କୁଆପଥର ମାଡ଼ରେ ଜଣେ ମୃତ ଆଠ ଗୁରୁତର ଉଜୁଡି ଯାଇଛି ହଜାର ହଜାର ଘର  .

କୁଆପଥର ମାଡ଼ରେ ଜଣେ ମୃତ ଆଠ ଗୁରୁତର ଉଜୁଡି ଯାଇଛି ହଜାର ହଜାର ଘର  .

କୁଆପଥର ମାଡ଼ରେ ଜଣେ ମୃତ ଆଠ ଗୁରୁତର ଉଜୁଡି ଯାଇଛି ହଜାର ହଜାର ଘର  .

       ଗୁରୁବାର ସଂଧ୍ୟାରେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ୍ ଅନ୍ତର୍ଗତ ଖଡମବେଡା ପଞ୍ଚାୟତ ଓ ଜୁଡିଆ ପଞ୍ଚାୟତର କେତେକ ଗ୍ରାମରେ କାଳବୈଶାଖୀ ପ୍ରଭାବରେ ଯିବଜନ୍ତୁ ସହିତ ଘରଦ୍ବାର ସମ୍ପୁର୍ଣ୍ଣ କ୍ଷତି ହୋଇଥିବା ଦେଖିବାକୁ ମିଳିଛି। ସନ୍ଧ୍ୟା ପାଖାପାଖି ସାତଘଟିକା ସମୟରେ ଏହି କୁଆପଥର ବୃଷ୍ଟିପାତ ହୋଇଥିବା ଜଣାପଡ଼ିଛି।ଏହି କୁଆପଥର ମାଡ଼ରେ କାଦପାଣି,ପୁଣ୍ଡିଦା,ମୁସାମାରି, ଖଡମବେଡା,ଦୁଧକୁଣ୍ଡି, ରଜାବସା ବାଲିଚୁଆ ସହିତ ଅନେକ ଗ୍ରାମର ଆଜବେଷ୍ଟସ ଓ ଖପର ଟାଲି ଘର ଗୁଡ଼ିକ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି। ଏପରି କୁଆପଥର ମାଡ଼ ହୋଇଛି ଘର ମାନଙ୍କରେ କେବଳ କାନ୍ଥ ରହିଥିବା ବେଳେ ଘରର ଛପର ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି।  ଯାହା ଫଳରେ ଘରର ସମସ୍ତ ଆସବାବପତ୍ର ସହ ଧାନ ଚାଉଳ ଛେଳି କୁକୁଡ଼ା ନଷ୍ଟ ହୋଇଯାଇଛି। ଏହି କୁଆପଥର ମାଡ଼ରେ ଖଡମବେଡା ଅଞ୍ଚଳର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହାତ ଆଠ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ଜଣାପଡିଛି। ଶତାଧିକ ବ୍ୟକ୍ତି ଆହତ ହେଇଥିବା ଦେଖିବାକୁ ମିଳିଛି।  ଏହି କୁଆପଥର ବର୍ଷାର କ୍ଷୟକ୍ଷତିର ଭରଣା ପାଇଁ ଆଜି ସକାଳୁ ଖଡମବେଡା ଛକରେ ୪୯ନମ୍ବର ଜାତୀୟ ରାଜପଥକୁ ଅଞ୍ଚଳବାସୀ ଅବରୋଧ କରିଥିବା ଦେଖିବାକୁ ମିଳିଛି।  ଦିର୍ଘ ଛଅ ଘଣ୍ଟା ହେବ ଜାତୀୟ ରାଜପଥ ଅବରୋଧ ହୋଇଥିଲେ ସୁଧା ରାଜପଥରେ ଯାତାୟାତ ସ୍ବାଭାବିକ ହୋଇପାରିନାହିଁ। ଘଟଣା ସ୍ଥଳରେ ରାଇରଙ୍ଗପୁର ଉପଜିଲ୍ଲାପାଳ ସହିତ ଉପଖଣ୍ଡ ପୋଲିସ୍ ଅଧିକାରୀ, ବିଶୋଇ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଥାନା ଅଧିକାରୀ ଉପସ୍ଥିତ ରହି ଲୋକଙ୍କୁ ବୁଝାଇବା ଚେଷ୍ଟା କରୁଛନ୍ତି। ପ୍ରଶାସନ ଓ ସମାଜସେବୀ ଗୋଷ୍ଠୀଙ୍କ ପକ୍ଷରୁ  ଜନସାଧାରଣଙ୍କ ପାଇଁ ସୁଖିଲା ଖାଦ୍ୟ ଦେବା ସହିତ ରନ୍ଧାଖାଦ୍ୟ ପ୍ରସ୍ତୁତ କରୁଥିବାର ଦେଖିବାକୁ ମିଳିଛି। ଏପଟେ ବିଗତ ଦିନମାନଙ୍କରେ ସରକାରଙ୍କ ମିଥ୍ୟା ପ୍ରତିଶୃତି ପାଇଁ ଜନତା ଏବେ ଜିଦ୍ ରେ ଅଟଳ ଥିବା ଦେଖିବାକୁ ମିଳିଛି। ଏପଟେ ପ୍ରଶାସନ ନାଚାର ପାଲଟିଥିଲା ବେଳେ ସାଧାରଣ ଯାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।ଦିର୍ଘ ସାତ ଘଣ୍ଟା ପରେ ସାଧାରଣ ଜନତା ପ୍ରତିଶ୍ରୁତି ପାଇବା ପରେ ରାସ୍ତାରୋକ ହଟିଥିବା ଦେଖିବାକୁ ମିଳିଛି।
ମୟୂରଭଞ୍ଜ ରାଇରଙ୍ଗପୁର ଜିଲ୍ଲା ସାମ୍ବାଦିକ  ଜିତେନ୍ଦ୍ର କୁମାର ଅଗ୍ରୱାଲ ଙ୍କ ରିପୋର୍ଟ ବିଶେଷ ଖବର