କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ନିମ୍ନ ମାନର ରାସ୍ତା ନିର୍ମାଣକୁ ବନ୍ଦ କରିଲେ ଲୋକ ପ୍ରତିନିଧି।

କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ନିମ୍ନ ମାନର ରାସ୍ତା ନିର୍ମାଣକୁ ବନ୍ଦ କରିଲେ ଲୋକ ପ୍ରତିନିଧି।

କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ନିମ୍ନ ମାନର ରାସ୍ତା ନିର୍ମାଣକୁ ବନ୍ଦ କରିଲେ ଲୋକ ପ୍ରତିନିଧି।

ମାଲକାନଗିରି,ଜିଲ୍ଲା ମାଥିଲି ବ୍ଲକ ୦୭,୦୬  ସାଧାରଣ ଲୋକଙ୍କ ଟିକସ ପଇସାରେ କ୍ଷୁଦ୍ର ଜଳସେଚନ ବିଭାଗର ନିମ୍ନ ମାନର ପିଚୁ ରାସ୍ତା ନିର୍ମାଣ କାର୍ଯ୍ୟ କୁ ବନ୍ଦ କରିଲେ ବିଜେଡି ସମର୍ଥିତ ଲୋକ ପ୍ରତିନିଧି। ସୂଚନା ଥାଉ ଯେ ବିଗତ ସରକାର ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ମହକୁମା ଠାରେ ଥିବା ଶିଵ ସଗାରକୁ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟ କରଣ ପାଇଁ ୪.୫୭ କୋଟି ମଞ୍ଜୁର କରିଥିଲେ। ଏବଂ ସେହି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ କୁ ଦାୟିତ୍ୱ ଦିଆଯାଇଥିଲା। ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ କରି ଏକ ଘରୋଇ ସଂସ୍ଥାକୁ ହସ୍ତାନ୍ତର କରିଥିଲେ। କିନ୍ତୁ ସମ୍ପୃକ୍ତ ସଂସ୍ଥା ଗତବର୍ଷ କାର୍ଯ୍ୟାଦେଶ ପାଇବା ପରେ ଶିଵ ସାଗରରୁ କିଛି ମାତ୍ରାରେ ମାଟି ଉଠାଇଥିଲା। ଶିଵ ସାଗରରୁ ମାଟି ଉଠାଇ ସେହି ମାଟିକୁ ବେନିୟମ ଭାବେ ଠିକା ସଂସ୍ଥା ଓ କନିଷ୍ଠ ଯନ୍ତ୍ରୀ କିଛି ବ୍ୟକ୍ତିଙ୍କ ପାଖରୁ ଅର୍ଥ ନେଇ ନିକଟରେ ଥିବା ଜଳସେଚିତ ଜମି ଉପରେ ପକାଇଥିବା ଅଭିଯୋଗ ହୋଇଥିଲା। ଜଳସେଚିତ ଜମିରେ ମାଟି ପଡିବା କାରଣରୁ ଗତବର୍ଷ ବର୍ଷା ଦିନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଅନେକ ଧାନ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଥିଲା। ବାକି ଖନନ ମାଟି ରେ  ଶିଵ ସାଗରର ସୁରକ୍ଷା ବନ୍ଦ ନିର୍ମାଣ କରିବା ସହିତ ବନ୍ଦ ଉପରେ ଯାତାୟାତ ରାସ୍ତା ନିର୍ମାଣ ସହିତ ଦୁଇ ପାର୍ଶ୍ଵରେ ପଥର ପ୍ୟାଚ ଓ ଗାର୍ଡ ୱାଲ ନିର୍ମାଣ କରିବା ପାଇଁ କାର୍ଯ୍ୟାଦେଶ ରହିଥିଲେ ମଧ୍ୟ ସମ୍ପୃକ୍ତ ଠିକା ସଂସ୍ଥା ବ୍ୟତିକ୍ରମ କରିଥିବା ଅଭିଯୋଗ ଆସିଛି। ଠିକା ନେଇଥିବା ସମ୍ପୃକ୍ତ ସଂସ୍ଥା ପକ୍ଷରୁ ମାତ୍ର ୧୨ଶହ ମିଟର ରାସ୍ତା ଓ ପଥର ପ୍ୟାକ ଓ ଗାର୍ଡ ୱାଲ ପାଇଁ ୯୩ ଲକ୍ଷ ରହିଥିବା ସୂଚନା ମିଳିଛି। କିନ୍ତୁ ଶିଵ ଶାଗର ର ସୁରକ୍ଷା ବନ୍ଧ ରେ ଦୁଇ ପାର୍ଶ୍ଵରେ ପଥର ଓ ଗାର୍ଡ ୱାଲ ନିର୍ମାଣ ନକରି ନିର୍ମାଣ କାର୍ଯ୍ୟ ନେଇଥିବା ଠିକା ସଂସ୍ଥା ଓ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପାରସ ବେହେରା ଓ ମାଲକାନଗିରି କ୍ଷୁଦ୍ର ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ପିଚୁ ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିଲା ଠିକା ସଂସ୍ଥା।ଦୁଇ ପାର୍ଶ୍ଵରେ ବିନା ପଥର ପ୍ୟାକ ଓ ଗାର୍ଡ ୱାଲ ରେ ରାସ୍ତା ନିର୍ମାଣ କାର୍ଯ୍ୟ ହେଉଛି ଆଗକୁ ବର୍ଷା ଦିନ ଆସୁଛି। ଯଦି ବର୍ଷା ଦିନରେ ବର୍ଷା ହେବା ଫଳରେ ରାସ୍ତା ର ଦୁଇ ପାର୍ଶ୍ଵର ମାଟି ଧୋଇ ଯାଇ ପିଚୁ ରାସ୍ତା ଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯିବାର ସମ୍ଭାବନା ରହିଛି। ଯାହାକୁ ନେଇ ଆଜି ମାଥିଲି ବ୍ଲକ ବିଜେଡି ସଭାପତି ସଦାଶିବ ପୂଜାରୀଙ୍କ ସମେତ ମାଥିଲି ବ୍ଲକ ବିଜେଡି ସମର୍ଥିତ ସରପଞ୍ଚ ସଂଘର ସଭାପତି କାନାମ ରାଜୁ ନାୟକ , ବିଜେଡି ଜିଲ୍ଲା ପରିଷଦ ଜୋନ-୧ ସଭ୍ୟା ଲକ୍ଷ୍ମୀପ୍ରିୟା ନାୟକ ଓ ଜିଲ୍ଲା ପରିଷଦ ଜୋନ-୩ ସଭ୍ୟା ସସ୍ମିତା ମାଝୀ ଓ ବିଜେଡି କର୍ମୀମାନେ ବିନା ଗାର୍ଡ ୱାଲ ଓ ପଥର ପ୍ୟାକ ସହିତ ନିମ୍ନ ମାନର ପିଚୁ ରାସ୍ତା ନିର୍ମାଣ କୁ ବିରୋଧ କରି ଘଟଣା ସ୍ଥଳକୁ ଯାଇ ନିର୍ମାଣ କାର୍ଯ୍ୟ ବନ୍ଦ କରିଛନ୍ତି। ଯେ ପର୍ଯ୍ୟନ୍ତ ପ୍ରଥମେ ଶିଵ ସାଗରର ପୁନରୁଦ୍ଧାର ଓ ସୁରକ୍ଷା ବନ୍ଧ ର ଦୁଇ ପାର୍ଶ୍ଵରେ ପଥର ପ୍ୟାକ ଓ ଗାର୍ଡ ୱାଲ ନିର୍ମାଣ ନହୋଇଛି ସେ ପର୍ଯ୍ୟନ୍ତ ପିଚୁ ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ ରହିବ ବୋଲି ଚେତାବନୀ ଦେଇଛନ୍ତି। ଲୋକ ପ୍ରତିନିଧି ମାନଙ୍କ ପ୍ରତିବାଦ ପରେ ନିର୍ମାଣ କାରୀ ସଂସ୍ଥା କାର୍ଯ୍ୟ ବନ୍ଦ ରଖିଛି।ସବୁଠାରୁ ବଡ଼ କଥା ହେଲା ନିର୍ମାଣକାରୀ ସଂସ୍ଥା ରାସ୍ତା କାର୍ଯ୍ୟରେ ନାବାଳକ ମାନଙ୍କୁ ନିୟୋଜିତ କରିଥିବା ଅଭିଯୋଗ କରିଛନ୍ତି ଜନ ପ୍ରତିନିଧି ଦଳ।ତାହା ସହିତ ବ୍ଳକ ରେ ଅନେକ ସ୍ଥାନରେ ଏପରି ନିମ୍ନ ମାନର କାର୍ଯ୍ୟକୁ ଉଚ୍ଚ ସ୍ତରୀୟ ତଦନ୍ତ କରିବା ସହିତ ନିର୍ମାଣକାରୀ ସଂସ୍ଥା ଓ ବିଭାଗୀୟ ଅଧିକାରୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଯଦି ଦାବି ପୂରଣ ନହୁଏ ତାହେଲେ ବିଜେଡି ତରଫରୁ ଘୋର ବିରୋଧ କରିବା ସହିତ ବିଜେଡି ତାର ଆନ୍ଦୋଳନ ପନ୍ଥା ଅବଲମ୍ବନ କରିବା ପାଇଁ ବିଜେଡି ବ୍ଲକ ସଭାପତି ଶ୍ରୀ ପୂଜାରୀ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।
ମାଲକାନଗିରି ଜିଲ୍ଲା ମାଥିଲି  ରୁ ଶିଵ ପ୍ରସାଦ ପରିଛା
ବିଶେଷ ଖବର