ଗାଇସିଲାଟ ପଞ୍ଚାୟତ ସମିତି ବୈଠକ।

ଗାଇସିଲାଟ ପଞ୍ଚାୟତ ସମିତି ବୈଠକ।
ବରଗଡ ଜିଲ୍ଲା ଗାଇସିଲାଟ ଗ୍ରାମ ପଞ୍ଚାୟତ ସମିତିର ସାଧାରଣ ୧୦ତମ ଅଧିବେଶନ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଗାଇସିଲେଟ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ପ୍ରଣୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଗାଇସିଲେଟ ବ୍ଲକ ଅଧୀନସ୍ଥ ୧୯ ଟି ପଞ୍ଚାୟତର ସମିତିସଭ୍ୟ ଓ ସରପଞ୍ଚଙ୍କୁ ନେଇ ଅନୁଷ୍ଠିତ ଏହି ବୈଠକରେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ସନତ କୁମାର ଗଡିତିଆ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ସମିତି ସଭ୍ୟ,ସଭ୍ୟା ମାନେ ମନରେଗା ଓ ଅନ୍ୟାନ୍ୟ କାର୍ଯ୍ୟକୁ ନେଇ କ୍ଷୋଭ ପ୍ରକାଶ କରି ସଭାକକ୍ଷ ରୁ ଚାଲିଯାଇଥିଲେ । ପରେ ବିଡିଓ ଏବଂ ବ୍ଲକ ଅଧ୍ୟକ୍ଷ ବୁଝା ଶୂଝା କରିବା ପରେ ସମସ୍ତ ସଭ୍ୟ ସଭ୍ୟା ପୁଣି ସଭା କାର୍ଯ୍ୟରେ ଯୋଗ ଦେଇଥିଲେ । ବିଧାୟକ ଶ୍ରୀଯୁକ୍ତ ଗଡତିଆ ବିକଶିତ ଗାଁ ବିକଶିତ ଓଡ଼ିଶା ଏବଂ ବ୍ଳକସ୍ତରୀୟ ସମସ୍ତ ଉନ୍ନୟମୂଳକ କାର୍ଯ୍ୟର ପ୍ରସ୍ତୁତି ସଂକ୍ରାନ୍ତରେ ଆଲୋଚନା କରିଥିଲେ । ବିଭିନ୍ନ ବିଭାଗ ଯଥା ସାଧାରଣ ବଣ୍ଟନ , ଶିକ୍ଷା, ସମାଜ କଲ୍ୟାଣ, କୃଷି ଉଦ୍ୟାନ, ମହିଳା ଓ ଶିଶୁ ବିକାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ମତ୍ସ୍ୟ ଚାଷ, ଗ୍ରାମ୍ୟ ଉନ୍ନୟନ୍ନ, ପୂର୍ତ୍ତ, ଉଠା ଜଳସେଚନ, କ୍ଷୁଦ୍ର ଜଳସେଚନ, ବିଦ୍ୟୁତ୍, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର ସମସ୍ତ ଉନ୍ନୟନ୍ନ ମୂଳକ ପ୍ରକଳ୍ପ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ।ବିଶେଷ କରି ମନରେଗା ଯୋଜନା ରୁ କିଭଳି ଭାବରେ ସମସ୍ତ ଉନ୍ନୟନ ମୂଳକ କାମ ହୋଇପାରିବ ବୋଲି ସରପଞ୍ଚ ଓ ସମିତି ସଭ୍ୟ,ସଭ୍ୟା ମାନେ ବିଧାୟକଙ୍କୁ ଜଣାଇଥିବା ବେଳେ ଏହା ଉପୋରକ୍ତ ଅଧିକାରୀଙ୍କ ସହିତ କଥା ବାର୍ତ୍ତା ହୋଇ ଏହାର ସମାଧାନ କରିବା ପାଇଁ ବିଧାୟକ ଶ୍ରୀଯୁକ୍ତ ଗଡା଼ତିଆ ପ୍ରତିଶ୍ରୁତି ଦେଇଥିଲେ । ଏହି ସାଧାରଣ ବୈଠକରେ ପ୍ରଥମେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପାଣ୍ଡବ ନନ୍ଦ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଶ୍ରୀ ଲକ୍ଷ୍ମଣ ମାଝି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ଜୋନ 1 ଶ୍ରୀଯୁକ୍ତ ନିଲମଣି ବରିହା, ଜିଲ୍ଲାପରିଷଦ ସଭ୍ୟା ଜୋନ 2 ଶ୍ରୀମତୀ ଝରଣା ପାଣିଗ୍ରାହୀ , ସାଂସଦ ପ୍ରତିନିଧି ସଞ୍ଜୟ ପୁରୋହିତ, ବ୍ଲକ ସହକାରୀ କୃଷି ଅଧିକାରୀ ମଧୁସ୍ମିତା ମିଶ୍ର, ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସବିତା ସାହୁ ଓ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିବା ବେଳେ ପରିଶେଷରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭୀଷ୍ମ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ