ଘଣ୍ଟାପଡ଼ା ଥାନା ରେ ନୂତନ ଥାନା ଅଧିକାରୀ ଭାବେ ଯୋଗଦେଲେ ବାଲ୍ମିକୀ ପ୍ରଧାନ ।

ଘଣ୍ଟାପଡ଼ା ଥାନା ରେ ନୂତନ ଥାନା ଅଧିକାରୀ ଭାବେ ଯୋଗଦେଲେ ବାଲ୍ମିକୀ ପ୍ରଧାନ ।
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ଭାବେ ଶ୍ରୀ ବାଲ୍ମିକୀ ପ୍ରଧାନ ଙ୍କୁ ବୌଦ୍ଧ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ଗୋୟଲ ନୂତନ ଭାବେ ଦାଇତ୍ୱ ଦେଇଥିବା ଜଣାପଡିଛି । କଣ୍ଟାମାଳ ବ୍ଲକ ରେ କିଛି ମାସହେବ ଅପରାଧିକ କାର୍ଯ୍ୟକଳାପ କୁ ନେଇ ବୌଦ୍ଧ ଆରକ୍ଷୀ ଅଧିକ୍ଷକ ଶ୍ରୀ ଗୋୟଲ ନୂତନ ଭାବେ ଶ୍ରୀ ପ୍ରଧାନ ଙ୍କୁ ଏହି ଦାୟିତ୍ବ ଦେଇଥିବା ବିଶେଷ ସୂତ୍ରରୁ ଶୁଣିବାକୁ ମିଳିଛି । ଘଣ୍ଟାପଡ଼ା ଅଞ୍ଚଳବାସୀ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଥାନା ଅଧିକାରୀ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣେଇଛନ୍ତି ।