ନକୁଳକୁ ସହଯୋଗ ହାତ ବଢ଼ାଇଲା ଜିଲ୍ଲା ଶିକ୍ଷା ବିଭାଗ
ମାଥିଲି ୧୬/୦୪ (ଶିବପ୍ରସାଦ ପରିଛା ବିଶେଷ ଖବର) ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ନୁଆଗୁଡ଼ା ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନରତ ଅନାଥ ଛାତ୍ର ନକୁଳ ମାଢ଼ିକୁ ଭେଟି ତାର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ଓ ବ୍ଲକ ଶିକ୍ଷା ଅଧିକାରୀ ସୁମିତ ବିଶ୍ୱାସ।ଉଭୟ ଅଧିକାରୀ ଆଜି ପ୍ରାୟ ୯ଟା ୩୦ମି ସମୟରେ ନୁଆଗୁଡା ପ୍ରାଥମିକ ବିଦ୍ୟାଳୟ ଗ୍ରସ୍ତରେ ଆସି ଅନାଥ ଛାତ୍ର ନକୁଳ ମାଢ଼ିକୁ ଭେଟିଥିଲେ। ଜାଣିବାକୁ ପାଇଥିଲେ କି ନକୁଳର ନିଜ ଘର ମାଲକାନଗିରି ବ୍ଲକ୍ ସିନ୍ଦ୍ରୀମାଳ ପଞ୍ଚାୟତ ଅନ୍ତର୍ଗତ ସିମାଗୁଡ଼ି ଗ୍ରାମରେ। ପିତା ଜୟସିଂହ ମୃତ୍ୟୁ ପରେ ନକୁଲର ମା ଶୁକ୍ରି ମାଢ଼ି ମାନସିକ ଭାରସାମ୍ୟ ହରାଇ ନକୁଳକୁ ଛାଡ଼ି କେଉଁ ଆଡେ ଚାଲିଯାଇଛନ୍ତି।
ମାଥିଲି ବ୍ଲକ ଚମ୍ପାଝରନ ଗାଁରେ ରହୁଥିବା ନକୁଳର ମାମୁଁ ସନିଆ ପୁଜାରୀ ନକୁଳକୁ ନିଜ ପାଖରେ ରଖି ନୂଆଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ପଢ଼ାଇ ଆସୁଥିଲେ।ହେଲେ ନକୁଳର ଆଧାର କାର୍ଡ ନହୋଇ ପାରିବା ନେଇ ଦ୍ଵନ୍ଦ ଉପୁଜିଛି ଥିଲା। ଏଖବର ମାଥିଲି ଶିକ୍ଷା ଅଧିକାରୀ ସୁମିତ ବିଶ୍ୱାସ ଜାଣିଲା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପାଣିଗ୍ରାହୀଙ୍କୁ ଜଣାଇଥିଲେ। ଉଭୟ ଅଧିକାରୀ ନକୁଳ ମାମୁଁ ସନିଆ ପୁଜାରୀଙ୍କୁ ଚମ୍ପାଝରନ୍ ଗ୍ରାମରେ ଭେଟିଥିଲେ।ତାର ପାଠ ପଢ଼ିବା ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସଦର ମହକୁମାରେ କରିବା ପ୍ରସ୍ତାବକୁ ସନିଆ ଗ୍ରହଣ କରିଥିଲେ।ଆସନ୍ତା ଶୁକ୍ରବାରରେ ସନିଆ ମାଲକାନଗିରି ଯିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ଆର୍ଥିକ ସହଯୋଗ କରିଥିଲେ।ଏହାକୁ ସୁନିଶ୍ଚିତ କରିବାକୁ ଚମ୍ପାଝରନ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଥିବା ଜଣାଯାଇଛି।


admin 
