ଆଣ୍ଡରାପାଲ୍ଲୀ ଗ୍ରାମବାସୀ ପ୍ରାୟ ମାସେ ହେବ ବିଦ୍ୟୁତ୍ ସେବାରୁ ବଞ୍ଚିତ ।

ଆଣ୍ଡରାପାଲ୍ଲୀ ଗ୍ରାମବାସୀ ପ୍ରାୟ ମାସେ ହେବ ବିଦ୍ୟୁତ୍ ସେବାରୁ ବଞ୍ଚିତ ।

ଆଣ୍ଡରାପାଲ୍ଲୀ ଗ୍ରାମବାସୀ ପ୍ରାୟ ମାସେ ହେବ ବିଦ୍ୟୁତ୍ ସେବାରୁ ବଞ୍ଚିତ ।


ମାଲକାନଗିରି,ତା:-୨୯/୦୬(ଶିବପ୍ରସାଦ ପରିଛା ବିଶେଷ ଖବର )ମାଲକାନଗିରି ଜିଲ୍ଲା ଚିତ୍ରାକୋଣ୍ଡା ବ୍ଳକର ସ୍ବାଭିମାନ ଅଞ୍ଚଳରେ ଥିବା ଅଣ୍ଡରାପାଲି ପଞ୍ଚାୟତର ସଦର ଗ୍ରାମରେ ପ୍ରାୟ ଏକ ମାସ ହେବ ବିଜୁଳି ନଥିବା ନେଇ ଗ୍ରାମବାସୀ ଅନ୍ଧକାରରେ ଜୀବନ ବିତାଉ ଥିବା ଅଭିଯୋଗ କରିଛନ୍ତି । ବ୍ଲକ ସଦର ମହକୁମାରୁ ପ୍ରାୟ ୬୫ କିମି ଦୂରରେ ଥିବା ସ୍ଵାଭିମାନ ଅଞ୍ଚଳର ଏହି ଗ୍ରାମରେ ଲୋକଙ୍କ ପାଇଁ ମୌଳିକ ସୁବିଧା ମଧ୍ୟରେ ଥୁବା ବିଦ୍ୟୁତ ସେବା ଏକ ମାସ ଧରି ଦୂରେଇ ଯାଇଥିବା ବେଳେ ଏମାନେ ନାନା ସମସ୍ୟା ଭୋଗୁଥିବା ପ୍ରକାଶ କରିଛନ୍ତି| ତେବେ ଗ୍ରାମବାସୀ ବହୁ କଷ୍ଟ ମଧ୍ୟରେ ରହୁଥ‌ିବା ବେଳେ ଏଠାରେ ଥିବା ମଙ୍ଗଳ ବିଭାଗର ଆବାସିକ ବିଦ୍ୟାଳୟରେ ସ୍ଥିତି ଦୟନୀୟ ହୋଇ ପଡିଥିବା ଲୋକେ ଅଭିଯୋଗ କରିଛନ୍ତି । ଏହି ବିଦ୍ୟାଳୟ ହଷ୍ଟେଲରେ ଛାତ୍ରଛାତ୍ରୀ ରହୁଥ‌ିବା ବେଳେ ବିଦ୍ୟୁତ ପରି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି । ଦିନରେ ଗରମ ଓ ରାତିରେ ଅନ୍ଧକାର ମଧ୍ୟରେ ପିଲାଙ୍କୁ ପାଠ ପଢିବା ଠାରୁ ଆରମ୍ଭ କରି ଚଳ ପ୍ରଚଳ କରିବା ମଧ୍ୟ କଷ୍ଟକର ହୋଇ ପଡିଥ୍‌ଲା । ତେବେ ଦୀର୍ଘ ଦିନ ଧରି ବିଭାଗୀୟ ଅଧିକାରୀଙ୍କୁ ଏନେଇ ଅଭିଯୋଗ କରାଯାଉଥିବା ବେଳେ ଶନିବାର ବିଦ୍ୟାଳୟକୁ ବିଦ୍ୟୁତ ସଂଯୋଗ ହୋଇଥିବା ଜଣା ପଡିଛି ତେବେ ଗ୍ରାମରେ କିନ୍ତୁ ବିଦ୍ୟୁତ ନ ଥିବା ବେଳେ ବିଭାଗ ପକ୍ଷରୁ ଲୋକଙ୍କୁ ବିଲ ଦିଆଯାଉ ନଥିବାରୁ ଲୋକେ ନିଜ ବକେୟା ବିଷୟରେ ଜାଣିପାରୁ ନଥିବା ପ୍ରକାଶ କରିଛନ୍ତି ତେଣୁ ଲୋକେ ବର୍ତ୍ତମାନ ଅଞ୍ଚଳରେ ବିଦ୍ୟୁତ ସମସ୍ୟାର ତୁରନ୍ତ ସମାଧାନ କରି ବିଜୁଳି ଯୋଗଇବାକୁ ଦାବି କରିଛନ୍ତି ।