ଗୋବିନ୍ଦପୁର ଗ୍ରାମ ରାସ୍ତାରୁ ଡଷ୍ଟର ଗାଡି ସହ ୧୭୫ କେଜି ଗଞ୍ଜେଇ ଜବତ, ଜଣେ ଗିରଫ.

ଗୋବିନ୍ଦପୁର ଗ୍ରାମ ରାସ୍ତାରୁ ଡଷ୍ଟର ଗାଡି ସହ ୧୭୫ କେଜି ଗଞ୍ଜେଇ ଜବତ, ଜଣେ ଗିରଫ.

ଗୋବିନ୍ଦପୁର ଗ୍ରାମ ରାସ୍ତାରୁ ଡଷ୍ଟର ଗାଡି ସହ ୧୭୫ କେଜି ଗଞ୍ଜେଇ ଜବତ, ଜଣେ ଗିରଫ ବୌଦ୍ଧ:୧୪/୬(ରବିନ୍ଦ୍ର ପଟ୍ଟନାୟକ) ରବିବାର ଅପରାନ୍ହ ୨ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର ୫୭ ର ବୌଦ୍ଧ ଥାନା ଗୋବିନ୍ଦପୁର ଗ୍ରାମ ରାସ୍ତାରୁ ଗୋଟିଏ ଡଷ୍ଟର ଗାଡି ସହ ୧୭୫କେଜି ଗଞ୍ଜେଇ ଜବତ କରିଛି ବୌଦ୍ଧ ଆଦର୍ଶ ଥାନା ପୋଲିସ lସୂଚନା ଅନୁଯାୟୀ ଆଜି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ଏକ ବିଶେଷ ସୂତ୍ରରୁ ପାଇ ବୌଦ୍ଧ ଆରକ୍ଷୀ ଅଧୀକ୍ଷକ କୁଲଦୀପ୍ ମୀନାଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧ ଆଦର୍ଶ ଥାନା ଆଇ ଆଇ ସି ନଳିନୀ କାନ୍ତ ଦାସଙ୍କ ନେତୃତ୍ବରେ ଏକ ଟିମ ବୌଦ୍ଧ ମହାନଦୀ ବ୍ରିଜ ଛକ ନିକଟରେ ନାକାବନ୍ଦୀ କରିଥିଲା l ବାଉଁଶୁଣୀ ପଟୁ ବୌଦ୍ଧ ଆଡକୁ ଆସୁଥିବା ଏକ ଡଷ୍ଟର ଗାଡି ନମ୍ବର ଓଡି୩୩ପି ୦୯୬୧ ପୋଲିସକୁ ଦେଖି ଫେରି ଯାଉଥିବା ବେଳେ ବୌଦ୍ଧ ପୋଲିସ ଗାଡିକୁ ପିଛା କରିଥିଲା l ଦୀର୍ଘ ୮ କିଲୋମିଟର୍ ରାସ୍ତା ଯିବା ପରେ ଜାତୀୟ ରାଜପଥ ନମ୍ବର ୫୭ର ଗୋବିନ୍ଦପୁର ଛକରୁ ଗାଁକୁ ଯାଇଥିବା ରାସ୍ତାରେ ଚାଲାଣକାରୀ ଗାଡି ଛାଡି ଦଉଡି ପଳେଇବାକୁ ଉଦ୍ୟମ କରିଥିଲା ବେଳେ ପୋଲିସ୍ ତାକୁ ଗୋଡ଼ାଇ ଧରିଥିଲା ଓ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଓଜନ କରାଯିବାରୁ ତାହା ୧୭୫ କେଜି ଗଞ୍ଜେଇ ହୋଇଥିଲା | ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଲେ ବାଉଁଶୁଣୀ ଥାନା ହିଲୁଙ୍ଗ ଗ୍ରାମର ଶରତ ସେଠୀ ବୋଲି ସୂଚନା ମିଳିଛି | ଏ ସମ୍ପର୍କରେ ବୌଦ୍ଧ ଥାନାରେ ଏନ୍ଡ଼ିପିଏସ ଆକ୍ଟରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ବୌଦ୍ଧ ଥାନା ଆଇ ଆଇ ସି ଶ୍ରୀ ଦାସ୍ ସୂଚନା ଦେଇଛନ୍ତି l