ବାୟାପଡା ଘାଟିରେ ଓଲଟିଲା ଟ୍ରାକ୍ଟର ଡ଼ାଲା,୧୨ ଆହତ.ଚିକିତ୍ସା ନିମନ୍ତେ କୁଡୁମୁଲୁଗୁମ୍ମା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି  . ଟ୍ରାକ୍ଟରକୁ ଜବତ କରି ଘଟଣାର ତଦନ୍ତ କରୁଛି ପୋଲିସ. 

ବାୟାପଡା ଘାଟିରେ ଓଲଟିଲା ଟ୍ରାକ୍ଟର ଡ଼ାଲା,୧୨ ଆହତ.ଚିକିତ୍ସା ନିମନ୍ତେ କୁଡୁମୁଲୁଗୁମ୍ମା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି  . ଟ୍ରାକ୍ଟରକୁ ଜବତ କରି ଘଟଣାର ତଦନ୍ତ କରୁଛି ପୋଲିସ. 

ବାୟାପଡା ଘାଟିରେ ଓଲଟିଲା ଟ୍ରାକ୍ଟର ଡ଼ାଲା,୧୨ ଆହତ.ଚିକିତ୍ସା ନିମନ୍ତେ କୁଡୁମୁଲୁଗୁମ୍ମା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି 
. ଟ୍ରାକ୍ଟରକୁ ଜବତ କରି ଘଟଣାର ତଦନ୍ତ କରୁଛି ପୋଲିସ. 

ମାଲକାନଗିରି. 06,06 (ବିଶେଷ ଖବର) ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅଧିନସ୍ତ  ଗଙ୍ଗାପଡା ଗ୍ରାମରୁ ବାୟାପଡା ଘାଟି ରାସ୍ତା ଦେଇ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ଏକ ଟ୍ରାକ୍ଟର  କୁଡୁମୁଳୁଗୁମ୍ମା ସାପ୍ତାହିକ ହାଟକୁ ଅଭିମୁଖେ ଆସୁଥିବା ବେଳେ  ବାୟାପଡା ଘାଟିରେ ଭାରସାମ୍ୟ ହରାଇ ଟ୍ରାକ୍ଟରର ଡାଲା ଓଲଟି ପଡିଥିଲା।ଉକ୍ତ ଗାଡ଼ିରେ ବସିଥିବା ପ୍ରାୟ ୧୨ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି।ତେବେ ଏହି ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିମାନେ ହେଲେ ସାମୀ ବିଶୋଇ, ସାନ୍ତା ମୁଦୁଲୀ, ନିଲ ବିଶୋଇ, ତୁଳସୀ ବିଶୋଇ, ସମା ମୁଦୁଲୀ, ଏଙ୍ଗ୍ରା ବିଶୋଇ, ଲଛମି ମୁଦୁଲୀ, ମଞ୍ଜୁଳି ବିଶୋଇ, ବୁଦା ବିଶୋଇ, ଲଛି ବିଶୋଇ ଏବଂ ତୁଳସୀ ମୁଦୁଲୀ 
ଗୁରୁତର ଆହାତ ହୋଇଛନ୍ତି।
ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଆହତ ହୋଇଥିବା ବ୍ୟକ୍ତି ମାନଙ୍କୁ ଚିକିତ୍ସା ନିମନ୍ତେ ମୁଡୁମୁଳୁଗୁମା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଉଚ୍ଚ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠା ଯାଇଛି।
ସେଠାରେ ସେମାନଙ୍କର ଚିକତ୍ସା ଜାରୀ ରହିଛି। ଏହି ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇବା ପରେ ଏଏସଆଇ କୃଷ୍ଣ ଚନ୍ଦ୍ର ହିଆଲଙ୍କ ନେତୃତ୍ୱରେ ପୋଲିସର ଏକ ଟିମ ଘଟଣା ସ୍ଥଳରେ ପହଁଞ୍ଚି 
ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଟ୍ରାକ୍ଟରକୁ ଜବତ କରିବା ସହିତ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଥିବା ଓର୍କେଲ ଥାନା ଅଧିକାରୀ ଧୀରେନ ପଟ୍ଟନାୟକ ସୂଚନା ଦେଇଛନ୍ତି।

ମାଲକାନଗିରି ରୁ ଶିବ ପ୍ରସାଦ ପରିଛା ବିଶେଷ ଖବର