ଜିଲ୍ଲା ରେ A1 ଗ୍ରେଡରେ ନୟାଗଡ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ବାଜିମାତ

ଜିଲ୍ଲା ରେ A1 ଗ୍ରେଡରେ ନୟାଗଡ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ବାଜିମାତ

ନୟାଗଡ ୩/୫ ଚଳିତ ବର୍ଷ ର ବାର୍ଷିକ ମାଧ୍ୟମିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି l ଏଥିରେ ନୟାଗଡ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଶତ ପ୍ରତିଶତ ସଫଳତା ହାସଲ କରିଛି l ବିଦ୍ୟାଳୟର ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ଛାତ୍ରୀ ମାନେ ବାଜିମାତ କରିଛନ୍ତି l ସ୍ୱୀକୃତି ବିଶ୍ୱାଳ ୫୫୬ମାର୍କ ( ୯୨%)ରଖି Al ଗ୍ରେଡ ହାସଲ କରିଛନ୍ତି l ସ୍ୱୟଂ ଶ୍ରେୟା ନାୟକ ୫୪୦ ମାର୍କ ରଖି (୯0%) ରଖି Al ଗ୍ରେଡ,ଆଦ୍ୟାଶ୍ୟl ସୁବୁଦ୍ଧି,ହୀରର୍ଣ୍ଣ୍ୟ ଆଚାର୍ଯ୍ୟ ଓ ଅୟସ କାନ୍ତ ମହାପାତ୍ର ମଧ୍ୟ AI ଗ୍ରେଡ ପାଇଥିବା ସୂଚନା ମିଳିଛି l ଏହି ସଫଳତା ପାଇଁ ବିଦ୍ୟାଳୟ ପକ୍ଷରୁ ଛାତ୍ର ଛାତ୍ରୀ ମାନଙ୍କୁ ଅଭିଭାବକ,ଗୁରୁଜୀ ଓ ଗୁରୁମା ଅଭିନନ୍ଦନ ଜଣାଇଛନ୍ତି l 

*

*

*

*

*

ନୟାଗଡ ରୁ ଅଶୋକ କୁମାର ସାଥୁଆ ରିପୋର୍ଟ ବିଶେଷ ଖବର