ଜୀବନର ଶେଷ ବୟସରେ ଶାଗ ବିକି ସ୍ବାବଲମ୍ବୀ ।

ଜୀବନର ଶେଷ ବୟସରେ ଶାଗ ବିକି ସ୍ବାବଲମ୍ବୀ ।
ମାଲକାନଗିରି, ତା:- ୧୮/୦୭ ଜୀବନର ଶେଷ ବୟସରେ ଶାଗ ବିକି ସୁବଲମ୍ବୀ ହୋଇଛନ୍ତି ପୌରପରିଷଦ ଅଞ୍ଚଳ ର ୧ନମ୍ବର ୱାରଡ୍ ମୁଣ୍ଡାଗୁଡା ଗାଁର ୪ ବୃଦ୍ଧା । ସେମାନେ ହେଲେ ଚନ୍ଦ୍ରମା ନାୟକ (୭୬), ରତ୍ନା ନାୟକ(୭୪), ଦୟମନ୍ତି ହଲ୍ବା(୬୬) ଓ ବାସନ୍ତୀ ଇଣ୍ଡି (୬୫)। ନିଜ ସହ ପରିବାରର ପେଟ ପାଇଁ ଜଙ୍ଗଲ ବୁଲି, ବାଡ଼ିବଗିଚାରୁ ବିଭିନ୍ନ କିସମ ର ଶାଗ ସଂଗ୍ରହ କରି ବଜାରକୁ ଆଣି ବିକ୍ରି କରୁଛନ୍ତି। ଚାରିଜଣ ସଙ୍ଗାତ ମଧ୍ୟ ବସିଛନ୍ତି । ଏମାନଙ୍କ ବନ୍ଧୁତାରେ ଅର୍ଥିକ ଅଭାବ କେବେ ବାଧା ସାଜିନାହିଁ ।ଚନ୍ଦ୍ରମା କହିଛନ୍ତି, ଗୋଟିଏ ଗାଁର ହୋଇଥିବାରୁ ସାଥି ହୋଇ ସବୁ କାମ କରୁଛୁ । ପରିବାରରେ ପୁଅଝିଅ ନାତିନାତୁଣୀ ଥିଲେ ମଧ୍ୟ ଏକାଠି ବସି ସୁଖଦୁଃଖ ହୁଅନ୍ତି। ୪ଜଣ ଯାକ ସରକାରୀ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି।
ନିଜ ଉଦ୍ୟମ ଓ ଇଚ୍ଛାଶକ୍ତି ଥିଲେ ସବୁକିଛି ସମ୍ଭବ ହୋଇପାରିବ ବୋଲି ଚନ୍ଦ୍ରମା କହିଛନ୍ତି। ରତ୍ନ, ଦମୟନୀ ଓ ବାସନ୍ତୀଙ୍କ କହିବା ପ୍ରକାରେ ସେମାନଙ୍କ ବାଡିରେ ସଜନାଗଛ ଓ ପିଜୁଳି ଗଛ ଅଛି। ଶାଗ ଓ ପିଜୁଳି ସଂଗ୍ରହ କରିବା ସହ ଅନ୍ୟମାନଙ୍କ ଜମିରେ ହୋଇଥିବା କଲମ୍ବ ଶାଗ, ଟିକିରି ଶାଗ, ସାବୁ ନାତି ଆଦି ସଂଗ୍ରହ କରିଥାନ୍ତି। ସବୁ ସଂଗ୍ରହ ପରେ ସେମାନେ ଏକାଠି ମାଲକାନଗିରି ବଜାରକୁ ଆସି ଗୋଟିଏ ସ୍ଥାନରେ ବସି ବିକ୍ରି କରୁଥିବା କହିଛନ୍ତି। ଶାଗ
ବିକ୍ରି ପଇସାରେ ଘର ପାଇଁ ତେଲଲୁଣ ସଉଦା କିଣି ନେଉଛତି । ସଙ୍ଗୀତପଣକୁ ବଞ୍ଚାଇ ରଖିବା ପାଇଁ ଶାଗ ବେପାରକୁ ଆଦରି ନେଇଛନ୍ତି । କିଛି ଘଣ୍ଟା ଧରି ଏକାଠି ବସି ଦୁଃଖ ସୁଖ ହୋଇପାରୁଛନ୍ତି । ଘରେ ରହିଲେ ପୁଅବୋହୂ ଅସନ୍ତୁଷ୍ଟ ହେବେ । ତେଣୁ ହାଟବଜାରରେ ଭାଗକୁ ୨୦ ଟଙ୍କା ଲେଖା ଦରରେ ବିକ୍ରି କରି ଦିନକୁ ପ୍ରାୟ ୭ଶହ ଟଙ୍କା ପର୍ଯ୍ୟନ୍ତ ରେଜଗାର କରିପାରୁଛନ୍ତି। ସରକାରୀ ସୁବିଧାରୁ ବଞ୍ଚିତ ଏହି ଆଦିବାସୀ ବୃଦ୍ଧା ମାନେ ପରହାତ ଟେକାକୁ ଅପେକ୍ଷା ନକରି ବାଡ଼ି ବଗିଚା ଓ ଜଙ୍ଗଲରୁ ବିଭିନ୍ନ ଶାଗ ସଂଗ୍ରହ କରି ବିକ୍ରି କରି ସ୍ମବଲମ୍ବୀ ହୋଇଛନ୍ତି । ହାତ ଗୋଡ ଚାଲିଥିବା ପର୍ଯ୍ୟନ୍ତ ଆମେ ଚାରି ସଙ୍ଗୀତ ଏକାଠି ହୋଇ ଶାଗ ବିକି ଚଳିବୁ ବୋଲି କହିଛନ୍ତି ।
ମାଲକାନଗିରି ରୁ ଶିବପ୍ରସାଦ ପରିଛା ବିଶେଷ ଖବର