ଖଣ୍ଡପଡ଼ା ପୋଲିସର ଚଢାଉ I
ଖଣ୍ଡପଡ଼ା ପୋଲିସର ଚଢାଉ I
୧୫ ଚୋରା ମଟରସାଇକେଲ ଜବତ, ୪ ଗିରଫ
ଅଧିକ ତଦନ୍ତ ଜାରି ରହିଥିବା ନେଇ ସୂଚନା ଦେଲେ ଏସପି
ଖଣ୍ଡପଡ଼ା ୫|୧୨ (ନି.ପ୍ର) ଖଣ୍ଡପଡ଼ା ଓ ଫତେଗଡ ଥାନା ଅଞ୍ଚଳରୁ ଲୁଟେରା ମାନେ ଗତ କିଛିଦିନ ତଳେ ଲୁଟ କରି ନେଇଥିବା ୧୫ ଟି ମଟରସାଇକେଲକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଜବତ କରିବା ସହ ଏହି କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି। ତେବେ ଏ ସଂର୍ପକରେ ଅଧିକ ତଦନ୍ତ ଜାରି ରହିଥିବା ନେଇ ଶୁକ୍ରବାର ଅପରାହ୍ନରେ ଖଣ୍ଡପଡ଼ା ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷିକା ଏସ ଶୁସ୍ରୀ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି।ଘଟଣାକ୍ରମେ ଫତେଗଡ ଗ୍ରାମରୁ ଦିନବନ୍ଧୁ ବେହେରାଙ୍କ ମଟରସାଇକେଲ ଚୋରୀ ହୋଇଥିବା ନେଇ ଫତେଗଡ ଥାନାରେ ଅଭିଯୋଗ ହୋଇଥିଲା।ଅଭିଯୋଗ ଆଧାରରେ ପୋଲିସ ମାମଲା ଏକ ମାମଲା ରୁଜୁ କରି ଘଟଣାର ଖୋଳତାଡ କରିବା ସହ ମଟରସାଇକେଲ ଚୋରୀ ରାକେଟର ମାଷ୍ଟରମାଇଣ୍ଡ ନେତାଜୀ ସେଠୀକୁ ଫତେଗଡ ଥାନା ଅଧିନ ଗୋଳାପୋଖରୀ ଗ୍ରାମରୁ ଗିରଫ କରିବାରେ ସକ୍ଷମ ହୋଇଥିଲା।ପରେ ନେତାଜୀର ବୟାନକୁ ଭିତ୍ତି କରି ମଟରସାଇକେଲ ଚୋରୀ ଘଟଣାର ପର୍ଦ୍ଦାଫାସ କରିବାରେ ପୋଲିସ ଟିମ ସଫଳ ହୋଇଥିବା ଜଣାପଡିଛି। ଚୋରି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ପୋଲିସ ଭୁବନେଶ୍ଵର ଖଣ୍ଡଗିରି ଥାନା ଅଧିନ ଜାଗମରା ନିକଟସ୍ଥ ବଡବାରି ଗ୍ରାମର ବିକାଶ ରାୟ, ଖଣ୍ଡପଡ଼ା ଥାନା ଅଧିନ ଖଳିସାହି ବଡସାହିର ନିରାକାର ମାଝି ଓରଫ କାଠିଆ ଓ ନିକଟସ୍ଥ ମର୍ଦ୍ଦରାଜପୁର ପଞ୍ଚାୟତ ଅଧିନ ହରିଚନ୍ଦନପୁର ଗ୍ରାମର ପ୍ରତାପ ପ୍ରଧାନଙ୍କୁ ଗିରଫ କରିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା।ମଟରସାଇକେଲ ଚୋରି ଘଟଣାରେ ଗିରଫ ହୋଇଥିବା ୪ ଜଣଙ୍କ ନାମରେ ଏଥିପୂର୍ବରୁ ଖଣ୍ଡପଡ଼ା,ଫତେଗଡ,ଜଟଣୀ ସମେତ ଭୁବନେଶ୍ଵରର
ଅଞ୍ଚଳର ବିଭିନ୍ନ ଥାନାରେ କେସ ଥିବା ବେଳେ ଏକାଧିକ ମାମଲାରେ ସେମାନେ ଜଡିତ ଥିବା ନେଇ ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏ ଅବସରରେ ଉପଯୁକ୍ତ ପ୍ରମାଣପତ୍ର ସହ ୨ ଜଣ ବ୍ୟକ୍ତିଙ୍କୁ ସେମାନଙ୍କର ମଟରସାଇକେଲ ଆରକ୍ଷୀ ଅଧିକ୍ଷିକାଙ୍କ ଉପସ୍ଥିତରେ ଖଣ୍ଡପଡ଼ା ପୋଲିସ ଫେରସ୍ତ କରିଥିଲା।ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ଯରେ ଏସଡିପିଓ ମଦନମୋହନ ପ୍ରଧାନ,ଥାନାଧିକାରୀ ନିହାର ରଞ୍ଜନ ମହାନ୍ତି, ଏସଆଇ ଗୋପବନ୍ଧୁ ମଲ୍ଲିକ,ମନସ୍ମିତା ସାହୁଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।
ବିଶେଷ ଖବର ସ୍ୱତନ୍ତ୍ର ପ୍ରତିନିଧି ନୟାଗଡ଼ ଜିଲ୍ଲା ସୁପ୍ରିୟା ଦାଶ I



