ବାଲ୍ୟ ବିବାହ ବିରୋଧୀ ସଚେତନତା କାର୍ଯ୍ୟକ୍ରମ ,
ବାଲ୍ୟ ବିବାହ ବିରୋଧୀ ସଚେତନତା କାର୍ଯ୍ୟକ୍ରମ
ଖଜୁରୀପଡା, 22/03/25: ବାଲ ରକ୍ଷା ଭାରତର ସହଯୋଗରେ ସୁରାଦେଇ ଗ୍ରାମର ଏସ ଏଚ ଜି ଓ ମହିଳା ଗୋଷ୍ଠୀ ମାନଙ୍କୁ ନେଇ ବାଲ୍ୟ ବିବାହ ବିରୋଧୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା।
ଏହି କାର୍ଯ୍ୟକ୍ରମରେ ପ୍ରଗତି ଯୁବ କାଉନସିଲର ସଦସ୍ୟ ନିହାରିକା ମହାରଣା, ସତ୍ୟପ୍ରକାଶ ମାଝୀ, ବର୍ଷା ରାଣୀ ସାହୁ, ସୋନମ ବେହେରା, ଚି଼ଙ୍କି ଗଣ୍ଡା ଓ ଅର୍ଚନା ଗଣ୍ଡା ବାଲ୍ୟ ବିବାହ କଣ, ଏହାର ପ୍ରଭାବ, ଶିଶୁ ଅଧିକାର, ଏବଂ ବାଲ୍ୟ ବିବାହ ବିରୋଧୀ ଆଇନ ଓ ଅଧିନିୟମ ବିଷୟରେ ସଚେତନ କରିଥିଲେ।
ସଭାରେ ୪୫ ରୁ ଅଧିକ ମହିଳା ଅଂଶଗ୍ରହଣ କରିଥିଲେ। ସଚେତନତା ଅଭିଯାନ ଦ୍ୱାରା ସମୁଦାୟ ମଧ୍ୟରେ ବାଲ୍ୟ ବିବାହ ବିରୋଧୀ ମନୋଭାବ ଗଠନ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିବାହିବ।



