ଗାନ୍ଧୀ ଜୟନ୍ତୀରେ ମେକ୍କା ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା, ଗ୍ରାମର ବିକାଶ ଓ ଜନକଲ୍ୟାଣ ଯୋଜନା ଉପରେ ଗୁରୁତ୍ୱ

ଗାନ୍ଧୀ ଜୟନ୍ତୀରେ ମେକ୍କା ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା, ଗ୍ରାମର ବିକାଶ ଓ ଜନକଲ୍ୟାଣ ଯୋଜନା ଉପରେ ଗୁରୁତ୍ୱ

ମାଥିଲି, ତା ୨/୧୦/୨୬ରିଖ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ ଅନ୍ତର୍ଗତ ମେକ୍କା ଗ୍ରାମପଞ୍ଚାୟତରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ରଞ୍ଜିତା ପୂଜାରୀଙ୍କ ସଭାପତିତ୍ୱରେ ଏକ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଥିଲା।

ଏହି ଗ୍ରାମସଭାରେ ପଞ୍ଚାୟତର ସମସ୍ତ ଜନସାଧାରଣ, ନିର୍ବାଚିତ ୱାର୍ଡ ସଭ୍ୟସଭ୍ୟା, ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ସମେତ ଶିକ୍ଷା ବିଭାଗର CRCC ଉମାକାନ୍ତ ଛଟ୍ଟରାୟ, ଚେଡ଼େଙ୍ଗାର ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଶ୍ୟାମସୁନ୍ଦର ପାଣିଗ୍ରାହୀ, କୃଷି ବିଭାଗର କର୍ମଚାରୀ, ବରିଷ୍ଠ ନାଗରିକ, ସାମାଜିକ କର୍ମୀ, ମିଶନ ଶକ୍ତିର MBK, CRP ସଦସ୍ୟା, ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀମାନେ ଯୋଗଦେଇଥିଲେ।

ଗ୍ରାମସଭାରେ ପଞ୍ଚାୟତର ସାମଗ୍ରିକ ବିକାଶ ସହିତ ଗ୍ରାମାଞ୍ଚଳର ଜନସାଧାରଣଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାରେ ସାମିଲ କରିବା ଉପରେ ଆଲୋଚନା କରାଯାଇଥିଲା। ବିଶେଷକରି ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ, ସାଧାରଣ ବଣ୍ଟନ ବ୍ୟବସ୍ଥା, ମଧୁବାବୁ ପେନସନ ଯୋଜନା ଓ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବା ସହିତ ଆବାସ ଯୋଜନାରେ ଯୋଗ୍ୟ ପରିବାରଙ୍କୁ ସୁବିଧା ଯୋଗାଇଦେବା ନେଇ ଗୁରୁତ୍ୱ ଦିଆଯାଇଥିଲା।

ସେହିପରି ଶିକ୍ଷାର ଉନ୍ନତି, ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ, ଗ୍ରାମାଞ୍ଚଳରେ ରାସ୍ତାଘାଟର ଉନ୍ନତିକରଣ, ପାନୀୟ ଜଳ, ମୌଳିକ ସୁବିଧା ଓ କୃଷିର ବିକାଶ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ପଞ୍ଚାୟତର ପ୍ରତ୍ୟେକ ଗ୍ରାମ ଓ ୱାର୍ଡର ସମସ୍ୟା ଚିହ୍ନଟ କରି ସାମୂହିକ ଯୋଜନା ମାଧ୍ୟମରେ ଏହାର ସମାଧାନ କରିବା ସହ ଗ୍ରାମର ସାମଗ୍ରିକ ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଓ ସକ୍ରିୟ ଅଂଶଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଇଥିଲା।ଜନସାଧାରଣଙ୍କ ମତାମତ ଓ ପ୍ରସ୍ତାବକୁ ଗୁରୁତ୍ୱ ଦେଇ ଗ୍ରାମର ଉନ୍ନତି ପାଇଁ ସାମୂହିକ ଭାବେ କାର୍ଯ୍ୟ କରିବା ନେଇ ଆଲୋଚନା ହୋଇଥିଲା। ଏହି ସ୍ୱତନ୍ତ୍ର ଗ୍ରାମସଭା ଗ୍ରାମବାସୀଙ୍କ ସମସ୍ୟା ଉପସ୍ଥାପନ ଓ ବିକାଶମୂଳକ ଯୋଜନା ପ୍ରସ୍ତୁତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଥିଲା।

(ମାଥିଲି ରୁ ପ୍ପେଶଲ ରିପଟର ଶିବପ୍ରସାଦ ପରିଛା ବିଶେଷ ଖବର)