ନୀଳମାଧଵ ମନ୍ଦିର ପାର୍କିଂ ବର୍ଦ୍ଧିତ ଦର

ନୀଳମାଧଵ ମନ୍ଦିର ପାର୍କିଂ ବର୍ଦ୍ଧିତ ଦର

କୁ ନେଇ ଅସନ୍ତୋଷ କଣ୍ଟିଲୋ,୩୧/୭:(ଵିଶେଷ ଖବର)ଚଳିତବର୍ଷ ନୀଳମାଧଵ ମନ୍ଦିର ସିଂହ ଦ୍ୱାର ପାର୍କିଂ ନିଲାମ ରେକର୍ଡ ସର୍ବାଧିକ(୪୦ଲକ୍ଷ) ଟଙ୍କାରେ ନିଲାମ ଦିଆଯିବା ପରେ ଏବେ ପାର୍କିଂ ରେ ଗାଡି ରଖିବା ପାଇଁ ଦେବୋତ୍ତର କାର୍ଯ୍ୟାଳୟ ପକ୍ଷରୁ ନୂଆ ବର୍ଦ୍ଧିତ ମୂଲ୍ୟ ଲାଗୁ କରାଯାଇଛି।ତେବେ ଏହି ବର୍ଦ୍ଧିତ ଶୁଳ୍କ କୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପୂର୍ବରୁ ଦୁଇଚକିଆ ଯାନ ପାଇଁ ୧୦ ଟଙ୍କା ପାର୍କିଂ ମୂଲ୍ୟ ରହିଥିବା ବେଳେ ବର୍ତ୍ତମାନ ୨୦ଟଙ୍କା କୁ ବୃଦ୍ଧି କରାଯାଇଛି।ସେହିପରି ୩ଚକିଆ ଅଟୋ ୨୦ଟଙ୍କା ରୁ ୩୦ କୁ ବଢିଛି,କାର ଓ ଭ୍ୟାନ ଗୁଡିକ ର ପାର୍କିଂ ମୂଲ୍ୟ ୫୦ ଓ ୧ଶହ ଟଙ୍କା ଅପରିବର୍ତ୍ତିତ ରହିଛି।

ବସ୍ ପାର୍କିଂ ପୂର୍ବରୁ ୧୨୦ଟଙ୍କା ରୁ ବୃଦ୍ଧି ପାଇ ୪ଶହ ଟଙ୍କା ଧାର୍ଯ୍ୟ ହୋଇଛି।ଦେବୋତ୍ତର ପ୍ରଶାସନର ଏହି ଅହେତୁକ ଶୁଳ୍କ ବୃଦ୍ଧି କୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଏଥିସହିତ ପ୍ରଶାସନ ର ମନଇଚ୍ଛା ପାର୍କିଂ ମୂଲ୍ୟ ବୃଦ୍ଧିର ପୁନର୍ବିଚାର କରାଯିବାକୁ ସବୁ ମହଲ ରେ ଦାବୀ ହେଉଛି। ଏ ସମ୍ପର୍କ ରେ ତହସିଲଦାର ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଖଣ୍ଡପଡ଼ା ରୁ ରଜତ ଦାସ୍ ଙ୍କ ରିପୋର୍ଟ ବିଶେଷ ଖବର