମାସ କାର୍ତ୍ତିକ ରେ ନୟାଗଡ ଜିଲ୍ଲା ରୁ ବହୁ ଭକ୍ତ ଓ ହବିଷ୍ୟାଳି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଦର୍ଶନ ନିମନ୍ତେ ପୁରୀ ଯାଉଥିବା ବେଳେ ଟ୍ରେନ ରେ ନାହିଁ ନଥିବା ଭିଡ଼ ଲାଗିରହୁଛି l ଏହାକୁ ଦୃଷ୍ଟି ରେ ରଖି ଦକ୍ଷିଣ - ପୂର୍ବ ତଟ ରେଳ କର୍ତ୍ତୃପକ୍ଷ ଦଶପଲ୍ଲା ରୁ ପୁରୀ କୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ନିଷ୍ପତି ଗ୍ରହଣ କରିଛନ୍ତି l ରେଳ ବିଭାଗ ଙ୍କ ସୂଚନା ଅନୁଯାୟୀ ନଂ ୬୮୪ନଂ.0୩ ସ୍ୱତନ୍ତ୍ର ଟ୍ରେନ ଦଶପଲ୍ଲା ରୁ ରାତି ୩ ଟା ରେ ବାହାରି ସକାଳ ୭, ୧୫ ପହଂଚିବl ର ସମୟ ରଖାଯାଇଛି l ଅପର ପକ୍ଷ ରେ ନଂ ୬୮୪୦୪ସ୍ୱତନ୍ତ୍ର ଟ୍ରେନ ପୁରୀ ରୁ ରାତ୍ରି ୧୧.0୫ମିନିଟ ରେ ବାହାରି ରାତି 2ଟା ୧5 ମିନିଟ ରେ ଦଶପଲ୍ଲା ରେ ପହଂଚିବ l ଏହି ସେବା୨୭ ଅକ୍ଟବର ଠାରୁ ନଭେମ୍ବର୫ ତାରିଖ ପର୍ଯ୍ୟନ୍ତ ଚାଲିବ l ଦୈନିକ ଚାଲିବାକୁ ଥିବା ଏହି ସ୍ୱତନ୍ତ୍ର ଟ୍ରେନ ନିର୍ଦ୍ଧାରିତ ସମୟ ରେ ଯାତାୟାତ ଅବ୍ୟାହତ ରହିବ l ଉଲ୍ଲେଖ ଯୋଗ୍ୟ ଯେ କାର୍ତ୍ତିକ ମାସ ରେ ପୁରୀକୁ ଭକ୍ତ ମାନଙ୍କ ଭିଡ଼ ଲାଗିରହୁଥିବା ବେଳେ ପଞ୍ଚୁକ ରେ ସ୍ୱତନ୍ତ୍ର ଟ୍ରେନ ର ବ୍ୟବସ୍ତା କରିବାକୁ ନୟାଗଡ ନାଗରିକ ମଞ୍ଚ ପକ୍ଷ ରୁ ନିକଟ ରେ ରେଳ କର୍ତ୍ତୃପକ୍ଷ ଙ୍କୁ ଦାବି କରାଯାଇ ଥିଲା l ନୟାଗଡ ରୁ ଜିଲ୍ଲା ପ୍ରତିନିଧି ଅଶୋକ କୁମାର ସାଥୁଆ ଙ୍କ ରିପୋର୍ଟ ବିଶେଷ ଖବର