ଚନ୍ଦ୍ରପୁରୁର ଆର୍ ଡବ୍ଲୁଏସ୍ ଏସ୍‌ ଯନ୍ତ୍ରୀଙ୍କ  କାର୍ଯ୍ୟାଳୟରେ ରୋହିଙ୍ଗିଆ(ବା‌ଂଲାଦେଶୀ)ଙ୍କ ଆତ୍ମଗୋପନ ସନ୍ଦେହ ଅଭିଯୋଗ।

ଚନ୍ଦ୍ରପୁରୁର ଆର୍ ଡବ୍ଲୁଏସ୍ ଏସ୍‌ ଯନ୍ତ୍ରୀଙ୍କ  କାର୍ଯ୍ୟାଳୟରେ ରୋହିଙ୍ଗିଆ(ବା‌ଂଲାଦେଶୀ)ଙ୍କ ଆତ୍ମଗୋପନ ସନ୍ଦେହ ଅଭିଯୋଗ।

ଚନ୍ଦ୍ରପୁରୁର ଆର୍ ଡବ୍ଲୁଏସ୍ ଏସ୍‌ ଯନ୍ତ୍ରୀଙ୍କ  କାର୍ଯ୍ୟାଳୟରେ ରୋହିଙ୍ଗିଆ(ବା‌ଂଲାଦେଶୀ)ଙ୍କ ଆତ୍ମଗୋପନ ସନ୍ଦେହ ଅଭିଯୋଗ।

ଚନ୍ଦ୍ରପୁରୁ _( ଲଷ୍ମୀ କାନ୍ତ ବେହେରା )୨୪.୭.୦୨୫ ଦେଶରେ ବାଂଲାଦେଶୀ ଓ ରୋହିଙ୍ଗା ଙ୍କୁ ଭାରତରେ ପ୍ରବେଶ ଓ ରହିବାକୁ ବାରଣ କରି ପୋଲିସ୍ ପକ୍ଷରୁ କୋଣ ଅନୁକୋଣରେ ତଲାସୀ ଚାଲୁରହିଛି ଏବଂ ଯେଉଁମାନଙ୍କୁ ସନ୍ଦେହ କରାଯାଉଛି ସେମାନଙ୍କର ୧୯୬୫ ମସିହାର ପ୍ରମାଣ ପୋଲିସ୍ ନିକଟରେ ଦାଖଲ କରିବାକୁ ବାଧ୍ୟ।ଏପରି ସ୍ଥିତିରେ ଧରା ନପଡିଵା ପାଇଁ ବିଭିନ୍ନ ଉପାନ୍ତ ଅଞ୍ଚଳରେ ରୋହିଙ୍ଗିଆ ବାଂଲାଦେଶୀ ମାନେ ଆତ୍ମଗୋପନ କରି ସ୍ଥାନୀୟ ଅଞ୍ଚଳରେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି । ହେଲେ ରାୟଗଡା ଜିଲ୍ଲା ଉପାନ୍ତ ଅଞ୍ଚଳ ଚନ୍ଦ୍ରପୁରୁ ସଦର ମହକୁମାର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଵିଭାଗର କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଭିତରେ ପରିବାର ସହ ବାଂଲାଦେଶୀ ରୋହିଙ୍ଗିଆ ରହିଥିବା ନେଇ ଅଭିଯୋଗ ହେଉଛି। ଏନେଇ ପ୍ରାୟ ୧୦/୧୫ ବର୍ଷ ହେବ ରହିଥିବା ଯନ୍ତ୍ରୀ ଶ୍ରୀ ବିଶେଶ୍ୱର ଡୁଡୁଙ୍କୁ ଯୋଗାଯୋଗ କରିଥିଲୁ, ହେଲେ ଯନ୍ତ୍ରୀ ଶ୍ରୀ ଟୁଡୁ କହିଥିଲେ ମୁଁ ବଙ୍ଗାଳୀ ଲୋକଙ୍କୁ ବହୁବର୍ଷ ହେବ ଟିଉବଲ ଚାନ୍ଦିନୀ ଓ ଅନ୍ୟାନ୍ୟ କାର୍ଯ୍ୟ କରିବାକୁ ଚାନ୍ଦ୍ରପୁରୁ ଆଣି ଆର୍ ଡବ୍ଲୁଏସ୍ ଏସ୍ ରେ କାର୍ଯ୍ୟ କରାଉଛି। ହେଲେ ଅଫିସ୍ ଭିତରେ ଅଧିକା ଲୋକ ଥିବା ପରିବାର ଭଳି ଜଣାପଡୁଥିଲେ ସୁଧା ସବୁବେଳେ ପାଇଁ କବାଟ ବନ୍ଦ ରହୁଥିବାରୁ ସ୍ଥାନୀୟ ଲୋକଙ୍କର ଅଧିକ ସନ୍ଦେହ ସୃଷ୍ଟି ହୋଇଛି।  ସେମାନଙ୍କ ପରିବାର ଅଫିସ୍ ଭିତରେ ରହୁଥିବା କହିବାରୁ ଯନ୍ତ୍ରୀ ଟୁଡୁ ଅସ୍ବିକାର କରି  କହିଲେ ମିସ୍ତ୍ରୀଙ୍କ  ବାପା ଓ କୁଣିଆ ଆସିଛନ୍ତି ଦେଖିବା ପାଇଁ। ଶ୍ରୀ ଟୁଡୁଙ୍କର ଏମିତି କଥା ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ସ୍ଥାନୀୟ ଲୋକେ। ତେଣୁ ସ୍ଥାନୀୟ ପୋଲିସ୍ ଏଥି ପ୍ରତି ଗୁରୁତ୍ବ ଦେଇ ସେମାନଙ୍କ ବିଷୟରେ ତଦନ୍ତ କରିବା ଜରୁରୀ ହୋଇପଡିଛି।ଯଦି ସେମାନଙ୍କ ଦ୍ଵାରା କୌଣସି ସନ୍ତ୍ରାସବାଦୀ ଭଳି କିଛି ଅଘଟଣ ଘଟାନ୍ତି ସେଥିପାଇଁ କିଏ ଦାୟୀ ରହିବେ ଯନ୍ତ୍ରୀ ଶ୍ରୀ ଟୁଡୁ ନା ପୋଲିସ୍। ଚନ୍ଦ୍ରପୁରୁରେ ଟିଉବଲର ଚାନ୍ଦିନୀ କରିବାକୁ ଏଠାରେ କଣ ଲୋକ ନାହାନ୍ତି କି ? ତାହାହେଲେ ଯନ୍ତ୍ରୀ କି ସ୍ବାର୍ଥରେ ରୋହିଙ୍ଗିଆଙ୍କୁ ଆଣି ଅଫିସକୁ ଭଡ଼ାରେ ଲଗାଇ ତାଙ୍କ ମଜୁରୀରୁ ଅଫିସ୍ ଘର ଭଡା କାଟୁଥିବା ଅଭିଯୋଗ ହେଉଛି। ଯନ୍ତ୍ରୀ ନିଜେ ଚନ୍ଦ୍ରପୁରୁରେ ନ ରହି ମୁନିଗୁଡା ରେ ରହୁଥିବା ବେଳେ ଅଫିସ ଘର ଓ ନିଜର ସରକାରୀ କ୍ବାଟରକୁ ଭଡାଦିଆଯାଇଛି କାହା ନିର୍ଦ୍ଦେଶରେ।ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ଅଫିସ୍ ଘରେ ରହିଥିବା ବଙ୍ଗାଳୀଙ୍କ ସମ୍ବନ୍ଧରେ ପୋଲିସ୍ ତଦନ୍ତ କଲେ ଯନ୍ତ୍ରୀଙ୍କ ରହସ୍ୟମୟ କାହାଣୀ ଲୋକଲୋଚନାକୁ ଆସିବ। ଅପରପକ୍ଷରେ ଯନ୍ତ୍ରୀଙ୍କ ଅନୀୟମିତ ଦୁର୍ନୀତିକୁ ସ୍ଥାନୀୟ ଲୋକେ କାମ କଲେ ସଵୁକିଛି ପଦାରେ ପଡିବା ଭୟରେ ରୋହିଙ୍ଗିଆଙ୍କୁ ଅଣାଯାଇଛି କି ?ଏହାର ଖୋଳତାଡ଼ ହେଵା ଶୁଭଂକର ପରିବେଶ ପାଲଟିବ।ଦେଖାଯାଉ ସ୍ଥାନୀୟ ପୋଲିସ ଓ ବିଭାଗୀୟ ଅଧିକାରୀ କି ପଦକ୍ଷେପ ଗ୍ରହଣ କରୁଛନ୍ତି ଦେଖିବାକୁ ବାକି ରହିଛି।