ଶାନ୍ତି ଦିଗରେ ଅଗ୍ରସର ମାଓବାଦୀ,୫ ଜିଲ୍ଲାରେ ୬୬ ନକ୍ସଲଙ୍କ ଆତ୍ମସମର୍ପଣ

ଶାନ୍ତି ଦିଗରେ ଅଗ୍ରସର ମାଓବାଦୀ,୫ ଜିଲ୍ଲାରେ ୬୬ ନକ୍ସଲଙ୍କ ଆତ୍ମସମର୍ପଣ
ମାଲକାନଗିରି,ଛତିଶଗଡ଼:୨୪/୭(ବିଶେଷ ଖବର)
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ୫ ଅଲଗା ଅଲଗା ଜିଲ୍ଲାରୁ ଏକକାଳୀନ ମୋଟ ୬୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ଆତ୍ମସମର୍ପଣ ଛତିଶଗଡ଼ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦେଖାଯାଇଥିଲା ଯେଉଁଠାରେ ବିଜାପୁରରେ ୨୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ,ନାରାୟଣପୁର ଜିଲ୍ଲାରେ ୮ ଜଣ ମାଓବାଦୀ ,ଦାନ୍ତେୱାଡ଼ା ରେ ୧୫ ଜଣ ମାଓବାଦୀ , ସୁକମା ଜିଲ୍ଲାରେ ୫ ଜଣ ମାଓବାଦୀ ଏବଂ କାଙ୍କେର ଜିଲ୍ଲାରେ ୧୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।ଏମାନେ ଅନେକ ନକ୍ସଲ କାର୍ଯ୍ୟକଳାପରେ ଜଡିତ ରହିଥିଲେ ।ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ସମସ୍ତ ମାଓବାଦୀଙ୍କୁ ପ୍ରୋତ୍ସାହନ ସ୍ୱରୂପ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା।
ମାଲକାନଗିରି ରୁ ଶିବପ୍ରସାଦ ପରିଛା