ଅବାଧରେ ଚାଲିଛି ଗଛକଟା ପୁଣି ଜଙ୍ଗଲରେ ନିଆଁ।  ,

ଅବାଧରେ ଚାଲିଛି ଗଛକଟା ପୁଣି ଜଙ୍ଗଲରେ ନିଆଁ।  ,

ଅବାଧରେ ଚାଲିଛି ଗଛକଟା ପୁଣି ଜଙ୍ଗଲରେ ନିଆଁ। 

ନବରଙ୍ଗପୁର ଜିଲ୍ଲା, ଉମରକୋଟ, ଦଣ୍ଡେସରା, ଗେଟଗୁଡା ଗ୍ରାମରେ ଚାଲିଛି ଅବାଧ ଗଛକଟା ତା ସାଙ୍ଗକୁ ପୁଣି ଜଙ୍ଗଲରେ ନିଆଁ। ବନବିଭାଗ ମଧ୍ୟ ହାତବାନ୍ଧି ଚୁପ୍ । ପ୍ରାୟ ୧୫  ଏକର ପରିମିତ,ଗେଟଗୁଡା ଜଙ୍ଗଲ ଉମରଗାଁ ଯିବା ରାସ୍ତା ରେ ଲୋକମାନେ ଗଛକାଟି ନେଇଯାଇଛନ୍ତି । ଆମ ପ୍ରତିନିଧି ବନବିଭାଗ କୁ ମୋବାଇଲ ମାଧ୍ୟମରେ କହିଲା ପରେ ଉମରକୋଟ ବନବିଭାଗ ଯାଇ ପ୍ରତିଦିନ କାମଚଳା  କିଛି କାଠ ନେଇ ଆସୁଛି । କିନ୍ତୁ ତାହା ମଧ୍ୟ ସମୂଦ୍ର କୁ ଶଙ୍ଖେ । ସେଠାରେ ଲୋକଙ୍କ କହିବା ହେଲା ଆମେ ବନବିଭାଗ କୁ କହିଥିଲୁ । ତାଙ୍କ ଆଦେଶ ଅନୁଯାୟୀ କାଠ କଟାଯାଉଛି । କିନ୍ତୁ ବନବିଭାଗ ଏପଟେ ଆମକୁ କିଛି କୁହାହେଇନି କହୁଛନ୍ତି। ଏତେବଡ ଜଙ୍ଗଲ କାଟିବା ଗୋଟେ ଦିନ ର କାମ ନୁହେଁ। ତା ଅର୍ଥ ବନବିଭାଗ କିପରି କାମ କରୁଛି ,ସେ ବିଷୟ ସମସ୍ତେ ଜାଣିଛନ୍ତି। ମାସ ମାସ ସଂଖ୍ୟା ବନବିଭାଗୀୟ କର୍ମଚାରୀ କୋୖଣସି ଜଙ୍ଗଲକୁ ଯାଉନାହାନ୍ତି। ଏପଟେ ଜଙ୍ଗଲରେ ନିଆଁ ନଲଗେଇବାକୁ ମାଳ ମାଳ ଏୱରନସ୍ ନାଁରେ କେତେ ପଇସା ତଥା ଜଙ୍ଗଲ ସୃଷ୍ଟି କରିବାକୁ କେତେ ପଇସା ଖର୍ଚ୍ଚ ହେଉଛି ତାହାର ହିସାବ ବନବିଭାଗ ଦେବକି ? ବୋଲି ସାଧାରଣରେ ଅଭିଯୋଗ ହେଉଛି। କାରଣ ଏବର୍ଷ ଯେଉଁ ସ୍ଥାନମାନଙ୍କ ରେ ବନମହୋତ୍ସବ କରି ଜଙ୍ଗଲ ସୃଷ୍ଟି କରାଯାଉଛି ଆସନ୍ତା ବର୍ଷ ପୁନଃଶ୍ଚ ସେହି ଜାଗାରେ ଜଙ୍ଗଲ ପାଇଁ ଜାଗା ଖାଲି ହୋଇଯାଉଛି। ନହେଲେ ସାରା ଦେଶରେ ଖାଲି ଜଙ୍ଗଲ ହିଁ ରୁହନ୍ତା । ଏତାଦୃଶ କାର୍ଯ୍ୟ ଚାଲିଛି ବନବିଭାଗ ର । ଏପଟେ ଜଙ୍ଗଲ କଟା ହେଲେ ପରିବେଶ, ପାଣିପାଗ, ଉତ୍ତାପ ଇତ୍ୟାଦି ଉପରେ ପ୍ରଭାବ ପଡ଼ିବ ବୋଲି ନେତାମାନେ ତଥା ଅଫିସର ମାନେ ସଭାସମିତି କରି ପ୍ରବଳ ଚିତ୍କାର କରୁଥିବାର ଅନେକେ ଦେଖିଛନ୍ତି ତଥା ଶୁଣିଛନ୍ତି। ତଥାପି ଅନେକ ନେତୃବୃନ୍ଦ ଲୋକେ ଏଥିରୁ କ୍ଷାନ୍ତ ହେଉନାହାନ୍ତି।
ଉମରକୋଟ, ହରିହର ଶତପଥୀ