କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣୀଜ୍ୟ ମେଳା -୨୦୨୫ ଉଦଘାଟିତ l

କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣୀଜ୍ୟ ମେଳା -୨୦୨୫ ଉଦଘାଟିତ l ଫୁଲବାଣୀ-୨୮- ୪-୨୫- ୧୨ - ଫୁଲବାଣୀ ସ୍ଥିତ କୋରୋନେସନ ପଡିଆ ଠାରେ କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା ୨୦୨୫ ଏକ ବର୍ଣ୍ଣାଢ୍ୟ ପରିବେଶରେ ଉଦଘାଟିତ ହୋଇଛି Iଉତ୍ସବ କମିଟି ଅଧ୍ୟକ୍ଷ ତଥା ସାମ୍ବାଦିକ ରାଧାମୋହନ ମହାପାତ୍ରଙ୍କ ସଭାପତିତ୍ୱ ରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ କନ୍ଧମାଳ ଏସପି ହରିଶ୍ ବିଶି ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହ ଏହି ମେଳା ଜିଲ୍ଲାର ଲୋକ କଳା,ସଂସ୍କୃତି ପରମ୍ପରା କୂ ଲୋକ ଲୋଚନ କୂ ଆଣିବାରେ ସହାୟକ ହେବ ବୋଲି କହିଥିଲେ I ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳକୁଶଳ ଚନ୍ଦ୍ର ନାୟକ, ବରିଷ୍ଠ ସାମ୍ବାଦିକ ତଥା ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା ପରିଚଳନା କମିଟି ଅଧ୍ୟକ୍ଷ ସୁନୀଲ ପଟ୍ଟନାୟକ ଓ ମୂଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା କମିଟି ର ପରାମର୍ଶ ଦାତା ଡ ଅରୂପ ଜେନା ଯୋଗ ଦେଇ ପ୍ରଥମ ଥର ସମ୍ପୂର୍ଣ ବେସରକାରୀ ଭାବେ କିଛି ଗଣ ମାଧ୍ୟମ ପ୍ରତିନିଧି ଓ ସମାଜସେବୀ ମିଶି ସୁନ୍ଦର ଭାବେ ଆୟୋଜନ କରି ଥିବାରୁ ଭୂୟସୀ ପ୍ରଶଂସା କରିଥିଲେ I ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଅନୁଷ୍ଠିତ କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ I କାର୍ଯ୍ୟକ୍ରମ ଶେଷରେ କମିଟି ଉପସଭାପତି ସୁଜିତ୍ କୁମାର ବେହେରା ଧନ୍ୟବାଦ ଦେଵା ସହ ଦର୍ଶକଙ୍କ ମନରଞ୍ଜନ ପାଇଁ ସୋମ‌ବାର ଠାରୁ ପ୍ରତ୍ୟହ ସନ୍ଧ୍ୟାରେ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ ।

କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣୀଜ୍ୟ ମେଳା -୨୦୨୫ ଉଦଘାଟିତ l